Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 12-13

ଅର୍ଜୁନ ଉବାଚ
ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ ।
ପୁରୁଷଂ ଶାଶ୍ୱତଂ ଦିବ୍ୟମାଦିଦେବମଜଂ ବିଭୁମ୍ ।।୧୨।।
ଆହୁସ୍ତ୍ୱାମୃଷୟଃ ସର୍ବେ ଦେବର୍ଷିର୍ନାରଦସ୍ତଥା ।
ଅସିତୋ ଦେବଳୋ ବ୍ୟାସଃ ସ୍ୱୟଂ ଚୈବ ବ୍ରବୀଷି ମେ ।।୧୩।।

ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପରଂ - ପରମ; ବ୍ରହ୍ମ - ସତ୍ୟ; ପରଂ - ପରମ; ଧାମ - ଧାମ; ପବିତ୍ରଂ - ପବିତ୍ରକାରୀ; ପରମଂ - ପରମ; ଭବାନ୍ - ଆପଣ; ପୁରୁଷଂ - ବିଭୂତି; ଶାଶ୍ୱତଂ - ଚିରନ୍ତନ; ଦିବ୍ୟମ୍ - ଦିବ୍ୟ; ଆଦିଦେବଂ - ମୂଳ ତତ୍ତ୍ୱ; ଅଜ - ଅଜନ୍ମା; ବିଭୁଂ - ମହାନ; ଆହୁଃ - କହନ୍ତି; ତ୍ୱାଂ - ଆପଣଙ୍କୁ; ଋଷୟଃ - ଋଷିବୃନ୍ଦ; ସର୍ବେ - ସମସ୍ତେ; ଦେବର୍ଷି - ଦେବର୍ଷି; ନାରଦଂ - ନାରଦ; ତଥା - ମଧ୍ୟ; ଅସିତଃ - ଅସିତ; ଦେବଳଃ - ଦେବଳ; ବ୍ୟାସଃ - ବ୍ୟାସ; ସ୍ୱୟଂ - ଆପଣ ନିଜେ; ଚ - ମଧ୍ୟ; ଏବ - ଏପରି କି; ବ୍ରବୀଷି - କହିଛନ୍ତି; ମେ - ମୋତେ ।

Translation

BG 10.12-13: ଅର୍ଜୁନ କହିଲେ: ଆପଣ ପରମ ଦିବ୍ୟ ପୁରୁଷ, ପରମଦିବ୍ୟ ଲୋକ, ପରମ ପାବକ, ଅନାଦି ଦେବ, ମୂଳ ତତ୍ତ୍ୱ, ଅଜନ୍ମା ଏବଂ ମହାନତମ ଅଟନ୍ତି । ନାରଦ, ଅସତ, ଦେବଳ ଏବଂ ବ୍ୟାସଙ୍କ ପରି ବିଖ୍ୟାତ ଋଷିଗଣ ଏହା ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ଆପଣ ନିଜେ ସେହି କଥା ମୋ ସମ୍ମୁଖରେ ପ୍ରକାଶ କରୁଛନ୍ତି ।

Commentary

ବୈଦିକ ଗ୍ରନ୍ଥର ଭାଷ୍ୟକାରମାନେ ବେଳେବେଳେ ଏପରି କହିଥାଆନ୍ତି ଯେ ଶ୍ରୀକୃଷ୍ଣ, ଶ୍ରୀରାମ ଆଦି ପରମ ତତ୍ତ୍ୱ ନୁହଁନ୍ତି । ସେମାନେ ଦାବି କରନ୍ତି ଯେ, ଅନ୍ତିମ ତତ୍ତ୍ୱ ନିରାକାର ଓ ନିର୍ଗୁଣ ଅଟନ୍ତି । ସେ ସାକାର ରୂପ ଗ୍ରହଣ କରି ଅବତାର ଭାବରେ ପ୍ରକଟ ହୋଇଥାଆନ୍ତି, ତେଣୁ ଅବତାରମାନଙ୍କର ସ୍ଥିତି ଭଗବାନଙ୍କ ଠାରୁ ଏକ ପାଦ ତଳେ । କିନ୍ତୁ ଅର୍ଜୁନ, ଶ୍ରୀକୃଷ୍ଣଙ୍କର ସାକାର ରୂପକୁ ସମସ୍ତ କାରଣର ପରମ କାରଣ ରୂପେ ଘୋଷିତ କରି ଏହିସବୁ ମତବାଦର ଖଣ୍ଡନ କରିଛନ୍ତି ।

ପୂର୍ବବର୍ତ୍ତୀ ଚାରୋଟି ଶ୍ଲୋକରେ, ଶ୍ରୀକୃଷ୍ଣଙ୍କର ପରମ ସ୍ଥିତି ସମ୍ପର୍କରେ ଶୁଣିବା ପରେ, ଅର୍ଜୁନ ତାଙ୍କର ଗଭୀର ଅନୁଭୂତିକୁ ଦୃଢ଼ତାର ସହ ପ୍ରକାଶ କରୁଛନ୍ତି । ବିଖ୍ୟାତ ବ୍ୟକ୍ତିମାନେ ଯେତେବେଳେ କୌଣସି ଜ୍ଞାନକୁ ସମର୍ଥନ କରନ୍ତି, ସେହି ଜ୍ଞାନର ମହିମା ବୃଦ୍ଧି ଲାଭ କରିଥାଏ । ମହାନ୍ ସନ୍ଥମାନେ ଆଧ୍ୟାତ୍ମିକ ଜ୍ଞାନର ବିଶେଷଜ୍ଞ ଅଟନ୍ତି । ସେଥିପାଇଁ ଅର୍ଜୁନ ଏଠାରେ ନାରଦ, ଅମିତ, ଦେବଳ ଓ ବ୍ୟାସଙ୍କ ପରି ମହାପୁରୁଷ ମାନଙ୍କର ନାମ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ପରମ ତତ୍ତ୍ୱ ଏବଂ ସର୍ବକାରଣ-କାରଣ ସ୍ୱୀକାର କରନ୍ତି । ମହାଭାରତର ଭୀଷ୍ମପର୍ବରେ ଗୋଟିଏ ପଦ୍ୟ ଅଛି, ଯେଉଁଠି ଋଷି-ମୁନିମାନେ ଶ୍ରୀକୃଷ୍ଣଙ୍କର ଯଶଗାନ କରୁଛନ୍ତି । ମହର୍ଷି ନାରଦ କହୁଛନ୍ତି; “ଶ୍ରୀକୃଷ୍ଣ ସମସ୍ତ ବ୍ରହ୍ମାଣ୍ଡର ସୃଜକ ଏବଂ ଅନ୍ତର୍ଯ୍ୟାମୀ ଅଟନ୍ତି । ବିଶ୍ୱ ବ୍ରହ୍ମାଣ୍ଡକୁ ପରିଚାଳନା କରୁଥିବା ଦେବତାମାନଙ୍କର ସେ ଈଶ୍ୱର ଅଟନ୍ତି । (ଶ୍ଳୋକ ୬୮-୨) । ମାର୍କଣ୍ଡେୟ ମୁନି କହୁଛନ୍ତି: “ଶ୍ରୀକୃଷ୍ଣ ସମସ୍ତ ଧାର୍ମିକ ଯଜ୍ଞାଦି ଅନୁଷ୍ଠାନର ଲକ୍ଷ୍ୟ ଅଟନ୍ତି ଏବଂ ସମସ୍ତ ସାଧନାର କେନ୍ଦ୍ରବିନ୍ଦୁ ଅଟନ୍ତି । ସବୁକିଛିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସେ ଅଟନ୍ତି ।” (ଶ୍ଳୋକ ୬୮:୩) । ମହର୍ଷି ଭୃଗୁ କହୁଛନ୍ତି “ସେ ସମସ୍ତ ଭଗବାନଙ୍କର ଭଗବାନ ଅଟନ୍ତି ଏବଂ ଭଗବାନ ବିଷ୍ଣୁଙ୍କର ମୂଳ ସ୍ୱରୂପ ଅଟନ୍ତି ।” (ଶ୍ଳୋକ ୬୮:୪) । ମହର୍ଷି ବେଦବ୍ୟାସ କହୁଛନ୍ତି, “ହେ ଶ୍ରୀକୃଷ୍ଣ! ଆପଣ ବସୁମାନଙ୍କର ଅଧ୍ୟକ୍ଷ ଅଟନ୍ତି । ଇନ୍ଦ୍ର ଏବଂ ସ୍ୱର୍ଗର ଅନ୍ୟ ଦେବତାମାନଙ୍କୁ ଆପଣ ଶକ୍ତି ପ୍ରଦାନ କରନ୍ତି ।” (ଶ୍ଳୋକ ୬୮:୫) । ମହର୍ଷି ଅଙ୍ଗିରା କହୁଛନ୍ତି: “ଭଗବାନ ଶ୍ରୀକୃଷ୍ଣ ସମସ୍ତ ପ୍ରାଣୀଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି । ତ୍ରିଭୁବନ ତାଙ୍କ ମହୋଦରରେ ସ୍ଥିତ । ସେ ପରମ ଈଶ୍ୱର ଅଟନ୍ତି ।” (ଶ୍ଳୋକ ୬୮.୬) । ମହାଭାରତରେ ଅନ୍ୟତ୍ର, ମହର୍ଷି ଅସିତ ଓ ଦେବଳ କହିଛନ୍ତି: “ଶ୍ରୀକୃଷ୍ଣ ବ୍ରହ୍ମାଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି, ଯିଏ ତ୍ରିଭୁବନର ସୃଷ୍ଟି କରି ଥାଆନ୍ତି । (ମହାଭାରତ, ବନ ପର୍ବ ୧୨.୫୦) । ଏହି ସବୁ ମହାପୁରୁଷଙ୍କର ବାଣୀକୁ ଉଦ୍ଧୃତ କରି ଅର୍ଜୁନ କହୁଛନ୍ତି ଯେ ଶ୍ରୀକୃଷ୍ଣ ନିଜେ ମଧ୍ୟ ନିଜକୁ ସମସ୍ତ ସୃଷ୍ଟିର କାରଣ ରୂପେ ଘୋଷିତ କରି ସମସ୍ତଙ୍କର ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!