Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 3

ଯୋ ମାମଜମନାଦିଂ ଚ ବେତ୍ତି ଲୋକମହେଶ୍ୱରମ୍ ।
ଅସମ୍ମୂଢ଼ଃ ସ ମର୍ତ୍ୟେଷୁ ସର୍ବପାପୈଃ ପ୍ରମୁଚ୍ୟତେ ।।୩।।

ଯୋ - ଯିଏ; ମାମ୍ - ମୋତେ; ଅଜଂ - ଅଜନ୍ମା; ଅନାଦିଂ - ଅନାଦି; ଚ - ମଧ୍ୟ; ବେତ୍ତି - ଜାଣେ; ଲୋକ-ଲୋକ (ବ୍ରହ୍ମାଣ୍ଡ); ମହେଶ୍ୱରଂ - ପରମ ପୁରୁଷ; ଅସମ୍ମୂଢ଼ଃ - ନିଃସନ୍ଦେହ ଭାବରେ; ସଃ - ସେ; ମର୍ତ୍ୟେଷୁ - ମରଣଶୀଳମାନଙ୍କ ମଧ୍ୟରେ; ସର୍ବପାପୈଃ - ସମସ୍ତପ୍ରକାର ପାପକର୍ମର ପ୍ରତିକ୍ରିୟାରୁ; ପ୍ରମୁଚ୍ୟତେ - ମୁକ୍ତ ହୁଏ ।

Translation

BG 10.3: ଯେଉଁମାନେ ମୋତେ ଅଜନ୍ମା, ଅନାଦି ଏବଂ ବିଶ୍ୱର ପରମ ପ୍ରଭୁ ରୂପରେ ଜାଣନ୍ତି, ମୃତ୍ୟୁଲୋକର ସେହି ବ୍ୟକ୍ତିମାନେ ମାୟାରେ ମୋହିତ ହୁଅନ୍ତି ନାହିଁ ଏବଂ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ।

Commentary

ମୋତେ କେହି ଜାଣନ୍ତି ନାହିଁ, ଏପରି କହିବା ପରେ ଶ୍ରୀକୃଷ୍ଣ ଏବେ କହୁଛନ୍ତି କିଛି ବ୍ୟକ୍ତି ମୋତେ ଅବଶ୍ୟ ଜାଣନ୍ତି । ସେ ନିଜ ଉକ୍ତିକୁ ଖଣ୍ଡନ ନ କରି ଏ କଥା କହିବାକୁ ଚାହୁଁଛନ୍ତି ଯେ କୌଣସି ବ୍ୟକ୍ତି ନିଜ ଉଦ୍ୟମରେ ଭଗବାନଙ୍କୁ ଜାଣିପାରିବ ନାହିଁ । ଭଗବାନ ନିଜେ ଯଦି କାହା ଉପରେ କୃପା କରିବେ, ସେହି ଭାଗ୍ୟବାନ ତାଙ୍କୁ ଜାଣିପାରିବ । ତେଣୁ ଯେଉଁମାନେ ବି ତାଙ୍କୁ ଜାଣନ୍ତି, ସେମାନେ ଭଗବାନଙ୍କ ଦିବ୍ୟ କୃପାରୁ ହିଁ ତାହା ଜାଣିବାକୁ ସମର୍ଥ ହୋଇଥାଆନ୍ତି । ଏହି ଅଧ୍ୟାୟର ଦଶମ ଶ୍ଲୋକରେ ସେ କହିଛନ୍ତି: “ଯେଉଁମାନଙ୍କର ମନ ଭକ୍ତିରେ ମୋ  ସହିତ ନିରନ୍ତର ସଂଲଗ୍ନ ରହିଥାଏ, ମୁଁ ତାଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରେ ଯଦ୍ୱାରା ସେମାନେ ମୋତେ ସହଜରେ ପ୍ରାପ୍ତ କରିପାରନ୍ତି ।” ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁମାନେ ମୋତେ ଈଶ୍ୱରମାନଙ୍କର ଈଶ୍ୱର, ପରମେଶ୍ୱର, ଭାବରେ ଜାଣନ୍ତି, ସେମାନେ ମୋହିତ ହୁଅନ୍ତି ନାହିଁ । ଏପରି ପୁଣ୍ୟାତ୍ମାମାନେ ସେମାନଙ୍କର ସମସ୍ତ ପୂର୍ବ ଓ ବର୍ତ୍ତମାନ ଜନ୍ମର କର୍ମବନ୍ଧନରୁ ମୁକ୍ତ ହୋଇ ତାଙ୍କର ଭକ୍ତି କରିଥାଆନ୍ତି ।

ଜୀବ ଓ ତାଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ, ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ସେ ଲୋକମହେଶ୍ୱରମ୍ (ସୃଷ୍ଟିର ସମସ୍ତ ଲୋକର ଅଧିଷ୍ଠାତା) ଅଟନ୍ତି । ଶ୍ୱେତାଶ୍ୱତର ଉପନିଷଦ ମଧ୍ୟ ଏହିପରି ଘୋଷଣା କରିଥାଏ:

“ତ୍ୱମୀଶ୍ୱରାଣାଂ ପରମଂ ମହେଶ୍ୱରମ୍‌
ତଂ ଦେବତାନାଂ ପରମଂ ଚ ଦୈବତମ୍‌
ପତିଂ ପତୀନାଂ ପରମଂ ପରସ୍ତାଦ୍‌
ବିଦାମ ଦେବଂ ଭୁବନେଶମୀଡ୍ୟମ୍ ।”(୬.୭)

“ପରମ ବ୍ରହ୍ମ ସମସ୍ତ ଶାସକମାନଙ୍କର ଶାସକ ଅଟନ୍ତି; ସେ ଦେବତାମାନଙ୍କର ପରମ ଦେବ ଅଟନ୍ତି; ପତିମାନଙ୍କର ପରମ ପତି ଅଟନ୍ତି । ସେ ସମଗ୍ର ସୃଷ୍ଟିର ଅଧିପତି ଅଟନ୍ତି ଏବଂ ମାୟା ଶକ୍ତିର ଊର୍ଦ୍ଧ୍ୱରେ ତାଙ୍କର ସ୍ଥିତି ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!