ରୁଦ୍ରାଣାଂ ଶଙ୍କରଶ୍ଚାସ୍ମିବିତ୍ତେଶୋ ଯକ୍ଷରକ୍ଷସାମ୍ ।
ବସୂନାଂ ପାବକଶ୍ଚାସ୍ମି ମେରୁଃ ଶିଖରିଣାମହମ୍ ।।୨୩।।
ରୁଦ୍ରାଣାଂ - ରୁଦ୍ରମାନଙ୍କ ମଧ୍ୟରେ; ଶଙ୍କରଃ - ଶଙ୍କର; ଚ - ଏବଂ; ଅସ୍ମି - ଅଟେ; ବିତ୍ତେଶଃ - ଧନର ଦେବତା; ଯଜ୍ଞ-ରକ୍ଷସାମ୍ - ଯକ୍ଷ ଓ ରାକ୍ଷସମାନଙ୍କ ମଧ୍ୟରେ; ବସୂନାଂ - ବସୁମାନଙ୍କ ମଧ୍ୟରେ; ପାବକଃ -ଅଗ୍ନି; ଚ -ଏବଂ; ଅସ୍ମି - ଅଟେ; ମେରୁଃ - ମେରୁ; ଶିଖରିଣାମ୍ - ପର୍ବତମାନଙ୍କ ମଧ୍ୟରେ; ଅହଂ - ମୁଁ ।
BG 10.23: ରୁଦ୍ରମାନଙ୍କ ମଧ୍ୟରେ ମୁଁଁ ଶିବ, ଯକ୍ଷମାନଙ୍କ ମଧ୍ୟରେ ମୁଁ କୁବେର, ବସୁମାନଙ୍କ ମଧ୍ୟରେ ମୁଁ ଅଗ୍ନି ଏବଂ ପର୍ବତମାନଙ୍କ ମଧ୍ୟରେ ମୋତେ ମେରୁ ପର୍ବତ ଭାବରେ ଜାଣ ।
ରୁଦ୍ରାଣାଂ ଶଙ୍କରଶ୍ଚାସ୍ମିବିତ୍ତେଶୋ ଯକ୍ଷରକ୍ଷସାମ୍ ।
ବସୂନାଂ ପାବକଶ୍ଚାସ୍ମି ମେରୁଃ ଶିଖରିଣାମହମ୍ ।।୨୩।।
ରୁଦ୍ରମାନଙ୍କ ମଧ୍ୟରେ ମୁଁଁ ଶିବ, ଯକ୍ଷମାନଙ୍କ ମଧ୍ୟରେ ମୁଁ କୁବେର, ବସୁମାନଙ୍କ ମଧ୍ୟରେ ମୁଁ ଅଗ୍ନି ଏବଂ ପର୍ବତମାନଙ୍କ ମଧ୍ୟରେ ମୋତେ ମେରୁ ପର୍ବତ ଭାବରେ ଜାଣ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ରୁଦ୍ରଗଣ ଭଗବାନ ଶିବଙ୍କର ଏଗାରଟି ରୂପ ଅଟନ୍ତି । ସେମାନେ ହେଲେ ହର, ବହୁରୂପ, ତ୍ରୟମ୍ବକ, ଅପରାଜିତ, ବୃସକପି, ଶଙ୍କର, କପର୍ଦି, ରୈବତ, ମୃଗବ୍ୟାଧ, ସର୍ବ ଓ କପାଳି । ପୁରାଣରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଛି । ସେମାନଙ୍କ ମଧ୍ୟରୁ, ବିଶ୍ୱରେ ଭଗବାନ ଶିବଙ୍କର ମୂଳ ସ୍ୱରୂପ ଶଙ୍କର ଅଟନ୍ତି ।
ଯକ୍ଷଗଣ (ସ୍ୱର୍ଗୀୟ ଦାନବ) ଧନ ଅର୍ଜନ ଓ ଜମା କରିବାରେ ଅତ୍ୟନ୍ତ ଆଗ୍ରହୀ ଅଟନ୍ତି । ସେମାନଙ୍କର ମୁଖ୍ୟ କୁବେର, ଧନର ଦେବତା ଏବଂ ଦେବତାମାନଙ୍କର କୋଷାଧ୍ୟକ୍ଷ ଅଟନ୍ତି । ଅତଏବ, ଯକ୍ଷମାନଙ୍କ ମଧ୍ୟରେ କୁବେର ଭଗବାନଙ୍କ ବିଭୂତିର ପରିପ୍ରକାଶ ଅଟନ୍ତି ।
ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରଗଣ - ଏମାନେ ଅଷ୍ଟବସୁ ଅଟନ୍ତି । ବ୍ରହ୍ମାଣ୍ଡର ସ୍ଥୁଳ ରୂପ ଏମାନଙ୍କୁ ନେଇ ଗଠିତ । ଏମାନଙ୍କ ମଧ୍ୟରୁ, ଅଗ୍ନି ଅନ୍ୟ ସମସ୍ତଙ୍କୁ ତାପ ଏବଂ ଶକ୍ତି ପ୍ରଦାନ କରିଥାନ୍ତି, ତେଣୁ ସେ ଶ୍ରୀକୃଷ୍ଣଙ୍କର ବିଶିଷ୍ଟ ସ୍ୱରୂପ ଅଟନ୍ତି ।
ସ୍ୱର୍ଗଲୋକର ମେରୁ ପର୍ବତ ତା’ର ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ ପାଇଁ ସୁପ୍ରସିଦ୍ଧ । ଏହା ଏକ ଅଖ ସ୍ୱରୂପ, ଯାହାର ଚତୁର୍ପାଶ୍ୱର୍ରେ ଅନେକ ଗ୍ରହ ନକ୍ଷତ୍ର ଘୂରି ବୁଲୁଥାଆନ୍ତି ବୋଲି ବିଶ୍ୱାସ କରାଯାଏ । ତେଣୁ ଶ୍ରୀକୃଷ୍ଣ ଏହାକୁ ତାଙ୍କର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି । ଧନ ଯେପରି ଏକ ବିତ୍ତଶାଳୀ ବ୍ୟକ୍ତିର ପରିଚୟ ଅଟେ, ସେହିପରି ଏହି ସବୁ ବିଭୂତି ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ ।