Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 1, Verse 32-33

ନ କାଙ୍‌କ୍ଷେ ବିଜୟଂ କୃଷ୍ଣ ନ ଚ ରାଜ୍ୟଂ ସୁଖାନି ଚ ।
କିଂ ନୋ ରାଜ୍ୟେନ ଗୋବିନ୍ଦ କିଂ ଭୋଗୈର୍ଜୀବିତେନ ବା ।।୩୨।। ଯେଷାମର୍ଥେ କାଙ୍‌କ୍ଷିତଂ ନୋ ରାଜ୍ୟଂ ଭୋଗାଃ ସୁଖାନି ଚ ।
ତ ଇମେଽବସ୍ଥିତା ଯୁଦ୍ଧେ ପ୍ରାଣାଂସ୍ତ୍ୟକ୍ତ୍ୱା ଧନାନି ଚ ।।୩୩।।

ନ-ନୁହେଁ; କାଙ୍‌କ୍ଷେ-ମୁଁ ଇଚ୍ଛା କରେ; ବିଜୟଂ-ବିଜୟ; କୃଷ୍ଣ-ହେ କୃଷ୍ଣ; ନ-କିମ୍ବା ନୁହେଁ; ଚ-ମଧ୍ୟ; ରାଜ୍ୟଂ-ରାଜ୍ୟ; ସୁଖାନି-ସୁଖ; ଚ-ମଧ୍ୟ ।କିଂ-କ’ଣ ଦରକାର; ନଃ-ଆମ୍ଭମାନଙ୍କର; ରାଜ୍ୟେନ-ରାଜ୍ୟରେ; ଗୋବିନ୍ଦ-ହେ କୃଷ୍ଣ; କିଂ-କ’ଣ; ଭୌଗୈଃ-ଭୋଗରେ; ଜୀବିତେନ-ଜୀବନରେ; ବା-କିମ୍ବା; ଯେଷାଂ-ଯେଉଁମାନଙ୍କର; ଅର୍ଥେ-ନିମିତ୍ତ; କାଙ୍‌କ୍ଷିତଂ-ଅଭିଳଷିତ; ନଃ-ଆମ୍ଭମାନଙ୍କର; ରାଜ୍ୟଂ-ରାଜ୍ୟ; ଭୋଗାଃ-ଭୌତିକ ସୁଖଭୋଗ; ସୁଖାନି-ସମସ୍ତ ସୁଖ; ଚ-ମଧ୍ୟ; ତେ-ସେମାନେ ସମସ୍ତେ; ଇମେ-ଏହି ସବୁ; ଅବସ୍ଥିତାଃ-ଅବସ୍ଥିତ; ଯୁଦ୍ଧେ-ଏହି ଯୁଦ୍ଧକ୍ଷେତ୍ରରେ; ପ୍ରାଣାନ୍‌-ଜୀବନକୁ; ତ୍ୟକ୍ତ୍ୱା-ତ୍ୟାଗ କରି; ଧନାନି-ଧନ; ଚ-ମଧ୍ୟ ।

Translation

BG 1.32-33: ହେ କୃଷ୍ଣ! ମୁଁ ବିଜୟ, ରାଜ୍ୟ ବା ତଦ୍ୱାରା ମିଳୁଥିବା ସୁଖ ଚାହୁଁନାହିଁ । ସେହି ରାଜ୍ୟ, ସୁଖ ବା ଜୀବନରୁ କ’ଣ ମିଳିବ, ଯଦି ଯାହାପାଇଁ ଆମେ ଏହାକୁ ହାସଲ କରିବାକୁ ଯାଉଛୁ, ସେମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧରେ ଠିଆ ହୋଇଥାଆନ୍ତି?

Commentary

ହତ୍ୟା କରିବା ପାପ ଅଟେ - ଏହି ଭାବନାରୁ ଅର୍ଜୁନଙ୍କଠାରେ ଦ୍ୱନ୍ଦ୍ୱର ସୃଷ୍ଟି ହେଲା । ଅର୍ଜୁନ ଅନୁଭବ କଲେ, ଯଦି ରାଜ୍ୟପ୍ରାପ୍ତି ପାଇଁ ସେ ଏଭଳି ହୃଦୟହୀନ କାର୍ଯ୍ୟ କରନ୍ତି, ତାହା ତାଙ୍କର ଇପ୍‌ସିତ ସୁଖ ପ୍ରଦାନ କରିବ ନାହିଁ । ଏହି ବିଜୟର ଆନନ୍ଦ ସେ ତାଙ୍କର ବନ୍ଧୁ ଏବଂ ଆତ୍ମୀୟଙ୍କ ସହିତ ଭୋଗ କରିପାରିବେ ନାହିଁ, କାରଣ ସେମାନଙ୍କୁ ହତ୍ୟାକରି ହିଁ ସେ ଏହି ବିଜୟ ହାସଲ କରିବେ ।

ଏଠାରେ ଅର୍ଜୁନ ନିମ୍ନସ୍ତରର ଭାବନା ପ୍ରକାଶ କରୁଛନ୍ତି ଏବଂ ଭୁଲ୍‌ରେ ତାକୁ ଦିବ୍ୟ ଭାବନା ମନେ କରୁଛନ୍ତି । ସାଂସାରିକ ବିଭବ ଏବଂ ମାୟିକ ସମୃଦ୍ଧି ପ୍ରତି ଉଦାସୀନତା ଏକ ପ୍ରଶଂସନୀୟ ଆଧ୍ୟାତ୍ମିକ ଗୁଣ ଅଟେ, କିନ୍ତୁ ଅର୍ଜୁନ ତାହାକୁ ଆଧ୍ୟାତ୍ମିକ ଚେତନାରେ ଅନୁଭବ କରୁନାହାନ୍ତି । ସେ ଅନୁଭବ କରୁଥିବା ସଂବେଦନା ତାଙ୍କର ମୋହର ଛଦ୍ମରୂପ ଅଟେ । ସଦ୍‌ଭାବନା ଆନ୍ତରିକ ସମନ୍ୱୟ ସୃଷ୍ଟି କରି ପରିତୃପ୍ତି ପ୍ରଦାନ କରିବା ସହିତ ଆତ୍ମାକୁ ଆହ୍ଲାଦିତ କରିଥାଏ । ଅର୍ଜୁନଙ୍କର ସଂବେଦନା ଯଦି ଦିବ୍ୟ ହୋଇଥାଆନ୍ତା, ତେବେ ସେହି ଅନୁଭବ ତାଙ୍କୁ ଚେତନାର ଉଚ୍ଚ ସ୍ତରରେ ଅବସ୍ଥାପିତ କରିଥାଆନ୍ତା । କିନ୍ତୁ ତାଙ୍କର ଅନୁଭୂତି ଠିକ୍ ଓଲଟା ଥିଲା, ସେ ତାଙ୍କ ମନ ଓ ବୁଦ୍ଧିରେ ଅସମଞ୍ଜସ, କର୍ମ ପ୍ରତି ଅସନ୍ତୋଷ ଏବଂ ଅନ୍ତରରେ ବିଷାଦ ଅନୁଭବ କରୁଛନ୍ତି । ତାଙ୍କ ଅନୁଭବର ଏହି ପ୍ରଭାବ ସୂଚିତ କରିଥାଏ ଯେ ଯେଉଁ ସଂବେଦନା ସେ ଅନୁଭବ କରୁଛନ୍ତି, ତାହା ତାଙ୍କର ମୋହ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
1. ଅର୍ଜୁନ ବିଷାଦଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!