ଆଚାର୍ଯ୍ୟଃ ପିତରଃ ପୁତ୍ରାସ୍ତଥୈବ ଚ ପିତାମହାଃ
ମାତୁଳାଃ ଶ୍ୱଶୁରାଃ ପୌତ୍ରାଃ ଶ୍ୟାଳାଃ ସମ୍ବନ୍ଧିନସ୍ତଥା ।।୩୪।।
ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୁଦନ ।
ଅପି ତ୍ରୈଲୋକ୍ୟରାଜ୍ୟସ୍ୟ ହେତୋଃ କିଂ ନୁ ମହୀକୃତେ ।।୩୫।।
BG 1.34-35: ଗୁରୁ, ପିତା, ପୁତ୍ର, ପ୍ରପିତା, ମାମୁଁ, ନାତି, ଶ୍ୱଶୁର, ଶାଳକ ଏବଂ ଅନ୍ୟ ଆତ୍ମୀୟ ଗଣ ଏଠାରେ ନିଜର ଜୀବନ ଓ ସମ୍ବନ୍ଧକୁ ବାଜି ଲଗାଇଛନ୍ତି । ହେ ମଧୁସୁଦନ! ସେମାନେ ମୋତେ ଆକ୍ରମଣ କଲେ ବି ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁ ନାହିଁ । ହେ ଜନାର୍ଦ୍ଦନ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ହତ୍ୟା କରି, ତ୍ରିଲୋକରେ ଆମକୁ କି ସୁଖ ଅବା ପ୍ରାପ୍ତହେବ, ପୃଥିବୀ ତ ତୁଚ୍ଛ ମାତ୍ର ।
ଆଚାର୍ଯ୍ୟଃ ପିତରଃ ପୁତ୍ରାସ୍ତଥୈବ ଚ ପିତାମହାଃ
ମାତୁଳାଃ ଶ୍ୱଶୁରାଃ ପୌତ୍ରାଃ ଶ୍ୟାଳାଃ ସମ୍ବନ୍ଧିନସ୍ତଥା ।।୩୪।।
ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୁଦନ ।
ଅପି ତ୍ରୈଲୋକ୍ୟରାଜ୍ୟସ୍ୟ ହେତୋଃ କିଂ ନୁ ମହୀକୃତେ ।।୩୫।।
ଗୁରୁ, ପିତା, ପୁତ୍ର, ପ୍ରପିତା, ମାମୁଁ, ନାତି, ଶ୍ୱଶୁର, ଶାଳକ ଏବଂ ଅନ୍ୟ ଆତ୍ମୀୟ ଗଣ ଏଠାରେ ନିଜର ଜୀବନ ଓ ସମ୍ବନ୍ଧକୁ ବାଜି ଲଗାଇଛନ୍ତି । …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଦ୍ରୋଣାଚାର୍ଯ୍ୟ ଏବଂ କୃପାଚାର୍ଯ୍ୟ ଅର୍ଜୁନଙ୍କ ଗୁରୁ ଥିଲେ । ଭୀଷ୍ମ ଏବଂ ସୋମଦତ୍ତ ତାଙ୍କର ପିତାମହ, ଭୁରିଶ୍ରବା ତାଙ୍କ ପିତୁତୁଲ୍ୟ (ସୋମଦତ୍ତଙ୍କ ପୁତ୍ର), ପୁରୋଜିତ, କୁନ୍ତିଭୋଜ, ଶଲ୍ୟ ଏବଂ ଶକୁନି ତାଙ୍କର ମାମୁଁ ଏବଂ ଧୃତରାଷ୍ଟ୍ରଙ୍କ ଶତପୁତ୍ର ତାଙ୍କର ସମ୍ପର୍କୀୟ ଭାଇ, ଲକ୍ଷ୍ମଣ (ଦୁର୍ଯ୍ୟୋଧନଙ୍କ ପୁତ୍ର) ତାଙ୍କର ସନ୍ତାନ ପରି ଥିଲେ । ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଥିବା ଯୋଦ୍ଧାମାନଙ୍କ ସହ ତାଙ୍କର ସର୍ମ୍ପକ ବିଷୟରେ ଆଲୋଚନା କରୁଛନ୍ତି । ସେ ଅପି ବା ଯଦିଓ ଶବ୍ଦ ଦୁଇଥର ପ୍ରୟୋଗ କରିଛନ୍ତି । ପ୍ରଥମତଃ, “ଯଦିଓ ସେମାନେ ମୋତେ ହତ୍ୟା କରିବାକୁ ଚାହୁଛନ୍ତି, ମୁଁ କାହିଁକି ତାଙ୍କୁ ହତ୍ୟା କରିବି”? ଦ୍ୱିତୀୟତଃ, “ଯଦିଓ ସେମାନଙ୍କୁ ହତ୍ୟାକରି ମୁଁ ରାଜ୍ୟ ପ୍ରାପ୍ତ କରିବି, କିନ୍ତୁ ସେଥିରେ କି ଲାଭ?”