ଜ୍ଞାନଂ ଜେ୍ଞୟଂ ପରିଜ୍ଞାତା ତ୍ରିବିଧା କର୍ମଚୋଦନା ।
କରଣଂ କର୍ମ କର୍ତେତି ତ୍ରିବିଧଃ କର୍ମସଂଗ୍ରହଃ ।।୧୮।।
ଜ୍ଞାନଂ-ଜ୍ଞାନ; ଜେ୍ଞୟଂ- ଜ୍ଞାନଦ୍ୱାରା ଲବ୍ଧ ବିଷୟ; ପରିଜ୍ଞାତା-ଜ୍ଞାତା (ଜ୍ଞାନୀ); ତ୍ରିବିଧା- ତିନିପ୍ରକାର; କର୍ମ-ଚୋଦନା -କର୍ମର କାରକ; କରଣଂ-କର୍ମର ଉପକରଣ; କର୍ମ-କର୍ମ; କର୍ତା-କର୍ତ୍ତା; ଇତି-ଏହିପରି; ତ୍ରିବିଧଃ-ତିନିପ୍ରକାର; କର୍ମ-ସଂଗ୍ରହଃ -କର୍ମର ଉପାଦାନ ।
BG 18.18: ଜ୍ଞାନ, ଜେ୍ଞୟ ଏବଂ ଜ୍ଞାତା- ଏହି ତିନୋଟି କାରକ କର୍ମକୁ ପ୍ରେରିତ କରନ୍ତି । କର୍ମର ସାଧନ, ସ୍ୱୟଂ କର୍ମ ଏବଂ କର୍ତ୍ତା- ଏହି ତିନୋଟି କର୍ମର ଉପାଦାନ ଅଟେ ।
ଜ୍ଞାନଂ ଜେ୍ଞୟଂ ପରିଜ୍ଞାତା ତ୍ରିବିଧା କର୍ମଚୋଦନା ।
କରଣଂ କର୍ମ କର୍ତେତି ତ୍ରିବିଧଃ କର୍ମସଂଗ୍ରହଃ ।।୧୮।।
ଜ୍ଞାନ, ଜେ୍ଞୟ ଏବଂ ଜ୍ଞାତା- ଏହି ତିନୋଟି କାରକ କର୍ମକୁ ପ୍ରେରିତ କରନ୍ତି । କର୍ମର ସାଧନ, ସ୍ୱୟଂ କର୍ମ ଏବଂ କର୍ତ୍ତା- ଏହି ତିନୋଟି କର୍ମର …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
କର୍ମ ବିଜ୍ଞାନର ପ୍ରଣାଳୀବଦ୍ଧ ବିଶ୍ଳେଷଣ ଦ୍ୱାରା, ଶ୍ରୀକୃଷ୍ଣ ତାହାର ଅଙ୍ଗ ବିଷୟରେ ଆଲୋକପାତ କରିଥିଲେ । ସେ କର୍ମର କର୍ମ-ପ୍ରତିକ୍ରିୟା ଏବଂ ସେଥିରୁ ମୁକ୍ତ ହେବାର ଉପାୟ ମଧ୍ୟ ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ସେ କର୍ମକୁ ପ୍ରେରିତ କରୁଥିବା ତ୍ରିବିଧ କାରକ ବିଷୟରେ ଆଲୋଚନା କରୁଛନ୍ତି । ସେଗୁଡ଼ିକ ହେଲା ଜ୍ଞାନ, ଜେ୍ଞୟ (ଜାଣିବା ବସ୍ତୁ) ଏବଂ ଜ୍ଞାତା । ଏହି ତିନିଗୋଟିକୁ ଏକତ୍ର ଭାବେ ଜ୍ଞାନ ତ୍ରିପୁଟୀ (ଜ୍ଞାନ ତ୍ରୟ) କୁହାଯାଏ ।
କର୍ମର ପ୍ରାଥମିକ ପ୍ରେରଣା ହେଉଛି “ଜ୍ଞାନ”; ଏହା “ଜ୍ଞାତା” ଏବଂ “ଜେ୍ଞୟ” ସମ୍ବନ୍ଧରେ ବୋଧ କରାଇଥାଏ । ଏହି ତ୍ରୟ ଏକତ୍ର ଭାବରେ କର୍ମକୁ ପ୍ରେରିତ କରନ୍ତି । ଉଦାହରଣ ସ୍ୱରୂପ, ମାଲିକ ଦ୍ୱାରା ଦିଆଯାଉଥିବା ପାରିଶ୍ରମିକ ବିଷୟରେ ଜ୍ଞାନ, ଶ୍ରମିକମାନଙ୍କୁ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଆବିଷ୍କାରର ସୂଚନା ‘ସୁବର୍ଣ୍ଣ ଦୌଡ଼’ ସୃଷ୍ଟି କରିଥିଲା ଏବଂ ଶ୍ରମିକମାନଙ୍କୁ ବ୍ୟଗ୍ର ଭାବରେ ଦେଶାନ୍ତରିତ କରିଥିଲା । ଅଲିମ୍ପିକ୍ ଖେଳରେ ପଦକ ହାସଲ କରିବାର ମହତ୍ତ୍ୱ ବିଷୟରେ ଜ୍ଞାନ, କ୍ରୀଡ଼ାବିତ୍ମାନଙ୍କୁ ବର୍ଷ ବର୍ଷ ଧରି ଅଭ୍ୟାସ କରିବାକୁ ପ୍ରୋତ୍ସାହିତ କରେ । କର୍ମର ଗୁଣବତ୍ତା ସହିତ ମଧ୍ୟ ଜ୍ଞାନର ସମ୍ପର୍କ ରହିଛି । ଦୃଷ୍ଟାନ୍ତ ସ୍ୱରୂପ, ଏକ ଶୀର୍ଷତମ ବିଶ୍ୱବିଦ୍ୟାଳୟର ପ୍ରମାଣପତ୍ର, କର୍ମ ନିଯୁକ୍ତି କ୍ଷେତ୍ରରେ ମୂଲ୍ୟବାନ ସିଦ୍ଧ ହୋଇଥାଏ । ବ୍ୟବସାୟିକ ପ୍ରତିଷ୍ଠାନମାନେ ଏହା ଅନୁଭବ କରନ୍ତି ଯେ ଜ୍ଞାନରେ ଯେଉଁମାନେ ଅଧିକ ଗୁଣୀ, ସେମାନଙ୍କ କର୍ମ ଦକ୍ଷତାର ସ୍ତର ଅଧିକ ଉନ୍ନତ ହୋଇଥାଏ । ସେଥିପାଇଁ ସେମାନେ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ତାଲିମ ଦେବା ପାଇଁ, ବିଭିନ୍ନ ଦକ୍ଷତା ବୃଦ୍ଧି କର୍ମଶାଳା ଆଦିକୁ ପଠାଇବାରେ ଅର୍ଥବ୍ୟୟ କରିଥାନ୍ତି ।
ଦ୍ୱିତୀୟ ସମୁହର ନାମ କର୍ମ ତ୍ରିପୁଟୀ (କର୍ମତ୍ରୟ) । ଏହାର ଅନ୍ତର୍ଭୁକ୍ତ କର୍ତ୍ତା, କାରଣ (କର୍ମର ସାଧନ) ଏବଂ କର୍ମ (ସ୍ୱୟଂ କର୍ମ) ଅଟନ୍ତି । ଏହି କର୍ମତ୍ରୟ ଏକତ୍ରିତ ଭାବରେ କର୍ମର ବିଷୟ ଗଠନ କରିଥାନ୍ତି । “କର୍ତ୍ତା” “କର୍ମ” କରିବା ପାଇଁ “କର୍ମର ସାଧନ” ବ୍ୟବହାର କରିଥାଏ । କର୍ମର ବିଭିନ୍ନ ଉପାଦାନ ବିଶ୍ଳେଷଣ କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ କର୍ମର ଉଦ୍ଦେଶ୍ୟ ଏବଂ ସ୍ୱରୂପକୁ ନେଇ ଲୋକଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦୃଷ୍ଟିଗୋଚର ହୋଇଥାଏ ତାହା ବର୍ଣ୍ଣନା କରିବାକୁ ଯାଇ, ସେଗୁଡ଼ିକୁ ଭୌତିକ ପ୍ରକୃତିର ତିନିଗୁଣ ସହିତ ସମ୍ବନ୍ଧିତ କରୁଛନ୍ତି ।