ମୃତ୍ୟୁଃ ସର୍ବହରଶ୍ଚାହମୁଦ୍ଭବଶ୍ଚ ଭବିଷ୍ୟତାମ୍ ।
କୀର୍ତିଃ ଶ୍ରୀର୍ବାକ୍ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା ।।୩୪।।
ମୃତ୍ୟୁଃ - ମୃତ୍ୟୁ; ସର୍ବ-ହରଃ- ସର୍ବଗ୍ରାସକାରୀ; ଚ- ଏବଂ; ଅହଂ-ମୁଁ; ଉଦ୍ଭବଃ - ଉତ୍ପନ୍ନ; ଚ -ଏବଂ; ଭବିଷ୍ୟତାମ୍ - ଭବିଷ୍ୟତରେ; କୀର୍ତି -ଯଶ (କୀର୍ତ୍ତି); ଶ୍ରୀଃବାକ୍ -ସୁନ୍ଦର ବାଣୀ; ଚ- ଏବଂ; ନାରୀଣାମ୍ - ସ୍ତ୍ରୀଲୋକମାନଙ୍କର; ସ୍ମୃତିଃ - ସ୍ମୃତି; ମେଧା- ବୁଦ୍ଧି; ଧୃତିଃ - ଧୈର୍ଯ୍ୟ; କ୍ଷମା- ସହନଶୀଳତା ।
BG 10.34: ମୁଁ ସର୍ବଗ୍ରାସୀ ମୃତ୍ୟୁ ଅଟେ, ମୁଁ ସୃଷ୍ଟି ହେବାକୁ ଥିବା ବସ୍ତୁମାନଙ୍କର ସୃଷ୍ଟିକର୍ତ୍ତା ଅଟେ । ନାରୀ ସୁଲଭ ଗୁଣ ମାନଙ୍କ ମଧ୍ୟରେ ମୁଁ ଯଶ, ବୈଭବ, ମୃଦୁ ବାକ୍ୟ, ସ୍ମରଣ ଶକ୍ତି, ବୁଦ୍ଧି, ସାହସ ଓ କ୍ଷମା ଅଟେ ।
ମୃତ୍ୟୁଃ ସର୍ବହରଶ୍ଚାହମୁଦ୍ଭବଶ୍ଚ ଭବିଷ୍ୟତାମ୍ ।
କୀର୍ତିଃ ଶ୍ରୀର୍ବାକ୍ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା ।।୩୪।।
ମୁଁ ସର୍ବଗ୍ରାସୀ ମୃତ୍ୟୁ ଅଟେ, ମୁଁ ସୃଷ୍ଟି ହେବାକୁ ଥିବା ବସ୍ତୁମାନଙ୍କର ସୃଷ୍ଟିକର୍ତ୍ତା ଅଟେ । ନାରୀ ସୁଲଭ ଗୁଣ ମାନଙ୍କ ମଧ୍ୟରେ ମୁଁ ଯଶ, ବୈଭବ, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଇଂରାଜୀରେ ଏକ ବାକ୍ୟାଂଶ ଅଛି “ମୃତ୍ୟୁ ପରି ସୁନିଶ୍ଚିତ” । ଯିଏ ଜନ୍ମ ନିଏ, ତା’ର ମୃତ୍ୟୁ ନିଶ୍ଚିତ । ସମସ୍ତ ଜୀବନର ଅନ୍ତ ମୃତ୍ୟୁରେ ହୁଏ । ଏଣୁ ବାକ୍ୟାଂଶ ଅଛି “ଶେଷ ସୀମା” । ଭଗବାନ କେବଳ ସୃଜନକାରୀ ଶକ୍ତି ନୁହଁନ୍ତି, ସେ ବିନାଶକାରୀ ଶକ୍ତି ମଧ୍ୟ ଅଟନ୍ତି । ସେ ମୃତ୍ୟୁ ରୂପରେ ସମସ୍ତଙ୍କୁ ଗ୍ରାସ କରି ନିଅନ୍ତି । ଜନ୍ମ ମୃତ୍ୟୁର ଚକ୍ରରେ, ଯିଏ ମୃତ୍ୟୁବରଣ କରେ ସେ ପୁନର୍ବାର ଜନ୍ମ ଗ୍ରହଣ କରେ । ଶ୍ରୀକୃଷ୍ଣ କରୁଛନ୍ତି ଯେ, ଆଗାମୀ ସୃଷ୍ଟିର ମଧ୍ୟ ସେ ସୃଷ୍ଟିକର୍ତ୍ତା ଅଟନ୍ତି ।
କେତେକ ଗୁଣ ସ୍ତ୍ରୀ ମାନଙ୍କ ବ୍ୟକ୍ତିତ୍ୱର ଆଭୂଷଣ ସଦୃଶ ଅଟେ ଏବଂ ଅନ୍ୟ କେତେକ ଗୁଣ ପୁରୁଷଙ୍କ କ୍ଷେତ୍ରରେ ପ୍ରଶଂସନୀୟ ଅଟେ । ଆଦର୍ଶତଃ, ଜଣେ ଉତ୍ତମ ମନୁଷ୍ୟଠାରେ ଉଭୟ ପ୍ରକାରର ଗୁଣ ରହିବା ଆବଶ୍ୟକ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଶ, ବୈଭବ, ମୃଦୁବାଣୀ, ସ୍ମୃତି, ବୁଦ୍ଧିମତ୍ତା, ସାହସ ଏବଂ କ୍ଷମା ସ୍ତ୍ରୀ ମାନଙ୍କର ବ୍ୟକ୍ତିତ୍ୱକୁ ଉଜ୍ଜ୍ୱଳମୟ କରିଥାଏ । ପ୍ରଥମ ତିନୋଟି ଗୁଣ ବାହାରକୁ ପ୍ରକାଶ ପାଇଥାଏ ଏବଂ ଅନ୍ୟ ଚାରିଗୋଟି ଗୁଣ ଅନ୍ତର୍ନିହିତ ରହେ ।
ଏତଦ୍ବ୍ୟତୀତ, ମନୁଷ୍ୟ ଜାତିର ଉପ ସୃଷ୍ଟି କର୍ତ୍ତା, ଦକ୍ଷ ପ୍ରଜାପତିଙ୍କର ଚବିଶଜଣ କନ୍ୟା ଥିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଶ୍ରେଷ୍ଠ ସ୍ତ୍ରୀ ରୂପେ ବିବେଚନା କରାଯାଇ ଥାଏ - କୀର୍ତ୍ତି, ସ୍ମୃତି, ମେଧା, ଧୃତି ଏବଂ କ୍ଷମା । ଭୃଗୁ ଋଷିଙ୍କର କନ୍ୟାର ନାମ ଶ୍ରୀ ଥିଲା । ବକ ବ୍ରହ୍ମାଙ୍କର ପୁତ୍ରୀ ଥିଲେ । ଶ୍ଲୋକରେ ବର୍ଣ୍ଣିତ ସାତୋଟି ଗୁଣର ଅଧିଷ୍ଠାତ୍ରୀ ଦେବୀ ଯଥାକ୍ରମେ ଏହି ସାତଜଣ ସ୍ତ୍ରୀ ଅଟନ୍ତି । ଏଠାରେ ଶ୍ରୀକୃଷ୍ଣ ଏହିସବୁ ଗୁଣକୁ ତାଙ୍କର ବିଭୂତି ଭାବରେ ସୂଚିତ କରିଛନ୍ତି ।