ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ । ଅହମାଦିର୍ହି ଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ।।୨।।
ନ - ନୁହେଁ; ମେ - ମୋର; ବିଦୁଃ - ଜାଣନ୍ତି; ସୁରଗଣାଃ - ଦେବତାମାନେ; ପ୍ରଭବଂ - ଉତ୍ପତ୍ତି; ନ - ନୁହେଁ; ମହର୍ଷୟଃ - ମହର୍ଷିଗଣ; ଅହଂ - ମୁଁ; ଆଦିଃ - ଆଦି (ମୂଳ); ହି - ନିଶ୍ଚିତରୂପେ; ଦେବାନାଂ - ଦେବତାମାନଙ୍କର, ମହର୍ଷିଣାଂ - ମହର୍ଷିମାନଙ୍କର; ଚ - ମଧ୍ୟ; ସର୍ବଶଃ - ସବୁପ୍ରକାରେ ।
BG 10.2: ଦେବତାମାନେ କିମ୍ବା ବଡ ବଡ ମହର୍ଷିମାନେ, କେହି ମଧ୍ୟ ମୋର ଉଦ୍ଭବ ବିଷୟରେ କିଛି ଜାଣନ୍ତି ନାହିଁ । ମୁଁ ଉତ୍ସ ଅଟେ; ଦେବତା ଓ ମହର୍ଷିମାନେ ମୋ ଠାରୁ ଉତ୍ପନ୍ନ ହୋଇଥାଆନ୍ତି ।
ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ । ଅହମାଦିର୍ହି ଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ।।୨।।
ଦେବତାମାନେ କିମ୍ବା ବଡ ବଡ ମହର୍ଷିମାନେ, କେହି ମଧ୍ୟ ମୋର ଉଦ୍ଭବ ବିଷୟରେ କିଛି ଜାଣନ୍ତି ନାହିଁ । ମୁଁ ଉତ୍ସ ଅଟେ; ଦେବତା ଓ ମହର୍ଷିମାନେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଜଣେ ପିତା ତାଙ୍କ ପୁତ୍ରର ଜନ୍ମ ଓ ଜୀବନ ବିଷୟରେ ଜାଣନ୍ତି, କାରଣ ସେ ତାହା ଦେଖିଥାଆନ୍ତି । କିନ୍ତୁ ପିତାଙ୍କର ଜନ୍ମ ବା ବାଲ୍ୟକାଳ ବିଷୟରେ ପୁତ୍ର ଜାଣି ନଥାଏ, କାରଣ ତାହା ସେ ଜନ୍ମ ହେବା ପୂର୍ବରୁ ଘଟିଥାଏ । ସେହିପରି ଦେବତାଗଣ ବା ଋଷିଗଣ ଭଗବାନଙ୍କ ଉଦ୍ଭବର ସ୍ୱରୂପକୁ ବୁଝି ପାରନ୍ତି ନାହିଁ । କାରଣ ସେମାନେ ଜନ୍ମ ହେବା ପୂର୍ବରୁ ଭଗବାନ ଅଛନ୍ତି । ଋକ୍ବେଦ କହେ:
କୋ ଅଧ୍ୟା ବେଦ କ ଇହ ପ୍ରାବୋଚତ୍,
କୁତ ଆ ଜାତା କୁତ ଇୟଂ ବିଶୃତିଃ
ଅର୍ବାଗ୍ଦେବା ଅସ୍ୟ ବିସର୍ଜନାୟ,
ଅଥା କୋ ବେଦ ଯତ ଆବଭୂବ । (୧୦.୧୨୯.୬)
ସଂସାରରେ ଏପରି କିଏ ଅଛନ୍ତି, ଯିଏ ଠିକ୍ ଭାବରେ ଜାଣିପାରିବେ? କିଏ କହିପାରିବ ବ୍ରହ୍ମାଣ୍ଡ କେଉଁଠାରେ ଉତ୍ପନ୍ନ ହେଲା? କିଏ କହି ପାରିବ ଏ ସୃଷ୍ଟି କେଉଁଠାରୁ ଆସିଲା? ଦେବତାମାନେ ତ ସୃଷ୍ଟି ପରେ ଆସିଛନ୍ତି । ତେଣୁ କିଏ ଜାଣେ ବ୍ରହ୍ମାଣ୍ଡ କେଉଁଠାରୁ ଉତ୍ପନ୍ନ ହେଲା?
ପୁଣି ଈଶୋପନିଷଦ କହୁଛି:
ନୈନଦ୍ଦେବା ଆପ୍ନୁବନ୍ ପୂର୍ବମର୍ଷତ୍ (ଇଷୋପନିଷେଦ୍ ୪)
“ଭଗବାନ ଦେବତାମାନଙ୍କ ଦ୍ୱାରା ଜ୍ଞାତ ନୁହଁନ୍ତି, କାରଣ ସେ ତାଙ୍କ ପୂର୍ବରୁ ଅଛନ୍ତି ।” ତଥାପି ଶ୍ରୀକୃଷ୍ଣ ତାଙ୍କ ପ୍ରିୟ ସଖାଙ୍କର ଭକ୍ତିକୁ ପରିପୁଷ୍ଟ କରିବା ପାଇଁ, ଏପରି ଦୁର୍ଲଭ ଜ୍ଞାନ ତାଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି ।