ଅନେକବାହୂଦରବକ୍ତ୍ରନେତ୍ରଂ
ପଶ୍ୟାମି ତ୍ୱାଂ ସର୍ବତୋଽନନ୍ତରୂପମ୍ ।
ନାନ୍ତଂ ନ ମଧ୍ୟଂ ନ ପୁନସ୍ତବାଦିଂ
ପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପ ।।୧୬।।
ଅନେକ-ଅନେକ; ବାହୁ-ବାହୁ; ଉଦର-ଉଦର; ବକ୍ତ୍ର-ମୁଖ; ନେତ୍ରଂ-ଚକ୍ଷୁ; ପଶ୍ୟାମି-ମୁଁ ଦେଖୁଛି; ତ୍ୱାଂ- ଆପଣଙ୍କୁ; ସର୍ବତଃ-ସବୁ ଦିଗରୁ; ଅନନ୍ତରୂପଂ-ଅନନ୍ତ ରୂପ; ନ ଅନ୍ତଂ-ଶେଷ ନାହିଁ; ନ ମଧ୍ୟଂ- ମଧ୍ୟ ନାହିଁ; ନ ପୁନଃ-ପୁନଶ୍ଚ ନାହିଁ; ତବ -ଆପଣଙ୍କର; ଆଦିଂ-ଆରମ୍ଭ; ପଶ୍ୟାମି- ମୁଁ ଦେଖୁଛି; ବିଶ୍ୱେଶ୍ୱର-ହେ ବ୍ରହ୍ମାଣ୍ଡର ଈଶ୍ୱର; ବିଶ୍ୱରୂପ- ବିଶ୍ୱରୂପରେ ।
BG 11.16: ମୁଁ ଆପଣଙ୍କର, ଅଗଣିତ ହସ୍ତ, ଉଦର, ମୁଖ ଏବଂ ଚକ୍ଷୁ ଯୁକ୍ତ ଅସୀମ ରୂପ ଚତୁର୍ଦ୍ଦିଗରେ ଦେଖୁଛି । ହେ ବିଶ୍ୱନିୟନ୍ତା, ବ୍ରହ୍ମାଣ୍ଡ ହିଁ ଆପଣଙ୍କର ସ୍ୱରୂପ ଅଟେ । ମୁଁ ଏହାର ଆଦ୍ୟ, ମଧ୍ୟ ଓ ଅନ୍ତ ଦେଖିପାରୁନାହିଁ ।
ଅନେକବାହୂଦରବକ୍ତ୍ରନେତ୍ରଂ
ପଶ୍ୟାମି ତ୍ୱାଂ ସର୍ବତୋଽନନ୍ତରୂପମ୍ ।
ନାନ୍ତଂ ନ ମଧ୍ୟଂ ନ ପୁନସ୍ତବାଦିଂ
ପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପ ।।୧୬।।
ମୁଁ ଆପଣଙ୍କର, ଅଗଣିତ ହସ୍ତ, ଉଦର, ମୁଖ ଏବଂ ଚକ୍ଷୁ ଯୁକ୍ତ ଅସୀମ ରୂପ ଚତୁର୍ଦ୍ଦିଗରେ ଦେଖୁଛି । ହେ ବିଶ୍ୱନିୟନ୍ତା, ବ୍ରହ୍ମାଣ୍ଡ ହିଁ ଆପଣଙ୍କର ସ୍ୱରୂପ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅର୍ଜୁନ ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି - ବିଶ୍ୱେଶ୍ୱର, ଅର୍ଥ ‘ବ୍ରହ୍ମାଣ୍ଡର ନିୟାମକ’ ଏବଂ ବିଶ୍ୱରୂପ ଅର୍ଥାତ୍ ‘ବ୍ରହ୍ମାଣ୍ଡୀୟ ସ୍ୱରୂପ’, ଯାହା ସୂଚିତ କରୁଛି, “ହେ ଶ୍ରୀକୃଷ୍ଣ, ଏହି ବିଶ୍ୱ ଆପଣଙ୍କର ପରିପ୍ରକାଶ ବ୍ୟତୀତ ଅନ୍ୟ କିଛି ନୁହେଁ ଏବଂ ଆପଣ ଏହାର ନିୟନ୍ତା ମଧ୍ୟ ଅଟନ୍ତି । ପୁଣି ତାଙ୍କ ବିଶାଳତାର ଅନୁଭବ କରି ଅର୍ଜୁନ କହୁଛନ୍ତି ଯେ କୌଣସି ଦିଗରୁ ଦେଖିଲେ ମଧ୍ୟ ସେ ସେହି ପ୍ରାକଟ୍ୟର ପ୍ରାନ୍ତ ସ୍ଥିର କରି ପାରୁନାହାନ୍ତି । ସେ ତା’ର ଆରମ୍ଭ ଖୋଜି ପାଉନାହାଁନ୍ତି, ମଧ୍ୟ ଭାଗକୁ ଦେଖିବାକୁ ଚାହିଁଲେ ମଧ୍ୟ ସେଥିରେ ସଫଳ ହେଉନାହାନ୍ତି ଏବଂ ଅନ୍ତର ସନ୍ଧାନ କରିବାକୁ ଯାଇ ତାଙ୍କ ସମ୍ମୁଖରେ ପ୍ରକଟିତ ଦୃଶ୍ୟର ଶେଷ ଦେଖିପାରୁନାହାନ୍ତି ।