Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 13

ତତ୍ରୈକସ୍ଥଂ ଜଗତ୍‌କୃତ୍ସ୍ନଂ ପ୍ରବିଭକ୍ତମନେକଧା ।
ଅପଶ୍ୟଦ୍ଦେବଦେବସ୍ୟ ଶରୀରେ ପାଣ୍ଡବସ୍ତଦା । ।।୧୩।।

ତତ୍ର - ସେଠାରେ; ଏକସ୍ଥଂ - ଏକ ସ୍ଥାନରେ ରହି; ଜଗତ୍ - ବ୍ରହ୍ମାଣ୍ଡ; କୃତ୍ସ୍ନଂ - ସମ୍ପୂର୍ଣ୍ଣରୂପେ; ପ୍ରବିଭକ୍ତଂ - ବିଭକ୍ତ; ଅନେକଧା - ଅନେକ ପ୍ରକାରେ; ଅପଶ୍ୟତ୍ - ଦେଖି ପାରିଲେ; ଦେବ ଦେବସ୍ୟ - ପରମପୁରୁଷ ଭଗବାନଙ୍କର; ଶରୀରେ - ବିଶ୍ୱରୂପରେ; ପାଣ୍ଡବ - ଅର୍ଜୁନ; ତଦା - ସେହି ସମୟରେ ।

Translation

BG 11.13: ସେଠାରେ ଅର୍ଜୁନ ଦେଖିପାରିଲେ ଯେ ପରମେଶ୍ୱରଙ୍କ ଶରୀରରେ ସମଗ୍ର ବ୍ରହ୍ମାଣ୍ଡ ପୂର୍ଣ୍ଣତଃ ଗୋଟିଏ ସ୍ଥାନରେ ରହିଛି ।

Commentary

ବିଶ୍ୱରୂପର ବିସ୍ମୟକର ଅଲୌକିକତା ବର୍ଣ୍ଣନା କରିବା ପରେ, ସଞ୍ଜୟ କହୁଛନ୍ତି ଯେ ସମଗ୍ର ସୃଷ୍ଟି ଏହା ମଧ୍ୟରେ ସମାହିତ । ଆହୁରି  ବିସ୍ମୟକର ଏହା ଯେ ଅର୍ଜୁନ ଦେଖିବାକୁ ପାଉଛନ୍ତି, ସମଗ୍ର ସୃଷ୍ଟି ଶ୍ରୀକୃଷ୍ଣଙ୍କ ଶରୀରରେ ଗୋଟିଏ ସ୍ଥାନରେ ଅବସ୍ଥିତ । ସେ ଦେଖିବାକୁ ପାଇଲେ ଯେ ସମ୍ପୂର୍ଣ୍ଣ ସୃଷ୍ଟି ଅନ୍ତର୍ଗତ ଅଗଣିତ ବ୍ରହ୍ମାଣ୍ଡ, ସେମାନଙ୍କର ଛାୟାପଥ ଓ ସୌରମଣ୍ଡଳ ଆଦି ଅନେକ ବିଭାଜନ ସହିତ, ପରମେଶ୍ୱରଙ୍କ ଶରୀରର ଏକ ଅଂଶରେ ସ୍ଥିତ ଅଟନ୍ତି ।

ଶ୍ରୀକୃଷ୍ଣ, ତାଙ୍କର ବାଲ୍ୟଲୀଳାରେ, ଏହି ବିଶ୍ୱରୂପ ତାଙ୍କ ମାତା ଯଶୋଦାଙ୍କୁ ମଧ୍ୟ ଦେଖାଇଥିଲେ । ସେ ତାଙ୍କର ଭକ୍ତମାନଙ୍କୁ ଆହ୍ଲାଦିତ କରିବା ପାଇଁ ନିଜର ଦିବ୍ୟ ଐଶ୍ୱର୍ଯ୍ୟକୁ ଲୁକ୍‌କାୟିତ ରଖି, ଏକ ଶିଶୁର ଭୂମିକା ନିର୍ବାହ କରୁଥିଲେ । ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଜର ପୁତ୍ର ମନେ କରୁଥିଲେ । ତାଙ୍କର ବାରମ୍ବାର ବାରଣ ସତ୍ତ୍ୱେ, ସେ ମାଟି ଖାଇଥିବାରୁ ଦିନେ ସେ ତାଙ୍କୁ ବହୁତ ଦଣ୍ଡଦେଲେ ଏବଂ ମୁହଁ ଖୋଲି କ’ଣ ଖାଇଛନ୍ତି ତାହା ଦେଖାଇବାକୁ କହିଲେ । ଶ୍ରୀକୃଷ୍ଣ ମୁହଁ ଖୋଲିଲେ ଏବଂ ନିଜ ଯୋଗମାୟା ଶକ୍ତି ବଳରେ ସେହି ମୁହଁରେ ତାଙ୍କର ବିଶ୍ୱରୂପ ପ୍ରକଟ କଲେ । ଯଶୋଦା ତାଙ୍କ ଛୋଟ ଶିଶୁର ମୁହଁ ଭିତରେ ଏପରି ଅନନ୍ତ ବିସ୍ମୟ ଦେଖି ଚକିତ ହୋଇଗଲେ । ସେ ଏହି ଦୃଶ୍ୟରେ ଏପରି ଅଭିଭୂତ ହୋଇଗଲେ ଯେ ମୂର୍ଚ୍ଛିତ ହେବା ଅବସ୍ଥାକୁ ଆସିଗଲେ । ଶ୍ରୀକୃଷ୍ଣ ତାଙ୍କୁ ସ୍ପର୍ଶ କରି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିଲେ ।

ଭଗବାନ ଯେଉଁ ବିଶ୍ୱରୂପ ମାତା ଯଶୋଦାଙ୍କୁ ଦେଖାଇଥିଲେ, ସେହି ରୂପ ସେ ତାଙ୍କ ସଖା ଅର୍ଜୁନଙ୍କୁ ଦେଖାଇଛନ୍ତି । ସେହି ବିଶ୍ୱରୂପର ସନ୍ଦର୍ଶନରେ ଅର୍ଜୁନଙ୍କର ପ୍ରତିକ୍ରିୟା କ’ଣ, ବର୍ତ୍ତମାନ ସଞ୍ଜୟ ତାହା ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!