ପଶ୍ୟୈତାଂ ପାଣ୍ଡୁପୁତ୍ରାଣାମାଚାର୍ଯ୍ୟ ମହତୀଂ ଚମୂମ୍ ।
ବ୍ୟୁଢ଼ାଂ ଦ୍ରୃପଦ-ପୁତ୍ରେଣ ତବ ଶିଷ୍ୟେଣ ଧୀମତା ।।୩।।
ପଶ୍ୟ-ଦେଖନ୍ତୁ; ଏତାଂ-ଏମାନଙ୍କୁ; ପାଣ୍ଡୁ ପୁତ୍ରାଣାମ୍-ପାଣ୍ଡୁଙ୍କର ପୁତ୍ରମାନଙ୍କର; ଆଚାର୍ଯ୍ୟ-ହେ ଆଚାର୍ଯ୍ୟ; ମହତୀଂ-ମହାନ୍; ଚମୂମ୍-ସୈନ୍ୟବାହିନୀ; ବ୍ୟୂଢ଼ାଂ-ସଜ୍ଜିତ; ଦ୍ରୁପଦ ପୁତ୍ରେଣ-ଦ୍ରୁପଦଙ୍କର ପୁତ୍ର, ଧୃଷ୍ଟଦ୍ୟୁମ୍ନ; ତବ-ଆପଣଙ୍କର; ଶିଷ୍ୟେଣ-ଶିଷ୍ୟଙ୍କଦ୍ୱାରା; ଧୀମତା-ଅତ୍ୟନ୍ତ ବୁଦ୍ଧିମାନ୍ ।
BG 1.3: ଦୁର୍ଯ୍ୟୋଧନ କହିଲେ: ପୂଜ୍ୟ ଗୁରୁଦେବ! ଆପଣଙ୍କର ପ୍ରତିଭାବାନ୍ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ଅତି ନିପୁଣତାର ସହିତ ଯୁଦ୍ଧ ପାଇଁ ସଜ୍ଜିତ ପାଣ୍ଡୁପୁତ୍ରମାନଙ୍କର ସୈନ୍ୟବାହିନୀକୁ ଲକ୍ଷ୍ୟ କରନ୍ତୁ ।
ପଶ୍ୟୈତାଂ ପାଣ୍ଡୁପୁତ୍ରାଣାମାଚାର୍ଯ୍ୟ ମହତୀଂ ଚମୂମ୍ ।
ବ୍ୟୁଢ଼ାଂ ଦ୍ରୃପଦ-ପୁତ୍ରେଣ ତବ ଶିଷ୍ୟେଣ ଧୀମତା ।।୩।।
ଦୁର୍ଯ୍ୟୋଧନ କହିଲେ: ପୂଜ୍ୟ ଗୁରୁଦେବ! ଆପଣଙ୍କର ପ୍ରତିଭାବାନ୍ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ଅତି ନିପୁଣତାର ସହିତ ଯୁଦ୍ଧ ପାଇଁ ସଜ୍ଜିତ ପାଣ୍ଡୁପୁତ୍ରମାନଙ୍କର ସୈନ୍ୟବାହିନୀକୁ ଲକ୍ଷ୍ୟ କରନ୍ତୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଦୁର୍ଯ୍ୟୋଧନ ଅତ୍ୟନ୍ତ ଚତୁରତାର ସହ ତାଙ୍କର ଯୁଦ୍ଧଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ, ଅତୀତରେ ସେ କରିଥିବା ଏକ ଭୁଲ ପ୍ରତି ସୂଚିତ କରିଛନ୍ତି । ଏକଦା ଦ୍ରୋଣାଚାର୍ଯ୍ୟ ଓ ରାଜା ଦ୍ରୃପଦଙ୍କ ମଧ୍ୟରେ ଏକ ରାଜନୈତିକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । କ୍ରୋଧାନ୍ୱିତ ହୋଇ, ଦ୍ରୃପଦ ଏକ ଯଜ୍ଞ କରିଥିଲେ ଏବଂ ଏକ ପୁତ୍ର ପାପ୍ତିର ବରଦାନ ପାଇଥିଲେ, ଯିଏ କି ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବାକୁ ସମର୍ଥ ହେବେ । ଏହି ବରଦାନ ସ୍ୱରୂପ, ଧୃଷ୍ଟଦ୍ୟୁମ୍ନ ତାଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ ।
ଦ୍ରୋଣାଚାର୍ଯ୍ୟ ଯଦିଓ ଧୃଷ୍ଟଦ୍ୟୁମ୍ନଙ୍କର ଜନ୍ମର ଉଦ୍ଦେଶ୍ୟ ଜାଣିଥିଲେ, ଯେତେବେଳେ ଧୃଷ୍ଟଦ୍ୟୁମ୍ନଙ୍କର ସାମରିକ ଶିକ୍ଷା ତାଙ୍କ ଉପରେ ନ୍ୟସ୍ତ କରାଗଲା, ତାଙ୍କର ସମସ୍ତ ଜ୍ଞାନ ଧୃତଦ୍ୟୁମ୍ନଙ୍କୁ ଅର୍ପଣ କରିବାରେ ସେ କୁଣ୍ଠାବୋଧ କରି ନ ଥିଲେ । ବର୍ତ୍ତମାନ ଏହି ଯୁଦ୍ଧରେ, ଧୃଷ୍ଟଦ୍ୟୁମ୍ନ ସେନାପତି ଭାବରେ ପାଣ୍ଡବଙ୍କ ପକ୍ଷଭୁକ୍ତ ହୋଇଛନ୍ତି ଏବଂ ସେ ହିଁ ଏହି ସମରସଜ୍ଜା କରିଛନ୍ତି । ଦୁର୍ଯ୍ୟୋଧନ ଏହା ସୂଚିତ କରୁଛନ୍ତି ଯେ ଅତୀତର ତାଙ୍କର ସେହି ଉଦାରତା ପାଇଁ ବର୍ତ୍ତମାନ ତାଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଅଛି ଏବଂ ଆଗକୁ ପାଣ୍ଡବଙ୍କ ସହିତ ଯୁଦ୍ଧ ସମୟରେ ସେ ଏହିପରି ଉଦାରତା ପ୍ରଦର୍ଶନ ଉଚିତ ନୁହେଁ ।