Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 24

ପୁରୋଧସାଂ ଚ ମୁଖ୍ୟଂ ମାଂ ବିଦ୍ଧି ପାର୍ଥ ବୃହସ୍ପତିମ୍ ।
ସେନାନୀନାମହଂ ସ୍କନ୍ଦଃ ସରସାମସ୍ମି ସାଗରଃ ।।୨୪।।

ପୁରୋଧସାଂ - ପୁରୋହିତମାନଙ୍କ ମଧ୍ୟରେ; ଚ - ଏବଂ; ମୁଖ୍ୟଂ - ପ୍ରଧାନ, ମାଂ - ମୋତେ; ବିଦ୍ଧି - ବୁଝ; ପାର୍ଥ- ହେ ପୃଥ୍ୱାପୁତ୍ର; ବୃହସ୍ପତିଂ - ବୃହସ୍ପତି; ସେନାନୀନାମ୍ - ସେନାପତିମାନଙ୍କ ମଧ୍ୟରେ; ଅହଂ -ମୁଁ, ସ୍କନ୍ଦଃ - କାର୍ତ୍ତିକେୟ; ସରସାମ୍ - ଜଳାଶୟମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ସାଗରଃ - ସାଗର ।

Translation

BG 10.24: ହେ ଅର୍ଜୁନ, ପୁରୋହିତ ମାନଙ୍କ ମଧ୍ୟରେ ମୁଁ ବୃହସ୍ପତି, ଯୋଦ୍ଧାମାନଙ୍କ ମଧ୍ୟରେ ମୁଁ କାର୍ତ୍ତିକ; ଏବଂ ସରୋବର ମାନଙ୍କ ମଧ୍ୟରେ ମୁଁ ସମୁଦ୍ର ଅଟେ ।

Commentary

ଜଣେ ପୁରୋହିତ, ମନ୍ଦିର ଏବଂ ଘର ମାନଙ୍କରେ ପୂଜା ଇତ୍ୟାଦି ବୈଦିକ କର୍ମ କରିଥାନ୍ତି । ବୃହସ୍ପତି ସ୍ୱର୍ଗର ମୁଖ୍ୟ ପୁରୋହିତ ଅଟନ୍ତି । ଏଣୁ ସମସ୍ତ ପୁରୋହିତ ମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ ଅଟନ୍ତି । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ସେ ପୁରୋହିତ ମାନଙ୍କ ମଧ୍ୟରେ ବୃହସ୍ପତି ଅଟନ୍ତି । ଅଥଚ ଶ୍ରୀମଦ୍ ଭାଗବତମ୍‌, ଶ୍ଲୋ ୧୧-୧୬-୨୨ରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ପୁରୋହିତ ମାନଙ୍କ ମଧ୍ୟରେ ବଶିଷ୍ଠ ଅଟନ୍ତି । ଦୁଇଟି ଜାଗାରେ ସେ ଭିନ୍ନ ଭିନ୍ନ କଥା କାହିଁକି କହିଛନ୍ତି? ଏହା ସୂଚିତ କରିଥାଏ କୌଣସି ବସ୍ତୁ ବିଶେଷକୁ ଗୁରୁତ୍ୱ ନ ଦେଇ ଆମେ ତନ୍ମଧ୍ୟରେ ନିହିତ ଥିବା ଐଶ୍ୱର୍ଯ୍ୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ଶ୍ରୀକୃଷ୍ଣ ଏଠାରେ ନିଜର ଐଶ୍ୱର୍ଯ୍ୟ ଭାବରେ ଯେତେସବୁ ବସ୍ତୁର ବର୍ଣ୍ଣନା କରିଛନ୍ତି, ତାହାକୁ ଏହି ପରିପ୍ରେକ୍ଷୀରେ ବୁଝିବା ଆବଶ୍ୟକ । ଏଠାରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅପେକ୍ଷା ତାଙ୍କର ଐଶ୍ୱର୍ଯ୍ୟ ଉପରେ ଗୁରୁତ୍ୱାରୋପଣ କରାଯାଇଛି ।

ଶିବଙ୍କ ପୁତ୍ର କାର୍ତ୍ତିକେୟ, ଯାହାଙ୍କୁ ସ୍କନ୍ଦ ମଧ୍ୟ କୁହାଯାଏ, ଦେବତାମାନଙ୍କର ସେନାପତି ଅଟନ୍ତି । ତେଣୁ ସେ ସେନାପତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଏବଂ ଭଗବାନଙ୍କ ଐଶ୍ୱର୍ଯ୍ୟର ପ୍ରତୀକ ଅଟନ୍ତି । ଶ୍ରୀକୃଷ୍ଣ ପୁନଶ୍ଚ କହୁଛନ୍ତି, ସମସ୍ତ ଜଳାଶୟମାନଙ୍କ ମଧ୍ୟରେ ସେ ବିଶାଳ ସାଗର ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!