ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ ।
ଭିଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି ।।୧୧।।
ଅୟନେଷୁ-ଘାଟିସ୍ଥାନ; ଚ-ମଧ୍ୟ; ସର୍ବେଷୁ-ସର୍ବତ୍ର; ଯଥାଭାଗମ୍-ଯେଉଁ ଯେଉଁ ସ୍ଥାନରେ ଯେପରି ଭାବରେ ଯେଉଁମାନଙ୍କୁ ରଖାଯାଇଛି; ଅବସ୍ଥିତାଃ-ଅବସ୍ଥିତ; ଭୀଷ୍ମମ୍-ପିତାମହ ଭୀଷ୍ମଙ୍କୁ; ଏବ-ନିଶ୍ଚିତଭାବେ; ଅଭିରକ୍ଷନ୍ତୁ-ସହାୟ ହୁଅନ୍ତୁ; ଭବନ୍ତଃ-ଆପଣମାନେ; ସର୍ବେ-ସମସ୍ତେ; ଏବ-ନିଶ୍ଚିତଭାବେ; ହି-ଠିକ୍ ସେହି ଭାବରେ ।
BG 1.11: ତେଣୁ, ମୁଁ କୌରବ ସେନାର ସମସ୍ତ ସେନାପତିମାନଙ୍କୁ ଆହ୍ୱାନ କରୁଅଛି ଯେ ଆପଣମାନେ ନିଜ ନିଜର ବ୍ୟୁହ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ ।
ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ ।
ଭିଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି ।।୧୧।।
ତେଣୁ, ମୁଁ କୌରବ ସେନାର ସମସ୍ତ ସେନାପତିମାନଙ୍କୁ ଆହ୍ୱାନ କରୁଅଛି ଯେ ଆପଣମାନେ ନିଜ ନିଜର ବ୍ୟୁହ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କୁ ପୂର୍ଣ୍ଣ ସହଯୋଗ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଦୁର୍ଯ୍ୟୋଧନ ପିତାମହ ଭୀଷ୍ମଙ୍କର ଅଭେଦ୍ୟ କ୍ଷମତାକୁ ତାଙ୍କ ସୈନ୍ୟ ବାହିନୀର ପ୍ରେରଣା ଏବଂ ଶକ୍ତି ଭାବେ ସ୍ୱୀକାର କରୁଥିଲେ । ତେଣୁ ସେ ତାଙ୍କର ସେନାପତିମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ବ୍ୟୁହ ରଚନାରେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କ ସହିତ ଏକଜୁଟ ହୁଅନ୍ତୁ ।