ଆୟୁଧାନାମହଂ ବଜ୍ରଂ ଧେନୂନାମସ୍ମି କାମଧୁକ୍ ।
ପ୍ରଜନଶ୍ଚାସ୍ମି କନ୍ଦର୍ପଃ ସର୍ପାଣାମସ୍ମି ବାସୁକିଃ ।।୨୮।।
ଆୟୁଧାନାଂ - ଅସ୍ତ୍ରମାନଙ୍କ ମଧ୍ୟରେ; ଅହଂ -ମୁଁ; ବଜ୍ରଂ - ବ୍ରଜ; ଧେନୂନାଂ - ଗାଭୀମାନଙ୍କ ମଧ୍ୟରେ; ଅସ୍ମି- ଅଟେ; କାମଧୁଜ୍ - କେମଧେନୁ; ପ୍ରଜନଃ - ସନ୍ତାନ ଉତ୍ପାଦନରେ; ଚ - ଏବଂ; ଅସ୍ମି - ଅଟେ; କନ୍ଦର୍ପଃ -କାମଦେବ (କନ୍ଦର୍ପ); ସର୍ପାଣାଂ- ସର୍ପମାନଙ୍କ ମଧ୍ୟରେ; ଅସ୍ମି - ଅଟେ, ବାସୁକିଃ -ବାସୁକି ।
BG 10.28: ଅସ୍ତ୍ର ମାନଙ୍କ ମଧ୍ୟରେ ମୁଁ ବଜ୍ର ଏବଂ ଗାଈ ମାନଙ୍କ ମଧ୍ୟରେ ମୁଁ କାମଧେନୁ ଅଟେ । ମୁଁ ବଂଶବୃଦ୍ଧିର କାରଣ ଓ ପ୍ରେମର ଦେବତା କାମଦେବ ଅଟେ । ସର୍ପମାନଙ୍କ ମଧ୍ୟରେ ମୁଁ ବାସୁକି ଅଟେ ।
ଆୟୁଧାନାମହଂ ବଜ୍ରଂ ଧେନୂନାମସ୍ମି କାମଧୁକ୍ ।
ପ୍ରଜନଶ୍ଚାସ୍ମି କନ୍ଦର୍ପଃ ସର୍ପାଣାମସ୍ମି ବାସୁକିଃ ।।୨୮।।
ଅସ୍ତ୍ର ମାନଙ୍କ ମଧ୍ୟରେ ମୁଁ ବଜ୍ର ଏବଂ ଗାଈ ମାନଙ୍କ ମଧ୍ୟରେ ମୁଁ କାମଧେନୁ ଅଟେ । ମୁଁ ବଂଶବୃଦ୍ଧିର କାରଣ ଓ ପ୍ରେମର ଦେବତା କାମଦେବ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୁରାଣ ବର୍ଣ୍ଣିତ ଋଷିଶ୍ରେଷ୍ଠ ଦଧିଚିଙ୍କର ତ୍ୟାଗ ଇତିହାସରେ ଅଦ୍ୱିତୀୟ ଅଟେ । ଏକଦା ବୃତ୍ରାସୁର ନାମକ ଜଣେ ଅସୁର ଦ୍ୱାରା ସ୍ୱର୍ଗସମ୍ରାଟ ଇନ୍ଦ୍ର ସ୍ୱର୍ଗଲୋକରୁ ବିତାଡ଼ିତ ହୋଇଥିଲେ । ସେହି ଅସୁରକୁ ବରପ୍ରାପ୍ତ ହୋଇଥିଲା ଯେ କୌଣସି ଅସ୍ତ୍ର ଦ୍ୱାରା ସେ ମରିବ ନାହିଁ । ଅସହାୟ ଭାବରେ ଇନ୍ଦ୍ର ଭଗବାନ ଶିବଙ୍କର ସାହାଯ୍ୟ କାମନା କଲେ ଏବଂ ସେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ପାଖକୁ ନେଇଗଲେ । ବିଷ୍ଣୁ ଇନ୍ଦ୍ରଙ୍କୁ କହିଲେ ଯେ ବୃତ୍ରାସୁରର ନିଧନ କେବଳ ଋଷି ଦଧିଚିଙ୍କର ଅସ୍ଥିରେ ନିର୍ମିତ ବଜ୍ର ଦ୍ୱାରା ହିଁ ହୋଇପାରିବ । ତାପରେ ଇନ୍ଦ୍ର ଦଧିଚିଙ୍କୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ତାଙ୍କର ପ୍ରାଣତ୍ୟାଗ କରିବାକୁ ପ୍ରାର୍ଥନା କରିଥିଲେ, ଯଦ୍ୱାରା ତାଙ୍କର ଅସ୍ଥିରେ ବଜ୍ର ନିର୍ମାଣ କରାଯାଇପାରିବ । ଦଧିଚି ତାଙ୍କର ଅନୁରୋଧ ସ୍ୱୀକାର କଲେ, କିନ୍ତୁ ତା ପୂର୍ବରୁ ସେ ସମସ୍ତ ପବିତ୍ର ନଦୀମାନଙ୍କର ତୀର୍ଥଯାତ୍ରା କରିବାକୁ ଇଚ୍ଛା କରିଥିଲେ । ଋଷିଙ୍କର ଇଚ୍ଛା ପୂରଣ କରିବା ପାଇଁ ଇନ୍ଦ୍ର ସମସ୍ତ ପବିତ୍ର ନଦୀମାନଙ୍କର ଜଳ ନୈମିଷାରଣ୍ୟକୁ ନେଇ ଆସିଲେ । ତା’ପରେ ଦଧିଚି ଯୋଗକ୍ରିୟା ଦ୍ୱାରା ନିଜର ଶରୀର ତ୍ୟାଗ କରିଥିଲେ । ତାଙ୍କର ଅସ୍ଥିରୁ ନିର୍ମିତ ବଜ୍ର ଦ୍ୱାରା ବୃତ୍ରାସୁର ପରାଜିତ ହେଲେ ଏବଂ ଇନ୍ଦ୍ର ସ୍ୱର୍ଗ ଲୋକର ରାଜପଦ ଫେରିପାଇଲେ । ସେଥିପାଇଁ ବିଷ୍ଣୁ ରୂପରେ ନିଜ ହସ୍ତରେ ଧାରଣ କରିଥିବା ଗଦା ଏବଂ ଚକ୍ରକୁ ଶ୍ରେଷ୍ଠ ଆୟୁଧ ନ କହି, ଶ୍ରୀକୃଷ୍ଣ ବଜ୍ରକୁ ତାଙ୍କର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି ।
ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ ଉତ୍ତମ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଯୌନକ୍ରିୟା କରିବା ଅପବିତ୍ର ନୁହେଁ । କାମଦେବ, ପ୍ରେମର ଦେବତା, ବିପରୀତ ଲିଙ୍ଗ ମଧ୍ୟରେ ଆକର୍ଷଣ ସୃଷ୍ଟି କରାଇଥାନ୍ତି, ଯାହା ବଂଶ-ବୃଦ୍ଧି କରିବାରେ ମନୁଷ୍ୟକୁ ସାହାଯ୍ୟ କରିଥାଏ । ଯୌନ ବାସନା ଭଗବାନଙ୍କ ଦ୍ୱାରା ସୃଷ୍ଟ । ତେଣୁ ଯୌନ ଉପଭୋଗ ଭାବେ ଅସଦ୍ ବ୍ୟବହାର ନ କରି, ଉତ୍ତମ ସନ୍ତାନ ପ୍ରାପ୍ତି ନିମନ୍ତେ ଏହାର ଉପଯୋଗ କରାଯିବା ଉଚିତ । ଶ୍ଲୋକ ୭.୧୧ରେ ମଧ୍ୟ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି ଯେ ସେ, ସେହି ମର୍ଯ୍ୟାଦାପୂର୍ଣ୍ଣ ଓ ଶାସ୍ତ୍ର ଅବିରୋଧୀ, ଯୌନକ୍ରିୟା ଅଟନ୍ତି ।