Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 40

ନାନ୍ତୋଽସ୍ତି ମମ ଦିବ୍ୟାନାଂ ବିଭୂତୀନାଂ ପରନ୍ତପ ।
ଏଷ ତୂଦ୍ଦେଶତଃ ପ୍ରୋକ୍ତୋ ବିଭୂତେର୍ବିସ୍ତରୋ ମୟା ।।୪୦।।

ନ- ନାହିଁ; ଅନ୍ତଃ -ଶେଷ; ଅସ୍ତି-ଅଛି; ମମ- ମୋର; ଦିବ୍ୟାନାଂ - ଦିବ୍ୟ; ବିଭୂତୀନାଂ - ବିଭୂତି(ଐଶ୍ୱର୍ଯ୍ୟ); ପରନ୍ତପ- ହେ ଶତ୍ରୁଜୟୀ; ଏଷଃ - ଏସବୁ; ତୁ - କିନ୍ତୁ; ଉଦ୍ଦେଶତଃ - କେବଳ ଗୋଟିଏ ଭାଗ; ପ୍ରୋକ୍ତଃ - କୁହାଯାଇଥିବା; ବିଭୂତେଃ- ଐଶ୍ୱର୍ଯ୍ୟର; ବିସ୍ତରଃ - ବିସ୍ତୃତି; ମୟା- ମୋ’ଦ୍ୱାରା ।

Translation

BG 10.40: ହେ ଶତ୍ରୁଜୟୀ! ମୋ ଦିବ୍ୟ ପ୍ରକାଶର ଅନ୍ତ ନାହିଁ । ଯାହା ମୁଁ ତୁମ ସମ୍ମୁଖରେ ଘୋଷଣା କଲି ତାହା କେବଳ ମୋର ଅନନ୍ତ ଐଶ୍ୱର୍ଯ୍ୟର ନମୁନା ଅଟେ ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ଐଶ୍ୱର୍ଯ୍ୟର ବର୍ଣ୍ଣନା ସମାପ୍ତ କରିବାକୁ ଯାଉଛନ୍ତି । ଶ୍ଲୋକ ୨୦ରୁ ୩୯ ପର୍ଯ୍ୟନ୍ତ, ଯେ ତାଙ୍କର ଅନନ୍ତ ଐଶ୍ୱର୍ଯ୍ୟ ମଧ୍ୟରୁ ୮୨ଟି ଐଶ୍ୱର୍ଯ୍ୟର ବର୍ଣ୍ଣନ କରିଛନ୍ତି । ବର୍ତ୍ତମାନ ସେ କହୁଛନ୍ତି ଯେ ଏହି ବିସ୍ତୃତ ବିଷୟବସ୍ତୁର ସେ ଏକ ଅଂଶ ମାତ୍ର ବର୍ଣ୍ଣନା କରିଛନ୍ତି ।

ଏଠାରେ କେହି କେହି ପ୍ରଶ୍ନ କରିପାରନ୍ତି ଯେ ଯଦି ସବୁ କିଛି ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ, ତା’ହେଲେ ଏସବୁ ବର୍ଣ୍ଣନା କରିବାର ଆବଶ୍ୟକତା କ’ଣ ଥିଲା? ଏହାର ଉତ୍ତର ଜାଣିବା ପାଇଁ ଆମେ ଅର୍ଜୁନଙ୍କ ପାଖକୁ ଯିବା । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ଯେ ସେ କେଉଁ ରୂପରେ ତାଙ୍କର ସ୍ମରଣ କରିବେ ଏବଂ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ତାଙ୍କ ଐଶ୍ୱର୍ଯ୍ୟର ବର୍ଣ୍ଣନା କରୁଛନ୍ତି । କୌଣସି ବିଶେଷତ୍ୱ ପ୍ରତି ମନ ସ୍ୱାଭାବିକ ଭାବେ ଆକୃଷ୍ଟ ହୋଇଥାଏ ଏବଂ ଏଠାରେ ଭଗବାନ ତାଙ୍କ ଶକ୍ତିରେ ଥିବା ବିଶେଷତ୍ୱକୁ ପ୍ରକାଶିତ କରିଛନ୍ତି । କେଉଁଠାରେ କିଛି ବିଶେଷ ଗରିମା ପ୍ରକଟ ହେଉଥିବାର ଦେଖି ଆମେ ଯଦି ତାକୁ ଭଗବାନଙ୍କର ଐଶ୍ୱର୍ଯ୍ୟ ଭାବରେ ଗ୍ରହଣ କରିବା, ତା’ହେଲେ ଆମର ମନ ସ୍ୱତଃ ଭଗବାନଙ୍କ ପ୍ରତି ଆକୃଷ୍ଟ ହେବ । ବ୍ୟାପକ ଦୃଷ୍ଟିରେ ଦେଖିବାକୁ ଗଲେ, ଛୋଟ ବଡ଼ ସମସ୍ତ ବସ୍ତୁରେ ଭଗବାନଙ୍କର ଐଶ୍ୱର୍ଯ୍ୟ ସମାବିଷ୍ଟ । ତେଣୁ ଆମର ଭକ୍ତି ବୃଦ୍ଧି କରିବା ପାଇଁ ସଂସାରରେ ଆମେ ଭଗବାନଙ୍କ ଐଶ୍ୱର୍ଯ୍ୟର ଅସଂଖ୍ୟ ଉଦାହରଣ ପାଇ ପାରିବା । ଭାରତର ଏକ ରଙ୍ଗ କମ୍ପାନୀର ବିଜ୍ଞାପନ କହେ, “ଯେଉଁଠାରେ ବି ତୁମେ କୌଣସି ରଙ୍ଗ ଦେଖୁଛ, ଆମକୁ ଚିନ୍ତା କର ।” ଏହା ଶ୍ରୀକୃଷ୍ଣଙ୍କର ବକ୍ତବ୍ୟ ସହିତ ତୁଳନୀୟ - “ଯେଉଁଠାରେ ବି ତୁମେ କୌଣସି ଐଶ୍ୱର୍ଯ୍ୟର ପରିପ୍ରକାଶ ଦେଖୁଛ, ମୋର ସ୍ମରଣ କର ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!