ଉଚ୍ଚୈଃଶ୍ରବସମଶ୍ୱାନାଂ ବିଦ୍ଧି ମାମମୃତୋଦ୍ଭବମ୍ ।
ଐରାବତଂ ଗଜେନ୍ଦ୍ରାଣାଂ ନରାଣାଂ ଚ ନରାଧିପମ୍ ।।୨୭।।
ଉଚ୍ଚୈଃଶ୍ରବସଂ - ଉଚ୍ଚୈଶ୍ରବା; ଅଶ୍ୱାନାଂ - ଘୋଡ଼ାମାନଙ୍କ ମଧ୍ୟରେ; ବିଦ୍ଧି - ଜାଣ; ମାମ୍ - ମୋତେ; ଅମୃତ-ଉଦ୍ଭବଂ - ସମୁଦ୍ର ମନ୍ଥନରୁ ଜାତ ; ଐରାବତଂ - ଐରାବତ; ଗଜେନ୍ଦ୍ରାଣାଂ - ହସ୍ତୀମାନଙ୍କ ମଧ୍ୟରେ; ନରାଣାଂ - ମନୁଷ୍ୟମାନଙ୍କ ମଧ୍ୟରେ; ଚ- ଏବଂ; ନରାଧିପମ୍ - ରାଜା ।
BG 10.27: ସାଗର ମନ୍ଥନରୁ ଉଦ୍ଭବ ଉଚ୍ଚୈଶ୍ରବ ଅଶ୍ୱକୁ ସମସ୍ତ ଅଶ୍ୱଙ୍କ ମଧ୍ୟରେ ଏବଂ ଐରାବତ ହସ୍ତୀକୁ ସମସ୍ତ ହସ୍ତୀଙ୍କ ମଧ୍ୟରେ ମୁଁ ବୋଲି ଜାଣ । ମନୁଷ୍ୟ ମାନଙ୍କ ମଧ୍ୟରେ ମୋତେ ରାଜା ଭାବରେ ଜାଣ ।
ଉଚ୍ଚୈଃଶ୍ରବସମଶ୍ୱାନାଂ ବିଦ୍ଧି ମାମମୃତୋଦ୍ଭବମ୍ ।
ଐରାବତଂ ଗଜେନ୍ଦ୍ରାଣାଂ ନରାଣାଂ ଚ ନରାଧିପମ୍ ।।୨୭।।
ସାଗର ମନ୍ଥନରୁ ଉଦ୍ଭବ ଉଚ୍ଚୈଶ୍ରବ ଅଶ୍ୱକୁ ସମସ୍ତ ଅଶ୍ୱଙ୍କ ମଧ୍ୟରେ ଏବଂ ଐରାବତ ହସ୍ତୀକୁ ସମସ୍ତ ହସ୍ତୀଙ୍କ ମଧ୍ୟରେ ମୁଁ ବୋଲି ଜାଣ । ମନୁଷ୍ୟ ମାନଙ୍କ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସବୁ ବିଭାଗର ଶ୍ରେଷ୍ଠମାନଙ୍କୁ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ଭାବରେ ଅର୍ଜୁନଙ୍କ ସମ୍ମୁଖରେ ବର୍ଣ୍ଣନା କରିଚାଲିଛନ୍ତି । ଉଚ୍ଚୈଶ୍ରବା, ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କ ପାଖରେ ଥିବା, ଏକ ଶ୍ୱେତ ବର୍ଣ୍ଣର ସ୍ୱର୍ଗୀୟ ପକ୍ଷଯୁକ୍ତ ଅଶ୍ୱ ଅଟେ । ଏହାର ଆବିର୍ଭାବ ଦେବତା ଓ ଦାନବ ଦ୍ୱାରା କରାଯାଇଥିବା ସାଗର ମନ୍ଥନରୁ ହୋଇଥିଲା ଏବଂ ବ୍ରହ୍ମାଣ୍ଡର ସମସ୍ତ ଅଶ୍ୱମାନଙ୍କ ମଧ୍ୟରେ ଏହାର ବେଗ ସର୍ବୋତ୍ତମ ଅଟେ । ଐରାବତ ହସ୍ତୀ ମଧ୍ୟ ଶ୍ୱେତ ବର୍ଣ୍ଣ ବିଶିଷ୍ଟ ଅଟେ ଏବଂ ଏହା ଇନ୍ଦ୍ରଙ୍କର ବାହନ ଅଟେ । ଏହାକୁ ଅର୍ଦ୍ଧମାତଙ୍ଗ ବା “ମେଘ ହସ୍ତୀ” କୁହାଯାଏ ।