Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 1, Verse 14

ତତଃ ଶ୍ୱେତୈର୍ହୟୈର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ ।
ମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ ପ୍ରଦଧ୍ମତୁଃ ।।୧୪।।

ତତଃ-ତତ୍ପରେ; ଶ୍ୱେତୈଃ-ହୟୈଃ-ଶ୍ୱେତଅଶ୍ୱ ଦ୍ୱାରା; ଯୁକ୍ତେ-ଯୁକ୍ତହୋଇ; ମହତି ସ୍ୟନ୍ଦନେ-ମହାନ୍ ରଥରେ; ସ୍ଥିତୌ-ଉପବେଶନକରି; ମାଧବଃ-ଶ୍ରୀକୃଷ୍ଣ (ଲକ୍ଷ୍ମୀଙ୍କର ଧବ ବା ସ୍ୱାମୀ); ପାଣ୍ଡବଃ-ଅର୍ଜୁନ (ପାଣ୍ଡୁ ପୁତ୍ର); ଚ-ଏବଂ; ଏବ-ନିଶ୍ଚିତଭାବେ; ଦିବ୍ୟୌ-ଦିବ୍ୟ; ଶଙ୍ଖୌ-ଶଙ୍ଖମାନ; ପ୍ରଦଧ୍ମତୁଃ-ବାଜିଉଠିଲେ ।

Translation

BG 1.14: ତା’ପରେ ପାଣ୍ଡବ ବାହିନୀ ମଧ୍ୟରେ, ଶ୍ୱେତ ଅଶ୍ୱ ଯୁକ୍ତ ତେଜୀୟାନ ରଥରେ ଆରୋହଣ କରି, ମାଧବ ଏବଂ ଅର୍ଜୁନ ତାଙ୍କର ଦିବ୍ୟ ଶଙ୍ଖ ବଜାଇଲେ ।

Commentary

କୌରବ ସେନାଙ୍କ ଧ୍ୱନି ବନ୍ଦ ହେବା ପରେ, ଭବ୍ୟ ରଥରେ ଆସୀନ ଶ୍ରୀକୃଷ୍ଣ ଏବଂ ଅର୍ଜ୍ଜୁନ ଅତି ଉଚ୍ଚସ୍ୱରରେ ତାଙ୍କର ଶଙ୍ଖଗୁଡ଼ିକ ବଜାଇଲେ, ଯାହା ପାଣ୍ଡବମାନଙ୍କୁ ଯୁଦ୍ଧ ପ୍ରତି ଉତ୍ସାହିତ କଲା ।

ସଞ୍ଜୟ ଶ୍ରୀକୃଷ୍ଣଙ୍କ ପ୍ରତି ‘ମାଧବ’ ନାମ ବ୍ୟବହାର କରିଛନ୍ତି । ମା’ର ଅର୍ଥ ଐଶ୍ୱର୍ଯ୍ୟର ଦେବୀ, ଧବ ଅର୍ଥ ସ୍ୱାମୀ । ଶ୍ରୀକୃଷ୍ଣ ତାଙ୍କର ବିଷ୍ଣୁ ରୂପରେ, ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କର ସ୍ୱାମୀ ଅଟନ୍ତି । ଶ୍ଳୋକରେ ବ୍ୟବହୃତ ମାଧବ ଶବ୍ଦ ଏହା ସୂଚିତ କରୁଛି ଯେ ସୌଭାଗ୍ୟ ଦେବୀଙ୍କର ଆଶୀର୍ବାଦ ପାଣ୍ଡବମାନଙ୍କ ପକ୍ଷରେ ଅଛି ଏବଂ ସେମାନେ ଯୁଦ୍ଧରେ ଯଥାଶୀଘ୍ର ବିଜୟୀ ହୋଇ ରାଜ୍ୟ ଅଧିକାର କରିବେ ।

ପାଣ୍ଡବ ଅର୍ଥ ପଣ୍ଡୁଙ୍କର ପୁତ୍ରଗଣ । ପାଞ୍ଚ ଭାଇଙ୍କ ମଧ୍ୟରୁ କାହାକୁ ବି ପାଣ୍ଡବ କୁହାଯାଇ ପାରେ । ଏଠାରେ ଏହି ଶବ୍ଦ ଅର୍ଜ୍ଜୁନଙ୍କ ପାଇଁ ବ୍ୟବହୃତ ହୋଇଅଛି । ସେ ଯେଉଁ ଭବ୍ୟ ରଥ ଆରୋହଣ କରିଛନ୍ତି, ତାହା ତାଙ୍କୁ ଅଗ୍ନି ଦେବତା ଉପହାର ଦେଇଥିଲେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
1. ଅର୍ଜୁନ ବିଷାଦଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!