Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 14

ସର୍ବମେତଦୃତଂ ମନ୍ୟେ ଯନ୍ମାଂ ବଦସି କେଶବ ।
ନ ହି ତେ ଭଗବନ୍‌ବ୍ୟକ୍ତିଂ ବିଦୁର୍ଦେବା ନ ଦାନବାଃ ।।୧୪।।

ସର୍ବଂ - ସମସ୍ତ; ଏତତ୍ - ଏସବୁ; ଋତଂ - ସତ୍ୟ; ମନ୍ୟେ - ମୁଁ ସ୍ୱୀକାର କରୁଛି; ଯତ୍ - ଯାହା; ମାଂ - ମୋତେ; ବଦସି - ଆପଣ କହିଲେ; କେଶବ - ହେ କୃଷ୍ଣ!; ନ -କଦାପି ନୁହେଁ ହି - ନିଶ୍ଚିତରୂପେ; ତେ - ଆପଣଙ୍କର; ଭଗବନ୍ - ହେ ଭଗବାନ୍‌; ବ୍ୟକ୍ତିଂ - ବ୍ୟକ୍ତି; ବିଦୁଃ -ଜାଣନ୍ତି; ଦେବାଃ - ଦେବତାମାନେ; ନ -ନୁହେଁ; ଦାନବାଃ - ଅସୁରମାନେ ।

Translation

BG 10.14: ହେ ଶ୍ରୀକୃଷ୍ଣ! ଆପଣ ଯାହାସବୁ କହିଲେ, ମୁଁ ସେସବୁକୁ ସତ୍ୟ ଭାବରେ ଗ୍ରହଣ କରୁଛି । ହେ ପ୍ରଭୁ! ଦେବତା ବା ଦାନବ କେହି ମଧ୍ୟ ଆପଣଙ୍କର ବାସ୍ତବ ସ୍ୱରୂପକୁ ଜାଣନ୍ତି ନାହିଁ ।

Commentary

ଶ୍ରୀକୃଷ୍ଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ଅନନ୍ତ ପ୍ରଭୁତ୍ୱ ବିଷୟରେ ସଂକ୍ଷେପରେ ଶୁଣିବା ପରେ, ଅଧିକ ଶୁଣିବା ପାଇଁ ଅର୍ଜୁନଙ୍କର ତୃଷ୍ଣା ବୃଦ୍ଧି ପାଇଛି । ଆଗକୁ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ସମ୍ପର୍କରେ ଅଧିକ ବର୍ଣ୍ଣନା କରନ୍ତୁ ଇଚ୍ଛାକରି, ସେ ସ୍ପଷ୍ଟ କରି ଦେଉଛନ୍ତି ଯେ ପୂର୍ବ ବର୍ଣ୍ଣିତ ସମସ୍ତ ବିଷୟ ସେ ହୃଦୟଙ୍ଗମ କରିପାରିଛନ୍ତି । ଯତ୍ ଶବ୍ଦ ବ୍ୟବହାର କରି ଅର୍ଜୁନ ସୁଚିତ କରିବାକୁ ଚାହୁଁଛନ୍ତି ଯେ ସପ୍ତମରୁ ନବମ ଅଧ୍ୟାୟ ଯାଏଁ ଶ୍ରୀକୃଷ୍ଣ ଯାହା ସବୁ କହିଲେ, ସେ ସମସ୍ତ ବିଷୟକୁ ସତ୍ୟ ଭାବରେ ଗ୍ରହଣ କରୁଛନ୍ତି । ସେ ଦୃଢ଼ ଭାବରେ କହୁଛନ୍ତି ଯେ ଶ୍ରୀକୃଷ୍ଣ ଯାହା ସବୁ  କହିଛନ୍ତି, ତାହା ସତ୍ୟ ଅଟେ କୌଣସି ରୂପକ ବର୍ଣ୍ଣନା ନୁହେଁ । ଶ୍ରୀକୃଷ୍ଣଙ୍କୁ ସେ ଭଗବାନ ବା ପରଂବ୍ରହ୍ମ ଭାବରେ ସମ୍ବୋଧନ କରୁଛନ୍ତି । ଦେବୀ ଭାଗବତ ପୁରାଣରେ ଭଗବାନ ଶବ୍ଦର ବ୍ୟାଖ୍ୟା ଏହି ରୂପରେ କରାଯାଇଛି:

ଐଶ୍ୱର୍ଯ୍ୟସ୍ୟ ସମାଗ୍ରସ୍ୟ ଧର୍ମସ୍ୟ ଯଶସଃ ଶ୍ରିୟଃ
ଜ୍ଞାନବୈରାଗ୍ୟୋଶ୍ଚୈବ ସଣ୍ଣାଂ ଭଗବାନ୍ନିଃ ।

“ଭଗବାନଙ୍କ ଠାରେ ଏହି ଛଅଗୋଟି ଐଶ୍ୱର୍ଯ୍ୟ ଅନନ୍ତ ମାତ୍ରାରେ ରହିଥାଏ- ଶକ୍ତି, ଜ୍ଞାନ, ସୌନ୍ଦର୍ଯ୍ୟ, ଯଶ, ବୈଭବ ଓ ବୈରାଗ୍ୟ । ଦେବତା, ଦାନବ ଓ ମାନବମାନଙ୍କର ବୁଝିବା ଶକ୍ତି ସୀମିତ ଅଟେ । ସେମାନେ ଭଗବାନଙ୍କର ସ୍ୱରୂପକୁ ପୂର୍ଣ୍ଣତଃ ହୃଦୟଙ୍ଗମ କରିପାରନ୍ତି ନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!