Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 10, Verse 7

ଏତାଂ ବିଭୂତିଂ ଯୋଗଂ ଚ ମମ ଯୋ ବେତ୍ତି ତତ୍ତ୍ୱତଃ ।
ସୋଽବିକମ୍ପେନ ଯୋଗେନ ଯୁଜ୍ୟତେ ନାତ୍ର ସଂଶୟଃ ।।୭।।

ଏତାଂ-ଏଗୁଡ଼ିକ; ବିଭୂତିଂ-ବୈଭବ, ଐଶ୍ୱର୍ଯ୍ୟ; ଯୋଗଂ-ଦିବ୍ୟ ଶକ୍ତି; ଚ-ଏବଂ ; ମମ-ମୋର, ଯୋ-ଯେଉଁମାନେ; ବେତ୍ତି-ଜାଣିବା; ତତ୍ତ୍ୱତଃ-ପ୍ରକୃତରେ; ସ-ସେମାନେ, ଅବିକମ୍ପେନ-ଅବିଚଳ; ଯୋଗେନ-ଭକ୍ତିଯୋଗରେ; ଯୁଜ୍ୟତେ-ମିଳିତ ହୁଅନ୍ତି; ନା-ନାହିଁ; ଅତ୍ର-ଏଠାରେ; ସଂଶୟଃ-ସନ୍ଦେହ ।

Translation

BG 10.7: ଯେଉଁମାନେ ମୋର ବାସ୍ତବିକ ବିଭୂତି ଏବଂ ଦିବ୍ୟ ଶକ୍ତିକୁ ଜାଣନ୍ତି, ସେମାନେ ଅନନ୍ୟ ଭକ୍ତିଯୁକ୍ତ ହୋଇଥାନ୍ତି । ଏଥିରେ କିଛି ସନ୍ଦେହ ନଥାଏ ।

Commentary

ବିଭୂତି ଶବ୍ଦର ତାତ୍ପର୍ଯ୍ୟ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରକଟିତ ଭଗବାନଙ୍କର ମହାନ ଶକ୍ତିସମୂହ ଅଟେ । ଯୋଗ ଶବ୍ଦ ସେହି ସବୁ ଶକ୍ତି ସହିତ ଭଗବାନଙ୍କୁ ସଂଯୁକ୍ତି କରିବା ଅଟେ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଜାଣି ତାଙ୍କର ମହିମା ବିଷୟରେ ନିଶ୍ଚିନ୍ତ ହୋଇଯିବା ପରେ, ଆମେ ତାଙ୍କର ଭକ୍ତି କରିବାକୁ ପ୍ରବୃତ୍ତ ହେବା ସ୍ୱାଭାବିକ ।

ଭଗବାନଙ୍କର ମହାତ୍ମ୍ୟ ଜ୍ଞାନ ଭକ୍ତର ତାଙ୍କ ପ୍ରତି ପ୍ରେମ ଓ ଭକ୍ତିକୁ ପରିପୁଷ୍ଟ କରିଥାଏ । ଜ୍ଞାନ ଓ ପ୍ରେମ ମଧ୍ୟରେ ରହିଥିବା ପ୍ରତ୍ୟକ୍ଷ ସମ୍ବନ୍ଧକୁ ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବା । ମନେ କରନ୍ତୁ, ଆପଣଙ୍କର ବନ୍ଧୁ ଆପଣଙ୍କୁ କଳାରଙ୍ଗର ଛୋଟ ପଥରଟିଏ ଦେଖାଇଲେ । ପଥରଟିର ବିଶେଷତ୍ୱ ଆପଣଙ୍କୁ ଜଣାନାହିଁ, ତେଣୁ ତା’ ପ୍ରତି ଆପଣ ବିଶେଷ ଆଗ୍ରହ ଦେଖାଇଲେ ନାହିଁ । ତାପରେ ଆପଣଙ୍କର ବନ୍ଧୁ କହିଲେ, “ଏହା ସାଳଗ୍ରାମ ଅଟେ ଏବଂ ଜଣେ ସନ୍ଥ ମୋତେ ଏହାକୁ ଦେଇଛନ୍ତି” । ସାଳଗ୍ରାମ ଏକ ବିଶେଷ ପଥର ଅଟେ, ଯାହାକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ଭାବରେ ପୂଜା କରାଯାଏ । ଆପଣ ଯଦି ସାଳଗ୍ରାମର ମହତ୍ୱ ଜାଣିଥିବେ, ତେବେ ପଥରଟି ଗୋଟିଏ ସାଳଗ୍ରାମ ବୋଲି ଜାଣିବା ପରେ, ତା’ ପ୍ରତି ଆପଣଙ୍କର ଶ୍ରଦ୍ଧା ବୃଦ୍ଧି ଲାଭ କରିବ । ପୁନଶ୍ଚ, ଧରନ୍ତୁ ଆପଣଙ୍କର ବନ୍ଧୁ କହିଲେ, “ଜାଣିଛ!ଏହି ସାଳଗ୍ରାମକୁ ପାଞ୍ଚ ହଜାର ବର୍ଷ ତଳେ ସ୍ୱାମୀ ରାମାନୁଜ ପୂଜା କରୁଥିଲେ” । ଏହି ଜ୍ଞାନ ହେବା ମାତ୍ରେ ଆପଣଙ୍କର ଶ୍ରଦ୍ଧା ତା’ ପ୍ରତି ଆହୁରି ବଢ଼ିଯିବ । ପ୍ରତ୍ୟେକଥର ଜ୍ଞାନ ହିଁ ଆପଣଙ୍କର ପଥର ପ୍ରତି ଶ୍ରଦ୍ଧା ବୃଦ୍ଧି କରୁଅଛି । ସେହିପରି ଭଗବାନଙ୍କ ବିଷୟରେ ସଠିକ୍ ଜ୍ଞାନ ତାଙ୍କ ପ୍ରତି ଆମର ଭକ୍ତିକୁ ବଢ଼ାଇଥାଏ । ଏହପରି ଭାବରେ, ଅନନ୍ତ ବିଶ୍ୱର ବିସ୍ମୟକର ସଂଚାଳନରେ ପ୍ରକଟିତ ଭଗବାନଙ୍କ ଭବ୍ୟ ବୈଭବର ବର୍ଣ୍ଣନା କରି ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହି ଜ୍ଞାନ ପ୍ରାପ୍ତ କରି ଜୀବ ଅବିଚଳ ଭକ୍ତିରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଯିବା ସ୍ୱାଭାବିକ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!