ଅସ୍ମାକଂ ତୁ ବିଶିଷ୍ଟା ଯେ ତାନ୍ନିବୋଧ ଦ୍ୱିଜୋତ୍ତମ ।
ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥଂ ତାନ୍ବ୍ରବୀମି ତେ ।।୭।।
ଅସ୍ମାକଂ-ଆମ୍ଭମାନଙ୍କର; ତୁ-କିନ୍ତୁ; ବିଶିଷ୍ଟାଃ-ବିଶେଷ ଶକ୍ତିଶାଳୀ; ଯେ-ଯେଉଁମାନେ; ତାନ୍-ସେମାନଙ୍କୁ; ନିବୋଧ-ଜାଣିରଖନ୍ତୁ; ଦ୍ୱିଜୋତ୍ତମ-ଦ୍ୱିଜ ବା (ବାହ୍ମଣ)ମାନଙ୍କ ମଧ୍ୟରେ ଶ୍ରେଷ୍ଠ; ନାୟକାଃ-ନାୟକ ବା ସେନାପତିଗଣ; ମମ-ମୋର; ସୈନ୍ୟସ୍ୟ-ସୈନ୍ୟମାନଙ୍କର; ସଂଜ୍ଞା-ଅର୍ଥଂ-ଜଣାଇବା ପାଇଁ; ତାନ୍-ସେମାନଙ୍କୁ; ବ୍ରବୀମି-ମୁଁ କହୁଛି; ତେ-ଆପଣଙ୍କର ।
BG 1.7: ହେ ବ୍ରାହ୍ମଣ ଶ୍ରେଷ୍ଠ! ଆମ ପକ୍ଷରେ ଥିବା ବିଶିଷ୍ଟ ଯୋଦ୍ଧା, ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ନେତୃତ୍ୱ ନେବାରେ ପ୍ରବୀଣ, ସେମାନଙ୍କ ବିଷୟରେ ଶୁଣନ୍ତୁ । ମୁଁ ଆପଣଙ୍କୁ ସେମାନଙ୍କ ବିଷୟରେ କହୁଛି ।
ଅସ୍ମାକଂ ତୁ ବିଶିଷ୍ଟା ଯେ ତାନ୍ନିବୋଧ ଦ୍ୱିଜୋତ୍ତମ ।
ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥଂ ତାନ୍ବ୍ରବୀମି ତେ ।।୭।।
ହେ ବ୍ରାହ୍ମଣ ଶ୍ରେଷ୍ଠ! ଆମ ପକ୍ଷରେ ଥିବା ବିଶିଷ୍ଟ ଯୋଦ୍ଧା, ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ନେତୃତ୍ୱ ନେବାରେ ପ୍ରବୀଣ, ସେମାନଙ୍କ ବିଷୟରେ ଶୁଣନ୍ତୁ । ମୁଁ ଆପଣଙ୍କୁ ସେମାନଙ୍କ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
କୌରବ ସେନା ବାହନୀର ମୁଖ୍ୟ ସେନାଧ୍ୟକ୍ଷ, ଦ୍ରୋଣାଚାର୍ଯ୍ୟଙ୍କୁ ଦୁର୍ଯ୍ୟୋଧନ ଦ୍ୱିଜୋତ୍ତମ (ବ୍ରାହ୍ମଣଙ୍କ ମଧ୍ୟରେ ଶ୍ରେଷ୍ଠ) ଭାବରେ ସମ୍ବୋଧନ କରୁଛନ୍ତି । ସେ ଜାଣିଶୁଣି ଏହି ଶବ୍ଦଟି ପ୍ରୟୋଗ କରିଛନ୍ତି । ଦ୍ରୋଣାଚାର୍ଯ୍ୟ ବୃତ୍ତି ଅନୁସାରେ ପ୍ରକୃତରେ ଜଣେ ଯୋଦ୍ଧା ନ ଥିଲେ । ସେ ସାମରିକ ବିଜ୍ଞାନର ଶିକ୍ଷକ ମାତ୍ର ଥିଲେ । ଜଣେ କପଟୀ ନେତା ଭାବରେ, ଦୁର୍ଯ୍ୟୋଧନ ତାଙ୍କ ନିଜ ଧର୍ମଗୁରୁଙ୍କର ଆନୁଗତ୍ୟ ପ୍ରତି ମଧ୍ୟ ଲଜ୍ଜାହୀନ ଭାବରେ ସନ୍ଦେହ ପ୍ରକାଶ କରୁଛନ୍ତି । ଦୁର୍ଯ୍ୟୋଧନଙ୍କ କହିବାର ଅଭିପ୍ରାୟ ଥିଲା, ଯଦି ଦ୍ରୋଣାଚାର୍ଯ୍ୟ ବୀରତ୍ୱର ସହିତ ଯୁଦ୍ଧ ନ କରନ୍ତି, ତେବେ ସେ ଦୁର୍ଯ୍ୟୋଧନଙ୍କ ରାଜଭବନରେ ପରସା ଯାଉଥିବା ସୁସ୍ୱାଦ ଖାଦ୍ୟରେ ହିଁ ଆଗ୍ରହୀ ଥିବା ଜଣେ ବ୍ରାହ୍ମଣ ମାତ୍ର ଅଟନ୍ତି ।
ଏହା କହିବା ପରେ, ଦୁର୍ଯ୍ୟୋଧନ ନିଜର ଏବଂ ତାଙ୍କ ଗୁରୁଙ୍କର ସାହାସ ବଢ଼ାଇବା ପାଇଁ ତାଙ୍କ ନିଜ ପକ୍ଷରେ ଥିବା ବୀର ଯୋଦ୍ଧାମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି ।