ଅର୍ଜୁନ ଉବାଚ
ଦୃଷ୍ଟେ୍ୱମଂ ସ୍ୱଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍ ।
ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି ।।୨୮।।
ଅର୍ଜୁନ-ଅର୍ଜୁନ; ଉବାଚ-କହିଲେ; ଦୁଷ୍ଟ୍ୱା-ଦେଖି; ଇମଂ-ଏହାଙ୍କୁ; ସ୍ୱଜନଂ-ଆତ୍ମୀୟସ୍ୱଜନଙ୍କୁ; କୃଷ୍ଣ-ହେ କୃଷ୍ଣ; ଯୁଯୁତ୍ସୁଂ-ଯୁଦ୍ଧ କରିବା ପାଇଁ ଇଚ୍ଛୁକ; ସମୁପସ୍ଥିତମ୍-ସମସ୍ତେ ଉପସ୍ଥିତ; ସୀଦନ୍ତି-ଥରୁଛି; ମମ-ମୋର; ଗାତ୍ରାଣି-ଶରୀରର ଅଙ୍ଗପ୍ରତ୍ୟଙ୍ଗ; ମୁଖଂ-ମୁଖ; ଚ-ଏବଂ; ପରିଶୁଷ୍ୟତି-ଶୁଖିଯାଉଛି ।
BG 1.28: ଅର୍ଜୁନ କହିଲେ, ହେ କୃଷ୍ଣ! ମୋର ଆତ୍ମୀୟସ୍ୱଜନମାନେ ପରସ୍ପରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ଏକତ୍ରିତ ହୋଇଥିବା ଦେଖି, ମୋର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଉଛି ଏବଂ ମୁଖ ଶୁଷ୍କ ହୋଇଯାଉଛି ।
ଅର୍ଜୁନ ଉବାଚ
ଦୃଷ୍ଟେ୍ୱମଂ ସ୍ୱଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍ ।
ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି ।।୨୮।।
ଅର୍ଜୁନ କହିଲେ, ହେ କୃଷ୍ଣ! ମୋର ଆତ୍ମୀୟସ୍ୱଜନମାନେ ପରସ୍ପରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ଏକତ୍ରିତ ହୋଇଥିବା ଦେଖି, ମୋର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଉଛି ଏବଂ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅନୁରାଗ ଉଭୟ ମାୟିକ ବା ଆଧ୍ୟାତ୍ମିକ ମନୋଭାବ ହୋଇପାରେ । ନିଜ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଆସକ୍ତି ଏକ ମାୟିକ ଆବେଗ, ଯାହା ଶରୀର-ଭିତ୍ତିକ ଅଟେ । ନିଜକୁ ଶରୀର ଜ୍ଞାନ କରି ବ୍ୟକ୍ତି ଶାରୀରିକ ସମ୍ବନ୍ଧୀମାନଙ୍କ ପ୍ରତି ଆସକ୍ତ ହୋଇଥାଏ । ଏହି ଆସକ୍ତିର ଆଧାର ଅଜ୍ଞାନ ଅଟେ ଏବଂ ଏହା ବ୍ୟକ୍ତିର ଚେତନାକୁ ଅଧିକରୁ ଅଧିକ ମାୟିକ କରିଦେଇ ଥାଏ । ପରିଶେଷରେ ଏହି ଆସକ୍ତିର ଅନ୍ତ ଦୁଃଖରେ ହୋଇଥାଏ, କାରଣ ଶରୀରର ସମାପ୍ତିରେ ସମସ୍ତ ପାରିବାରିକ ସମ୍ବନ୍ଧର ମଧ୍ୟ ଅନ୍ତ ହୋଇଯାଏ । ଅନ୍ୟ ପକ୍ଷରେ, ଭଗବାନ ଆମ ଆତ୍ମାର ପିତା, ମାତା, ବନ୍ଧୁ, ସ୍ୱାମୀ ଏବଂ ପ୍ରେମୀ ଅଟନ୍ତି । ଫଳସ୍ୱରୂପ, ତାଙ୍କ ପ୍ରତି ଆସକ୍ତି ଆତ୍ମିକ ସ୍ତରରେ ଏକ ଅଧ୍ୟାତ୍ମିକ ମନୋଭାବ ଅଟେ, ଯାହାକି ଆମର ଚେତନାକୁ ଉନ୍ନତ ଏବଂ ବୁଦ୍ଧିକୁ ଉଦ୍ଭାସିତ କରିଥାଏ । ଭଗବତ୍ ପ୍ରେମ ଏକ ମହାସାଗର ସଦୃଶ ତା’ର ଅସୀମ ଉଦାରତାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିଥାଏ, କିନ୍ତୁ ଶାରୀରିକ ସମ୍ବନ୍ଧୀମାନଙ୍କ ପ୍ରତି ପ୍ରେମ ସଂକୀର୍ଣ୍ଣ ଏବଂ ବିଭେଦକ ଅଟେ । ଏଠାରେ, ଅର୍ଜୁନ ସଂସାରିକ ବନ୍ଧନ ଅନୁଭବ କରୁଥିଲେ, ଯାହାକି ତାଙ୍କର ମନକୁ ନିରାଶାର ସାଗରରେ ବୁଡ଼ାଇ ଦେଉଥିଲା ଏବଂ କର୍ତ୍ତବ୍ୟ ପାଳନର ଚିନ୍ତା ମାତ୍ରକେ ଭୟରେ ତାଙ୍କ ଶରୀରରେ କମ୍ପନ ଜାତ ହେଉଥିଲା ।