ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।
ମୁନୀନାମପ୍ୟହଂ ବ୍ୟାସଃ କବୀନାମୁଶନା କବିଃ ।।୩୭।।
ବୃଷ୍ଣୀନାଂ - ବୃଷ୍ଣୀଙ୍କର ବଂଶଧରମାନଙ୍କ ମଧ୍ୟରେ; ବାସୁଦେବଃ -ବସୁଦେବ ପୁତ୍ର ଶ୍ରୀକୃଷ୍ଣ; ଅସ୍ମି - ଅଟେ; ପାଣ୍ଡବାନାମ୍ - ପାଣ୍ଡବମାନଙ୍କ ମଧ୍ୟରେ; ଧନଞ୍ଜୟଃ - ଅର୍ଜୁନ; ମୁନୀନାମ୍ - ମୁନିମାନଙ୍କ ମଧ୍ୟରେ; ଅପି - ମଧ୍ୟ; ଅହଂ-ମୁଁ; ବ୍ୟାସଃ - ବେଦବ୍ୟାସ; କବୀନାମ୍ - ପ୍ରସିଦ୍ଧ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ; ଉଶନା - ଶୁକ୍ରାଚାର୍ଯ୍ୟ; କବିଃ - ବିଦ୍ୱାନ ।
BG 10.37: ବୃଷ୍ଣୀବଂଶଜ ମାନଙ୍କ ମଧ୍ୟରେ ମୁଁ କୃଷ୍ଣ ଏବଂ ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଅର୍ଜୁନ ଅଟେ । ମୁନିମାନଙ୍କ ମଧ୍ୟରେ ମୁଁ ବେଦବ୍ୟାସ ଏବଂ ବିଦ୍ୱାନମାନଙ୍କ ମଧ୍ୟରେ ମୁଁ ଶୁକ୍ରାଚାର୍ଯ୍ୟ ଅଟେ ।
ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।
ମୁନୀନାମପ୍ୟହଂ ବ୍ୟାସଃ କବୀନାମୁଶନା କବିଃ ।।୩୭।।
ବୃଷ୍ଣୀବଂଶଜ ମାନଙ୍କ ମଧ୍ୟରେ ମୁଁ କୃଷ୍ଣ ଏବଂ ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଅର୍ଜୁନ ଅଟେ । ମୁନିମାନଙ୍କ ମଧ୍ୟରେ ମୁଁ ବେଦବ୍ୟାସ ଏବଂ ବିଦ୍ୱାନମାନଙ୍କ ମଧ୍ୟରେ ମୁଁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ବୃଷ୍ଣୀବଂଶରେ ବସୁଦେବଙ୍କ ପୁତ୍ର ରୂପରେ ଶ୍ରୀକୃଷ୍ଣ ପୃଥିବୀରେ ଜନ୍ମଗ୍ରହଣ କରିଥିଲେ । ଯେହେତୁ କୌଣସି ଜୀବ ଭଗବାନଙ୍କଠାରୁ ଶ୍ରେଷ୍ଠ ନୁହଁନ୍ତି, ତେଣୁ ଏହା ସ୍ୱାଭାବିକ ଯେ ବୃଷ୍ଣୀ ବଂଶର ଶ୍ରେଷ୍ଠ ବ୍ୟକ୍ତିତ୍ୱ ସେ ହିଁ ଅଟନ୍ତି । ପଣ୍ଡୁଙ୍କର ପାଂଚ ପୁତ୍ର - ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଏବଂ ସହଦେବଙ୍କୁ ପାଣ୍ଡବ କୁହାଯାଏ । ସେମାନଙ୍କ ମଧ୍ୟରୁ ଅର୍ଜୁନ ଧୁରନ୍ଧର ତୀରନ୍ଦାଜ ଥିଲେ ଏବଂ ଶ୍ରୀକୃଷ୍ଣଙ୍କର ଅନନ୍ୟ ଭକ୍ତ ଥିଲେ । ସେ ଭଗବାନଙ୍କୁ ତାଙ୍କର ପ୍ରିୟ ସଖା ଭାବରେ ଗ୍ରହଣ କରୁଥିଲେ ।
ମହର୍ଷି ବେଦବ୍ୟାସ ମୁନିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅଟନ୍ତି । ସେ ‘ବାଦରାୟଣ’ ଓ ‘କୃଷ୍ଣଦ୍ୱୈପାୟନ’ ନାମରେ ମଧ୍ୟ ପରିଚିତ । ସେ ବୈଦିକ ଜ୍ଞାନକୁ ବିଭିନ୍ନ ରୂପରେ ପ୍ରକାଶ କରିଥିଲେ ଏବଂ ମାନବ ସମାଜର ଉପକାର ପାଇଁ ଅନେକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ । ବାସ୍ତବରେ ବେଦବ୍ୟାସ ଶ୍ରୀକୃଷ୍ଣଙ୍କର ଅବତାର ଥିଲେ । ଶ୍ରୀମଦ୍ ଭାଗବତମ୍ର ଅବତାର ମାନଙ୍କ ସୂଚୀରେ ତାଙ୍କର ନାମ ଲିପିବଦ୍ଧ କରାଯାଇଛି ।
ଶୁକ୍ରାଚାର୍ଯ୍ୟ ଜଣେ ବିଦ୍ୱାନ ଋଷି ଥିଲେ ଏବଂ ନୀତି ଶାସ୍ତ୍ରରେ ତାଙ୍କର ବିଶେଷ ଦକ୍ଷତା ଥିଲା । ସେ ଉଦାରତା ପୂର୍ବକ ଦାନବ ମାନଙ୍କୁ ନିଜର ଶିଷ୍ୟ ରୂପରେ ଗ୍ରହଣ କରି ସେମାନଙ୍କର ଉନ୍ନତି ପାଇଁ ପଥପ୍ରଦର୍ଶନ କରୁଥିଲେ । ତାଙ୍କର ବିଦ୍ୱତ୍ତା ପାଇଁ ଭଗବାନ ତାଙ୍କୁ ନିଜର ବିଭୂତି ଭାବରେ ଆଖ୍ୟାୟିତ କରିଛନ୍ତି ।