ଅର୍ଜୁନ ଉବାଚ
ସେନୟୋରୁଭୟୋର୍ମଧ୍ୟେ ରଥଂ ସ୍ଥାପୟ ମେଽଚ୍ୟୁତ ।।୨୧।।
ଯାବଦେତାନ୍ନିରୀକ୍ଷେଽହଂ ଯୋଦ୍ଧୁକାମାନବସ୍ଥିତାନ୍ ।
କୈର୍ମୟା ସହ ଯୋଦ୍ଧବ୍ୟମସ୍ମିନ୍ ରଣସମୁଦ୍ୟମେ ।।୨୨।।
ଅର୍ଜୁନ ଉବାଚ-ଅର୍ଜୁନ କହିଲେ; ସେନୟୋଃ-ସେନା; ଉଭୟୋଃ- ଦୁଇପକ୍ଷର; ମଧ୍ୟେ-ମଧ୍ୟରେ; ରଥଂ-ରଥ; ସ୍ଥାପୟ-ଦୟା କରି ରଖନ୍ତୁ; ମେ-ମୋର; ଅଚ୍ୟୁତ-ହେ ଅଚ୍ୟୁତ; ଯାବତ୍-ଯେପର୍ଯ୍ୟନ୍ତ; ଏତାନ୍-ଏସବୁ; ନିରୀକ୍ଷେ-ଦେଖିବି; ଅହଂ-ମୁଁ; ଯୋଦ୍ଧୁକାମାନ୍-ଯୁଦ୍ଧ କରିବାକୁ ଇଚ୍ଛୁକ; ଅବସ୍ଥିତାନ୍-ସଜ୍ଜିତ ହୋଇ ରହିଛନ୍ତି; କୈଃ-କେଉଁମାନଙ୍କ ସହିତ; ମୟା-ମୋ ଦ୍ୱାରା; ସହ-ସହିତ; ଯୋଦ୍ଧବ୍ୟମ୍-ଯୁଦ୍ଧ କରିବାକୁ ହେବ; ଅସ୍ମିନ୍-ଏହି; ରଣସମୁଦ୍ୟମେ-ଯୁଦ୍ଧ ପ୍ରଚେଷ୍ଟାରେ ।
BG 1.21-22: ଅର୍ଜୁନ କହିଲେ, ହେ ଅଚ୍ୟୁତ! ଦୟାକରି ମୋ ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟକୁ ନେଇଚାଲନ୍ତୁ, ଯଦ୍ୱାରା ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧାଗଣ, ଯାହାଙ୍କ ସହିତ ମୋତେ ଲଢ଼ିବାକୁ ପଡ଼ିବ, ମୁଁ ସେମାନଙ୍କୁ ଦେଖି ପାରିବି ।
ଅର୍ଜୁନ ଉବାଚ
ସେନୟୋରୁଭୟୋର୍ମଧ୍ୟେ ରଥଂ ସ୍ଥାପୟ ମେଽଚ୍ୟୁତ ।।୨୧।।
ଯାବଦେତାନ୍ନିରୀକ୍ଷେଽହଂ ଯୋଦ୍ଧୁକାମାନବସ୍ଥିତାନ୍ ।
କୈର୍ମୟା ସହ ଯୋଦ୍ଧବ୍ୟମସ୍ମିନ୍ ରଣସମୁଦ୍ୟମେ ।।୨୨।।
ଅର୍ଜୁନ କହିଲେ, ହେ ଅଚ୍ୟୁତ! ଦୟାକରି ମୋ ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟକୁ ନେଇଚାଲନ୍ତୁ, ଯଦ୍ୱାରା ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧାଗଣ, ଯାହାଙ୍କ ସହିତ ମୋତେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅର୍ଜୁନ, ସମଗ୍ର ସୃଷ୍ଟିର ପରମ ପ୍ରଭୁ, ଶ୍ରୀକୃଷ୍ଣଙ୍କର ଭକ୍ତ ଥିଲେ । ତଥାପି ଏହି ଶ୍ଳୋକରେ ଅର୍ଜୁନ ତାଙ୍କର ରଥକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇଯିବାକୁ ଶ୍ରୀକୃଷ୍ଣଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏହା ପ୍ରଭୁଙ୍କର ତାଙ୍କ ଭକ୍ତଙ୍କ ସହିତ ରହିଥିବା ସମ୍ପର୍କର ମଧୁରତାକୁ ସୂଚିତ କରୁଛି । ଭକ୍ତର ସ୍ନେହରେ ଋଣି ହୋଇ ପ୍ରଭୁ ତାଙ୍କର ଦାସ ପାଲଟି ଯାଆନ୍ତି ।
ଅହଂ ଭକ୍ତପରାଧୀନୋ ହ୍ୟସ୍ୱତନ୍ତ୍ର ଇବ ଦ୍ୱିଜ,
ସାଧୁଭିର୍ ଗ୍ରସ୍ତହୃଦୟୋ ଭକ୍ତୈର୍ ଭକ୍ତଜନପ୍ରିୟଃ । (ଭାଗବତମ୍ ୯.୪.୬୩)
“ଯଦିଓ ମୁଁ ପରମ ସ୍ୱତନ୍ତ୍ର, ତଥାପି ମୁଁ ମୋର ଭକ୍ତମାନଙ୍କର ଦାସତ୍ୱରେ ବାନ୍ଧି ହୋଇଯାଏ । ସେମାନେ ମୋର ଅତି ପ୍ରିୟ ଅଟନ୍ତି ଏବଂ ମୁଁ ତାଙ୍କ ଭକ୍ତିର ଋଣି ହୋଇଯାଏ ।” ଅର୍ଜୁନଙ୍କ ଭକ୍ତିର ଅନୁଗତ ହୋଇ ଶ୍ରୀକୃଷ୍ଣ ତାଙ୍କ ରଥର ସାରଥୀ ପଦ ସ୍ୱୀକାର କରିଛନ୍ତି ଏବଂ ଅର୍ଜୁନ ଯାତ୍ରୀ ସ୍ଥାନରେ ଆରାମରେ ବସି ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ।