ଅତ୍ର ଶୂରା ମହେଷ୍ୱାସା ଭୀମାର୍ଜୁନସମା ଯୁଧି ।
ଯୁଯୁଧାନୋ ବିରାଟଶ୍ଚ ଦ୍ରୃପଦଶ୍ଚ ମହାରଥଃ ।।୪।।
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯବାନ୍
ପୁରୁଜିତ୍ କୁନ୍ତିଭୋଜଶ୍ଚ ଶୈବଶ୍ଚ ନରପୁଙ୍ଗବଃ ।।୫।।
ଯୁଧାମନ୍ୟୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବୀର୍ଯବାନ୍ ।
ସୌଭଦ୍ରୋ ଦ୍ରୌପଦେୟାଶ୍ଚ ସର୍ବ ଏବ ମହାରଥାଃ ।।୬।।
ଅତ୍ର-ଏଠାରେ; ଶୂରାଃ-ବୀର ଯୋଦ୍ଧାମାନେ; ମହେଷ୍ୱାସାଃ-ବଳଶାଳୀ ଧନୁର୍ଦ୍ଧାରୀଗଣ; ଭୀମ-ଅର୍ଜୁନ-ଭୀମ ଏବଂ ଅର୍ଜୁନ; ସମାଃ-ସମାନ, ଯୁଧି-ଯୁଦ୍ଧରେ; ଯୁଯୁଧାନଃ-ଯୁଯୁଧାନ, ବିରାଟଃ-ବିରାଟ; ଚ-ଏବଂ; ଦ୍ରୁପଦଃ-ଦ୍ରୁପଦ; ଚ-ଏବଂ, ମହାରଥଃ-ବିଶିଷ୍ଟ ଯୋଦ୍ଧା, ଧୃଷ୍ଟକେତୁଃ-ଧୃଷ୍ଟକେତୁ; ଚେକିତାନଃ-ଚେକିତାନ; କାଶିରାଜଃ-କାଶିରାଜ; ଚ-ଏବଂ; ବୀର୍ଯ୍ୟବାନ-ଅତ୍ୟନ୍ତ ଶକ୍ତିଶାଳୀ; ପୁରୁଜିତ୍-ପୁରୁଜିତ୍; କୁନ୍ତି-ଭୋଜଃ-କୁନ୍ତିଭୋଜ; ଚ-ଏବଂ; ଶୈବ୍ୟଃ-ଶୈବ୍ୟ; ଚ-ଏବଂ; ନରପୁଙ୍ଗବଃ-ଶ୍ରେଷ୍ଠ ମନୁଷ୍ୟ; ଯୁଧାମନ୍ୟୁଃ-ଯୁଧାମନ୍ୟୁ; ଚ-ଏବଂ; ବିକ୍ରାନ୍ତଃ-ସାହସୀ; ଉତ୍ତମୌଜାଃ-ଉତ୍ତମୌଜା; ଚ-ଏବଂ; ବୀର୍ଯ୍ୟବାନ୍-ଅତୀନ୍ତ ବଳଶାଳୀ; ସୌଭଦ୍ରଃ-ସୁଭଦ୍ରାଙ୍କ ପୁତ୍ର; ଦ୍ରୌପଦେୟାଃ-ଦ୍ରୌପଦୀଙ୍କର ପୁତ୍ରଗଣ; ଚ-ଏବଂ; ସର୍ବେ-ସମସ୍ତେ; ଏବ-ନିଶ୍ଚିତଭାବେ; ମହାରଥାଃ- ଏକାକୀ ଦଶ ହଜାର ଯୋଦ୍ଧାଙ୍କର ବଳ ରଖିଥିବା ଶ୍ରେଷ୍ଠ ଯୋଦ୍ଧା, ମହାରଥୀ ।
BG 1.4-6: ତାଙ୍କର ସୈନ୍ୟ ବାହୀନିକୁ ଲକ୍ଷ କରନ୍ତୁ । ସେଥିରେ ଯୁଯୁଧାନ, ବିରାଟ ଓ ଦ୍ରୃପଦଙ୍କ ପରି ଅନେକ ଶକ୍ତିଶାଳୀ ଧନୁର୍ଧାରୀ ଯୋଦ୍ଧା ଅଛନ୍ତି, ଯେଉଁମାନେ କି ସାମରିକ ଶକ୍ତିରେ ଭୀମ ଓ ଅର୍ଜୁନଙ୍କ ସମତୁଲ୍ୟ ଅଟନ୍ତି । ଆହୁରି ମଧ୍ୟ ଧୃଷ୍ଟକେତୁ, କାଶୀରାଜ, ଚେକିତାନ, ପୁରୁଜିତ, କୁନ୍ତିଭୋଜ ଏବଂ ଶୈବଙ୍କ ପରି ପ୍ରଖ୍ୟାତ ଯୋଦ୍ଧା ଓ ନରଶ୍ରେଷ୍ଠଗଣ ଉପସ୍ଥିତ ଅଛନ୍ତି । ସାହସୀ ଯୁଧାମନ୍ୟୁ, ଶକ୍ତିଶାଳୀ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଏବଂ ଦ୍ରୌପଦୀଙ୍କ ପୁତ୍ରଙ୍କ ପରି ପ୍ରଖ୍ୟାତ ସେନାଧ୍ୟକ୍ଷ ମାନେ ଅଛନ୍ତି ।
ଅତ୍ର ଶୂରା ମହେଷ୍ୱାସା ଭୀମାର୍ଜୁନସମା ଯୁଧି ।
ଯୁଯୁଧାନୋ ବିରାଟଶ୍ଚ ଦ୍ରୃପଦଶ୍ଚ ମହାରଥଃ ।।୪।।
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯବାନ୍
ପୁରୁଜିତ୍ କୁନ୍ତିଭୋଜଶ୍ଚ ଶୈବଶ୍ଚ ନରପୁଙ୍ଗବଃ ।।୫।।
ଯୁଧାମନ୍ୟୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବୀର୍ଯବାନ୍ ।
ସୌଭଦ୍ରୋ ଦ୍ରୌପଦେୟାଶ୍ଚ ସର୍ବ ଏବ ମହାରଥାଃ ।।୬।।
ତାଙ୍କର ସୈନ୍ୟ ବାହୀନିକୁ ଲକ୍ଷ କରନ୍ତୁ । ସେଥିରେ ଯୁଯୁଧାନ, ବିରାଟ ଓ ଦ୍ରୃପଦଙ୍କ ପରି ଅନେକ ଶକ୍ତିଶାଳୀ ଧନୁର୍ଧାରୀ ଯୋଦ୍ଧା ଅଛନ୍ତି, ଯେଉଁମାନେ କି ସାମରିକ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ବିପତ୍ତିର ଆଶଙ୍କାରେ ଭୟଭୀତ ଦୁର୍ଯ୍ୟୋଧନଙ୍କ ଦୃଷ୍ଟିରେ, ପାଣ୍ଡବମାନଙ୍କର ସୈନ୍ୟବାହିନୀ ବାସ୍ତବତା ଠାରୁ ଅଧିକ ପ୍ରତୀତ ହେଉଥିଲା । ସେ ନିଜର ଉଦ୍ବେଗ ପ୍ରକାଶ କରି, ପାଣ୍ଡବ ପକ୍ଷରେ ଥିବା ମହାରଥୀ (ଜଣେ ଯୋଦ୍ଧା ଯାହାର ବଳ ଦଶହଜାର ସାଧାରଣ ଯୋଦ୍ଧାଙ୍କ ବଳ ସହିତ ସମାନ)ମାନଙ୍କ ପ୍ରତି ଈଶାରା କରୁଛନ୍ତି । ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ପକ୍ଷରେ ଥିବା ଅସାଧାରଣ ବୀର, ଯେଉଁମାନେ କି ଭୀମ ଏବଂ ଅର୍ଜୁନଙ୍କ ପରି ଶକ୍ତିଶାଳୀ ଅଟନ୍ତି ଏବଂ ଦୁର୍ଜେୟ ସେନାଧ୍ୟକ୍ଷ ଅଟନ୍ତି, ସେମାନଙ୍କ ବିଷୟରେ ସୂଚନା ଦେଉଛନ୍ତି ।