Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 4-5

ବୁଦ୍ଧିର୍ଜ୍ଞାନମସମ୍ମୋହଃ କ୍ଷମା ସତ୍ୟଂ ଦମଃ ଶମଃ ।
ସୁଖଂ ଦୁଃଖଂ ଭବୋଽଭାବୋ ଭୟଂ ଚାଭୟମେବ ଚ ।।୪।।
ଅହିଂସା ସମତା ତୁଷ୍ଟିସ୍ତପୋ ଦାନଂ ଯଶୋଽଯଶଃ ।
ଭବନ୍ତି ଭାବା ଭୂତାନାଂ ମତ୍ତ ଏବ ପୃଥଗ୍‌ବିଧାଃ ।।୫।।

ବୁଦ୍ଧିଃ - ବୁଦ୍ଧି; ଜ୍ଞାନଂ - ଜ୍ଞାନ; ଅସଂମୋହଃ - ସଂଶୟମୁକ୍ତ; କ୍ଷମା - କ୍ଷମା; ସତ୍ୟଂ - ସତ୍ୟ; ଦମଃ -ଇନ୍ଦ୍ରିୟସଂଯମ; ଶମଃ - ମନ ସଂଯମ; ସୁଖଂ - ସୁଖ; ଦୁଃଖଂ - ଦୁଃଖ; ଭବଃ - ଜନ୍ମ ; ଅଭାବଃ - ମୃତ୍ୟୁ; ଭୟଂ - ଭୟ; ଚ - ମଧ୍ୟ; ଅଭୟଂ - ଭୟହୀନତା, ଏବ- ମଧ୍ୟ; ଚ - ଏବଂ; ଅହିଂସା - ଅହିଂସା; ସମତା - ସଭମାବ; ତୁଷ୍ଟିଃ - ସନ୍ତୋଷ; ତପଃ - ତପସ୍ୟା; ଦାନଂ - ଦାନ; ଯଶଃ - ପ୍ରଶଂସା; ଅଯଶଃ - ନିନ୍ଦା; ଭବନ୍ତି - ହୁଅନ୍ତି; ଭାବାଃ - ପ୍ରକୃତି; ଭୂତାନାଂ - ଜୀବମାନଙ୍କ ମଧ୍ୟରେ; ମତ୍ତଃ - ମୋ ଠାରୁ; ଏବ - କେବଳ; ପୃଥକ୍‌-ବିଧାଃ - ବିଭିନ୍ନ ପ୍ରକାରେ ବ୍ୟବସ୍ଥିତ ।

Translation

BG 10.4-5: ମନୁଷ୍ୟମାନଙ୍କର ଗୁଣରେ ବିବିଧତା କେବଳ ମୋଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଯେପରି କି ବୁଦ୍ଧି, ଜ୍ଞାନ, ବିବେକ, କ୍ଷମାଶୀଳତା, ସତ୍ୟବାଦିତା, ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ, ସୁଖ ଓ ଦୁଃଖ, ଜନ୍ମ ଓ ମୃତ୍ୟୁ, ଭୟ ଓ ସାହସ, ଅହିଂସା, ସମଦର୍ଶିତା, ସନ୍ତୋଷ, ସଂଯମ, ଦାନ, ଯଶ ଓ ଅପଯଶ ।

Commentary

ଏହି ଦୁଇଟି ଶ୍ଲୋକରେ, ଶ୍ରୀକୃଷ୍ଣ ତାଙ୍କର ପୂର୍ଣ୍ଣ ପ୍ରଭୁତ୍ୱ ଏବଂ ସୃଷ୍ଟିର ସମସ୍ତ ବସ୍ତୁ ଉପରେ ତାଙ୍କର ପୂର୍ଣ୍ଣ ଆଧିପତ୍ୟକୁ ସମର୍ଥନ କରିବା ଜାରି ରଖିଛନ୍ତି । ଏଠାରେ ସେ କୋଡିଏଟି ଭାବନାର ଉଲ୍ଲେଖ କରିଛନ୍ତି, ଯାହା ଭିନ୍ନ ଭିନ୍ନ ମନୁଷ୍ୟଙ୍କ ଠାରେ ବିଭିନ୍ନ ମାତ୍ରାରେ ଏବଂ ମିଶ୍ରଣରେ ପ୍ରକାଶିତ ହୋଇ ପ୍ରତ୍ୟେକ ମାନବ ପ୍ରକୃତିକୁ ସ୍ୱତନ୍ତ୍ର ଢାଂଚାରେ ଗଢିଥାଏ । ସେ ଘୋଷଣା କରୁଛନ୍ତି ଯେ, ମନୁଷ୍ୟର ଭିନ୍ନ ଭିନ୍ନ ଆବେଗ, ସ୍ୱଭାବ, ଏବଂ ପ୍ରବୃତ୍ତି ତାଙ୍କଠାରୁ ହିଁ ଉତ୍ପତ୍ତି  ଲାଭ କରିଥାଏ ।

ବୁଦ୍ଧି: କୌଣସି ବିଷୟକୁ ଉଚିତ୍ ଦୃଷ୍ଟିକୋଣରୁ ବିଶ୍ଲେଷଣ କରିବାର କ୍ଷମତା ।

ଜ୍ଞାନଂ: ମାୟିକ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବାର କ୍ଷମତା ।

ଅସମ୍ମୋହଂ : ଦ୍ୱନ୍ଦରହିତ ।

କ୍ଷମା: ଆମର ଅନିଷ୍ଟ କରିଥିବା ବ୍ୟକ୍ତିକୁ ମଧ୍ୟ କ୍ଷମା କରିବାର ଗୁଣ ।

ସତ୍ୟ: ସମସ୍ତଙ୍କ ଉପକାର ପାଇଁ ସତ୍ୟ ପ୍ରକାଶ କରିବାର ସାହସ ।

ଦମ: ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା ।

ଶମ: ମନ ଉପରେ ନିୟନ୍ତ୍ରଣ ।

ସୁଖଂ: ଆନନ୍ଦ ବା ଖୁସୀର ଅନୁଭୂତି ।

ଦୁଖଂ: ଦୁଃଖଯାତନାର ଅନୁଭୂତି

ଭବଃ: ନିଜ ଅସ୍ଥିତ୍ୱର ଅନୁଭୂତି ।

ଅଭାବଃ: ମୃତ୍ୟୁର ଅନୁଭୂତି ।

ଭୟ: ଆସନ୍ନ ବିପଦର ଆଶଙ୍କା

ଅଭୟ: ଭୟ ରହିତ

ଅହିଂସା: କୌଣସି ପ୍ରାଣୀକୁ ବାଣୀ, କ୍ରିୟା ବା ବିଚାର ଦ୍ୱାରା କ୍ଷତି ନ ପହଞ୍ଚାଇବା ।

ସମତା: ଉଭୟ ଭଲ ଓ ମନ୍ଦ ପରିସ୍ଥିତିରେ ସମଭାବ ରହିବା ।

ତୁଷ୍ଟି: କର୍ମ ଅନୁସାରେ ଯାହା ଫଳ ମିଳିଲେ ବି ସନ୍ତୁଷ୍ଟ ରହିବା ।

ତପ: ଆଧ୍ୟାତ୍ମିକ ଲାଭ ପାଇଁ ବେଦର ନିୟମ ଅନୁଯାୟୀ ସ୍ୱେଚ୍ଛାରେ ସଂଯମ ପାଳନ କରିବା ।

ଦାନ: ଅଧିକାରୀ ବ୍ୟକ୍ତିଙ୍କୁ ଧନ ସାମଗ୍ରୀ ଆଦି ବିତରଣ କରିବା ।

ଯଶ: ଉତ୍ତମ ଗୁଣର ଅଧିକାରୀ ଭାବରେ ସୁନାମ ଅର୍ଜନ କରିବା ।

ଅଯଶ: ମନ୍ଦ ସ୍ୱଭାବ ଯୋଗୁଁ ନିନ୍ଦିତ ହେବା ।

ଶ୍ରୀକୃଷ୍ଣ କହୁଛନ୍ତି ଯେ, ବ୍ୟକ୍ତିଠାରେ ଏହି ସବୁ ଗୁଣର ପ୍ରାକଟ୍ୟ କେବଳ ତାଙ୍କ ଦ୍ୱାରା ସ୍ୱୀକୃତ ମାତ୍ରାରେ ହୋଇଥାଏ । ତେଣୁ  ସେ ହିଁ ସମସ୍ତ ଭଲ ଓ ମନ୍ଦ ଗୁଣର ଉତ୍ସ ଅଟନ୍ତି । ଏହାର ତୁଳନା ଭିନ୍ନ ଭିନ୍ନ ବୈଦୁତିକ ଉପକରଣ ଦ୍ୱାରା ପାୱାର ହାଉସ୍ (ବୈଦ୍ୟୁତିକ ଶକ୍ତି ଭଣ୍ଡାର)ରୁ ଆସୁଥିବା ବୈଦୁତିକ ଶକ୍ତିର ବିନିଯୋଗ ସହିତ କରାଯାଇ ପାରେ । ସେହି ଶକ୍ତି ବିଭିନ୍ନ ଉପକରଣରେ ପ୍ରବାହିତ ହୋଇ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟ କରିଥାଏ । ଏହା ଗୋଟିଏରେ ଶବ୍ଦ, ଅନ୍ୟଟିରେ ଆଲୋକ ଓ ତୃତୀୟଟିରେ ଉତ୍ତାପ ସୃଷ୍ଟି କରେ । ଶକ୍ତିର ଅଭିବ୍ୟକ୍ତିରେ ପାର୍ଥକ୍ୟ ରହିଥିଲେ ବି,  ଉତ୍ସ ସେହି ପାୱାର ହାଉସ୍‌ରୁ ଆସୁଥିବା ବିଦ୍ୟୁତ୍‌ଶକ୍ତି ଅଟେ । ସେହିପରି, ଆମର ପୂର୍ବ ଜନ୍ମର ସଂସ୍କାର ଏବଂ ବର୍ତ୍ତମାନ ଜନ୍ମର ପୁରୁଷାର୍ଥ ଅନୁସାରେ, ଭଗବାନଙ୍କର ଶକ୍ତି ଆମ ଠାରେ ସକାରାତ୍ମକ ଅଥବା ନକାରାତ୍ମକ ଭାବରେ ପ୍ରକାଶିତ ହୁଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!