ସଞ୍ଜୟ ଉବାଚ
ଏବମୁକ୍ତ୍ୱାର୍ଜୁନଃ ସଙ୍ଖ୍ୟେ ରଥୋପସ୍ଥ ଉପାବିଶତ୍ ।
ବିସୃଜ୍ୟ ସଶରଂ ଚାପଂ ଶୋକସଂବିଗ୍ନମାନସଃ ।।୪୭।।
ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଏବଂ-ଏହିପରି; ଉକ୍ତ୍ୱା-କହି; ଅର୍ଜୁନଃ-ଅର୍ଜୁନ; ସଙ୍ଖ୍ୟେ-ଯୁଦ୍ଧ କ୍ଷେତ୍ରରେ; ରଥ ଉପସ୍ଥଃ-ରଥରେ ; ଉପାବିଶତ୍-ବସି ରହିଲେ; ବିସୃଜ୍ୟ-ରଖି ଦେଇ; ସଶରଂ-ଶର ସହିତ; ଚାପଂ-ଧନୁ; ଶୋକ-ଶୋକ (ଦୁଃଖ); ସଂବିଗ୍ନ-ଦୁଃଖିତ; ମାନସଃ-ମନରେ ।
BG 1.47: ସଞ୍ଜୟ କହିଲେ, ଅର୍ଜୁନ ଏହା କହି ତାଙ୍କର ଧନୁ ଓ ତୀରକୁ ଦୂରେଇ ରଖି ଦେଲେ ଏବଂ ରଥ ଉପରେ ବସିପଡ଼ିଲେ । ତାଙ୍କର ମନ ବ୍ୟଥିତ ଏବଂ ଶୋକରେ ଅଭିଭୂତ ହୋଇଉଠିଲା ।
ସଞ୍ଜୟ ଉବାଚ
ଏବମୁକ୍ତ୍ୱାର୍ଜୁନଃ ସଙ୍ଖ୍ୟେ ରଥୋପସ୍ଥ ଉପାବିଶତ୍ ।
ବିସୃଜ୍ୟ ସଶରଂ ଚାପଂ ଶୋକସଂବିଗ୍ନମାନସଃ ।।୪୭।।
ସଞ୍ଜୟ କହିଲେ, ଅର୍ଜୁନ ଏହା କହି ତାଙ୍କର ଧନୁ ଓ ତୀରକୁ ଦୂରେଇ ରଖି ଦେଲେ ଏବଂ ରଥ ଉପରେ ବସିପଡ଼ିଲେ । ତାଙ୍କର ମନ ବ୍ୟଥିତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅନେକ ସମୟରେ ଲୋକେ କଥା କହୁ କହୁ ଭାବୁକ ହୋଇଉଠନ୍ତି, ସେହିପରି ଅର୍ଜୁନଙ୍କର ନୈରାଶ୍ୟ ଯାହା ୧:୨୮ ଶ୍ଲୋକରେ ସୃଷ୍ଟି ହୋଇଥିଲା, ତାହା ଏବେ ଚରମ ସୀମାରେ ପହଞ୍ôଚଗଲା । ସେ ହତୋତ୍ସାହିତ ହୋଇ ସଂଘର୍ଷ ଛାଡ଼ି ନିଜକୁ ଧାର୍ମିକ କର୍ତ୍ତବ୍ୟରେ ନିୟୋଜିତ କରିବାକୁ ଇଚ୍ଛା କରୁଛନ୍ତି, ଯାହା ଜ୍ଞାନ ଏବଂ ଭକ୍ତିରେ ଭଗବାନଙ୍କ ପ୍ରତି ଆତ୍ମ-ସମର୍ପଣର ସମ୍ପୂର୍ଣ୍ଣ ବିପରୀତ ଅଟେ । ଏଠାରେ ସ୍ପଷ୍ଟ କରିଦେବା ଉଚିତ ଯେ ଅର୍ଜୁନ ଆଧ୍ୟାତ୍ମିକ ଜ୍ଞାନ ରହିତ ଜଣେ ନୂଆ ଶିଖାଳି ନ ଥିଲେ । ସେ ସ୍ୱର୍ଗକୁ ଯାଇ, ସ୍ୱର୍ଗର ରାଜା ଇନ୍ଦ୍ରଙ୍କ ଠାରୁ ଉପଦେଶ ଗ୍ରହଣ କରିଥିଲେ । ପ୍ରକୃତରେ ପୂର୍ବ ଜନ୍ମରେ ସେ ନର ଥିଲେ ଏବଂ ଦିବ୍ୟଜ୍ଞାନରେ ସ୍ଥିତ ଥିଲେ । (ନର-ନାରାୟଣ ଅବତାରରେ ନର ପରିପୂର୍ଣ୍ଣ ଆତ୍ମା ଥିଲେ ଏବଂ ନାରାୟଣ ପରଂବ୍ରହ୍ମ ଥିଲେ ।) ମହାଭାରତ ପୂର୍ବରୁ, ସମ୍ପୁର୍ଣ୍ଣ ଯାଦବ ସେନା ଦୁର୍ଯୋଧନଙ୍କୁ ଦେଇ, ଅର୍ଜୁନ କେବଳ ଶ୍ରୀକୃଷ୍ଣଙ୍କୁ ନିଜର ପକ୍ଷଭୁକ୍ତ କରିବା ଏହାର ଜ୍ୱଳନ୍ତ ପ୍ରମାଣ ଥିଲା । ସେ ଏହା ବିଶ୍ୱାସ କରୁଥିଲେ ଯେ ଯଦି ଭଗବାନ ତାଙ୍କ ପକ୍ଷରେ ଅଛନ୍ତି, ତାହେଲେ ସେମାନେ କେବେହେଲେ ପରାସ୍ତ ହେବେ ନାହିଁ । କିନ୍ତୁ ଆଗକୁ ମାନବ ସମାଜର କଲ୍ୟାଣ ପାଇଁ, ଶ୍ରୀକୃଷ୍ଣ ଭଗବଦ୍ ଗୀତାର ବାର୍ତ୍ତା ଦେବାକୁ ଚାହିଁଥିଲେ ଏବଂ ସେଥିପାଇଁ ଏକ ଉପଯୁକ୍ତ ପରିସ୍ଥିତିରେ ସେ ଜାଣିଶୁଣି ଅର୍ଜୁନଙ୍କ ମନରେ ଏହି ଦ୍ୱନ୍ଦ ଉତ୍ପନ୍ନ କରିଛନ୍ତି ।