ବିସ୍ତରେଣାତ୍ମନୋ ଯୋଗଂ ବିଭୂତିଂ ଚ ଜନାର୍ଦ୍ଦନ ।
ଭୂୟଃ କଥୟ ତୃପ୍ତିର୍ହି ଶୃଣ୍ୱତୋ ନାସ୍ତି ମେଽମୃତମ୍ ।।୧୮।।
ବିସ୍ତରେଣ - ବିସ୍ତାର ପୂର୍ବକ; ଆତ୍ମନଃ - ଆପଣଙ୍କ ସମ୍ବନ୍ଧରେ; ଯୋଗଂ - ଦିବ୍ୟ ଯଶ; ବିଭୂତିଂ - ଐଶ୍ୱର୍ଯ୍ୟ; ଚ - ଏବଂ; ଜନାର୍ଦନ - ହେ ଶ୍ରୀକୃଷ୍ଣ; ଭୂୟଃ - ପୁନଶ୍ଚ; କଥୟ - ବର୍ଣ୍ଣନା କରନ୍ତୁ; ତୃପ୍ତିଃ - ତୃପ୍ତି, ସନ୍ତୋଷ; ହି - ନିଶ୍ଚିତରୂପେ; ଶୃଣ୍ୱତଃ - ଶୁଣି; ନ ଅସ୍ତି - ନାହିଁ; ମେ - ମୋର; ଅମୃତଂ -ଅମୃତ ।
BG 10.18: ହେ ଜନାର୍ଦ୍ଦନ! ଦୟାକରି ବିସ୍ତାରପୂର୍ବକ ଆପଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ମହିମାର ବର୍ଣ୍ଣନା କରନ୍ତୁ । ଆପଣଙ୍କର ଅମୃତ ଯେତେ ଶୁଣିଲେ ବି ମୁଁ ତୃପ୍ତ ହେଉନାହିଁ ।
ବିସ୍ତରେଣାତ୍ମନୋ ଯୋଗଂ ବିଭୂତିଂ ଚ ଜନାର୍ଦ୍ଦନ ।
ଭୂୟଃ କଥୟ ତୃପ୍ତିର୍ହି ଶୃଣ୍ୱତୋ ନାସ୍ତି ମେଽମୃତମ୍ ।।୧୮।।
ହେ ଜନାର୍ଦ୍ଦନ! ଦୟାକରି ବିସ୍ତାରପୂର୍ବକ ଆପଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ମହିମାର ବର୍ଣ୍ଣନା କରନ୍ତୁ । ଆପଣଙ୍କର ଅମୃତ ଯେତେ ଶୁଣିଲେ ବି ମୁଁ ତୃପ୍ତ ହେଉନାହିଁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆପଣଙ୍କର “... ଅମୃତ ତୁଲ୍ୟ ବାଣୀ ଶୁଣି’’ କହିବା ପରିବର୍ତ୍ତେ ଅର୍ଜୁନ କହୁଛନ୍ତି, “...ଆପଣଙ୍କର ଅମୃତ ଶୁଣି’’ । ଏଠାରେ ସେ ବାଣୀ ଶବ୍ଦକୁ ଉହ୍ୟ ରଖିଛନ୍ତି । ଏହା ଏକ ସାହିତ୍ୟିକ କୌଶଳ, ଯାହାକୁ ଅତିଶୟୋକ୍ତି କୁହାଯାଏ, ଯେଉଁଥିରେ ତୁଳନୀୟ ବସ୍ତୁକୁ ଉହ୍ୟ ରଖାଯାଇଥାଏ । ସେ ଶ୍ରୀକୃଷ୍ଣଙ୍କ ଜନାର୍ଦ୍ଦନ ବୋଲି ସମ୍ବୋଧନ କରୁଛନ୍ତି, ଯାହାର ଅର୍ଥ “ଜଣେ ଦୟାବାନ ବ୍ୟକ୍ତିତ୍ୱ, ଯିଏ ଦୁଃଖୀର ଦୁଃଖ ହରଣ କରିଥାଆନ୍ତି ।”
ଯେଉଁମାନେ ଭଗବାନଙ୍କୁ ଭଲ ପାଆନ୍ତି, ଭଗବାନଙ୍କ ମହିମାର ବର୍ଣ୍ଣନା ସେମାନଙ୍କ ପାଇଁ ଅମୃତ ତୁଲ୍ୟ ଅଟେ । ଶ୍ରୀକୃଷ୍ଣଙ୍କର ଅମୃତମୟ ବାଣୀକୁ କର୍ଣ୍ଣଦ୍ୱାରା ପାନ କରିବା ପରେ, ଅର୍ଜୁନ ତାଙ୍କୁ ଭୂୟଃ କଥୟ, ଅର୍ଥାତ୍ “ପୁଣିଥରେ କହନ୍ତୁ, ଆପଣଙ୍କର ମହିମା ଶ୍ରବଣ କରିବାର ମୋର ତୃଷ୍ଣା ତୃପ୍ତ ହେଉନାହିଁ”କହି ଉତ୍ସାହିତ କରୁଛନ୍ତି । ଦିବ୍ୟ ଅମୃତର ଗୁଣ ଏହିପରି ଅଟେ । ଏହା ଆମକୁ ତୃପ୍ତ କରିବା ସହିତ ଆମର ତୃଷ୍ଣାକୁ ଅଧିକ ଉଦ୍ଦୀପ୍ତ କରିଥାଏ । ନୈମିଶାରଣ୍ୟର ଋଷିମୁନିମାନେ, ସୁତ ଗୋସ୍ୱାମୀଙ୍କଠାରୁ ଶ୍ରୀମଦ୍ ଭାଗବତମ୍ ଶ୍ରବଣ କରୁଥିବା ସମୟରେ ଏହିପରି କହିଥିଲେ:
ବୟଂ ତୁ ନ ବିତୃପ୍ୟାମ ଉତ୍ତମଶ୍ଲୋକବିକ୍ରମେ,
ଯଚ୍ଛୃନ୍ୱତାଂ ରସଜ୍ଞାନାଂ ସ୍ୱାଦୁ ସ୍ୱାଦୁ ପଦେ ପଦେ । (୧.୧.୧୯)
ଶ୍ରୀକୃଷ୍ଣଙ୍କର ଭକ୍ତମାନେ ତାଙ୍କର ଦିବ୍ୟ ଲୀଳା ଶ୍ରବଣରେ କେବେବି କ୍ଲାନ୍ତ ହୁଅନ୍ତି ନାହିଁ । ତାଙ୍କ ଦିବ୍ୟ ଲୀଳାର ଅମୃତ ଏପରି ଯେ ତାହାର ଆସ୍ୱାଦନ ଯେତେ ଅଧିକ କରାଯାଏ, ତୃଷ୍ଣା ସେତେ ଅଧିକ ବୃଦ୍ଧି ଲାଭ କରିଥାଏ ।”