ଅଶ୍ୱତ୍ଥଃ ସର୍ବବୃକ୍ଷାଣାଂ ଦେବର୍ଷୀଣାଂ ଚ ନାରଦଃ ।
ଗନ୍ଧର୍ବାଣାଂ ଚିତ୍ରରଥଃ ସିଦ୍ଧାନାଂ କପିଳୋ ମୁନିଃ ।।୨୬।।
ଅଶ୍ୱତ୍ଥଃ - ଅଶ୍ୱତ୍ଥ ବୃକ୍ଷ; ସର୍ବବୃକ୍ଷାଣାଂ - ବୃକ୍ଷମାନଙ୍କ ମଧ୍ୟରେ; ଦେବର୍ଷୀଣାଂ - ଦେବର୍ଷିମାନଙ୍କ ମଧ୍ୟରେ; ଚ - ଏବଂ; ନାରଦଃ - ନାରଦ; ଗନ୍ଧର୍ବାଣାଂ- ଗନ୍ଧର୍ବମାନଙ୍କ ମଧ୍ୟରେ; ଚିତ୍ରରଥଃ - ଚିତ୍ରରଥ; ସିଦ୍ଧାନାଂ - ସିଦ୍ଧମାନଙ୍କ ମଧ୍ୟରେ; କପିଳୋ-ମୁନି- କପିଳ ମୁନି ।
BG 10.26: ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍ଥ ବୃକ୍ଷ ଅଟେ । ସ୍ୱର୍ଗର ଋଷିମାନଙ୍କ ମଧ୍ୟରେ ମୁଁ ନାରଦ । ଗନ୍ଧର୍ବ ମାନଙ୍କ ମଧ୍ୟରେ ମୁଁ ଚିତ୍ରରଥ ଓ ସିଦ୍ଧ ମହାପୁରୁଷ ମାନଙ୍କ ମଧ୍ୟରେ ମୁଁ କପିଳ ମୁନି ଅଟେ ।
ଅଶ୍ୱତ୍ଥଃ ସର୍ବବୃକ୍ଷାଣାଂ ଦେବର୍ଷୀଣାଂ ଚ ନାରଦଃ ।
ଗନ୍ଧର୍ବାଣାଂ ଚିତ୍ରରଥଃ ସିଦ୍ଧାନାଂ କପିଳୋ ମୁନିଃ ।।୨୬।।
ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍ଥ ବୃକ୍ଷ ଅଟେ । ସ୍ୱର୍ଗର ଋଷିମାନଙ୍କ ମଧ୍ୟରେ ମୁଁ ନାରଦ । ଗନ୍ଧର୍ବ ମାନଙ୍କ ମଧ୍ୟରେ ମୁଁ ଚିତ୍ରରଥ ଓ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅଶ୍ୱତ୍ଥ ବୃକ୍ଷ ତଳେ ବିଶ୍ରାମ ନେବା ଅତ୍ୟନ୍ତ ଆରାମଦାୟକ ଅଟେ । ବାୟବୀୟ ମୂଳ ସାହାଯ୍ୟରେ ବିସ୍ତୃତି ଲାଭ କରି, ଏହା ଏକ ବୃହତ୍ କ୍ଷେତ୍ରକୁ ଶୀତଳ ଛାୟା ପ୍ରଦାନ କରିଥାଏ । ଭଗବାନ ବୁଦ୍ଧ ଅଶ୍ୱତ୍ଥ ବୃକ୍ଷ ତଳେ ଧ୍ୟାନମଗ୍ନ ହୋଇ ଦିବ୍ୟ ଜ୍ଞାନ ପ୍ରାପ୍ତ କରିଥିଲେ ।
ଦେବର୍ଷି ନାରଦ ଅନେକ ମହାପୁରୁଷଙ୍କର ଗୁରୁ ଅଟନ୍ତି; ଯେପରିକି ବେଦବ୍ୟାସ, ବାଲ୍ମିକୀ, ଧ୍ରୁବ ଓ ପ୍ରହ୍ଲାଦ । ସେ ସର୍ବଦା ଭଗବାନଙ୍କ ଗୁଣଗାନ କରି ତ୍ରିଲୋକରେ ଦିବ୍ୟ କର୍ମ ମଧ୍ୟ କରୁଥାନ୍ତି । ସେ ଜାଣିଶୁଣି କଳହ ଓ ସମସ୍ୟା ସୃଷ୍ଟି କରନ୍ତି, ସେଥିପାଇଁ ଲୋକେ ଭୁଲ୍ବଶତଃ ତାଙ୍କୁ ଜଣେ କଳହ-ପ୍ରିୟ ବ୍ୟକ୍ତି ମନେକରି ଥାଆନ୍ତି । କିନ୍ତୁ ସେ ଉଚ୍ଚ କକ୍ଷର ବ୍ୟକ୍ତିତ୍ୱମାନଙ୍କର ମନକୁ ଶୁଦ୍ଧ କରିବା ଉଦ୍ଦେଶ୍ୟରେ କଳହ ସୃଷ୍ଟି କରନ୍ତି, ଯାହାର ପରିଣାମ ଆତ୍ମ-ନିରୀକ୍ଷଣ ଏବଂ ଆତ୍ମ-ଶୁଦ୍ଧି ଅଟେ ।
ଗଦ୍ଧର୍ବମାନେ ଗାୟନ କଳାରେ ନିପୁଣ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ଚିତ୍ରରଥ ଅଟନ୍ତି । ସିଦ୍ଧ ଯୋଗୀ ମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ପୂର୍ଣ୍ଣତା ପ୍ରାପ୍ତ କରିଥାନ୍ତି । ସେମାନଙ୍କ ମଧ୍ୟରୁ କପିଳ ମୁନି ସାଂଖ୍ୟ ଦର୍ଶନର ପ୍ରଣେତା ଥିଲେ ଏବଂ ସେ ଭକ୍ତି ଯୋଗର ଶ୍ରେଷ୍ଠତା ମଧ୍ୟ ପ୍ରତିପାଦନ କରିଥିଲେ (ଯାହାର ବିସ୍ତୃତ ବର୍ଣ୍ଣନ ଶ୍ରୀମଦ୍ ଭାଗବତର ୩ୟ ଅଧ୍ୟାୟରେ ରହିଛି) । ସେ ଭଗବାନଙ୍କର ଅବତାର ଥିଲେ ଏବଂ ସେଥିପାଇଁ ଶ୍ରୀକୃଷ୍ଣ ତାଙ୍କୁ ନିଜ ଐଶ୍ୱର୍ଯ୍ୟର ବିଶେଷ ପରିପ୍ରକାଶ ଭାବେ ସୂଚିତ କରୁଛନ୍ତି ।