ଅମୀ ହି ତ୍ୱାଂ ସୁରସଙ୍ଗା ବିଶନ୍ତି
କେଚିଦ୍ଭୀତାଃ ପ୍ରାଞ୍ଜଳୟୋ ଗୃଣନ୍ତି ।
ସ୍ୱସ୍ତିତ୍ୟୁକ୍ତ୍ୱା ମହର୍ଷିସିଦ୍ଧସଂଘାଃ
ସ୍ତୁବନ୍ତି ତ୍ୱାଂ ସ୍ତୁତିଭିଃ ପୁଷ୍କଳାଭିଃ ।।୨୧।।
ଅମୀ - ଏମାନେ; ହି - ନିଶ୍ଚିତରୂପେ, ତ୍ୱାଂ - ଆପଣଙ୍କଠାରେ; ସୁରସଙ୍ଘାଃ - ଦେବଗଣ; ବିଶନ୍ତି - ପ୍ରବେଶ କରନ୍ତି; କେଚିତ୍- କେତେକ; ଭୀତାଃ - ଭୟରେ; ପ୍ରାଞ୍ଜଳୟଃ -ଯୋଡ଼ ହସ୍ତରେ; ଗୁଣନ୍ତି - ସ୍ତୁତି କରନ୍ତି; ସ୍ୱସ୍ତି- ପବିତ୍ର; ଇତି - ଏହିପରି; ଉକ୍ତ୍ୱା - କହି; ମହର୍ଷି - ମହର୍ଷିଗଣ; ସିଦ୍ଧସଂଘାଃ - ସିଦ୍ଧ ପୁରୁଷଗଣ; ସ୍ତୁବନ୍ତି - ଯଶୋଗାନ କରୁଛନ୍ତି; ତ୍ୱାଂ - ଆପଣଙ୍କର;ସ୍ତୁତିଭିଃ - ପ୍ରାର୍ଥନା ସହିତ; ପୁଷ୍କଳାଭିଃ - ବୈଦିକ ମନ୍ତ୍ର ଦ୍ୱାରା ।
BG 11.21: ସ୍ୱର୍ଗର ସମସ୍ତ ଦେବତାଗଣ ଆପଣଙ୍କର ଆଶ୍ରୟ ଗ୍ରହଣ କରିବା ପାଇଁ ଆପଣଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି । ବିସ୍ମୟାଭିଭୂତ ହୋଇ, ସେମାନଙ୍କ ମଧ୍ୟରୁ କେତେଜଣ କରଯୋଡ଼ି ଆପଣଙ୍କର ସ୍ତୁତିଗାନ କରୁଛନ୍ତି । ମହାନ ମୁନିଋଷିଗଣ ଏବଂ ସିଦ୍ଧ ମହାପୁରୁଷଗଣ ପବିତ୍ର ମନ୍ତ୍ର ଏବଂ ପ୍ରାର୍ଥନା ଦ୍ୱାରା ଆପଣଙ୍କର ଯଶଗାନ କରୁଛନ୍ତି ।
ଅମୀ ହି ତ୍ୱାଂ ସୁରସଙ୍ଗା ବିଶନ୍ତି
କେଚିଦ୍ଭୀତାଃ ପ୍ରାଞ୍ଜଳୟୋ ଗୃଣନ୍ତି ।
ସ୍ୱସ୍ତିତ୍ୟୁକ୍ତ୍ୱା ମହର୍ଷିସିଦ୍ଧସଂଘାଃ
ସ୍ତୁବନ୍ତି ତ୍ୱାଂ ସ୍ତୁତିଭିଃ ପୁଷ୍କଳାଭିଃ ।।୨୧।।
ସ୍ୱର୍ଗର ସମସ୍ତ ଦେବତାଗଣ ଆପଣଙ୍କର ଆଶ୍ରୟ ଗ୍ରହଣ କରିବା ପାଇଁ ଆପଣଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି । ବିସ୍ମୟାଭିଭୂତ ହୋଇ, ସେମାନଙ୍କ ମଧ୍ୟରୁ କେତେଜଣ କରଯୋଡ଼ି ଆପଣଙ୍କର …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅର୍ଜୁନ ଏଠାରେ, ଶ୍ରୀକୃଷ୍ଣଙ୍କ କାଳରୂପର ଦର୍ଶନ କରୁଛନ୍ତି, ଅର୍ଥାତ୍ ତାଙ୍କର ସର୍ବଗ୍ରାସୀ କାଳ ସ୍ୱରୂପ । କାଳର କରାଳ ପ୍ରବାହ, ସ୍ୱର୍ଗର ଦେବତାମାନଙ୍କ ପରି ବଡ ବଡ ବିଭୂତିମାନଙ୍କୁ ମଧ୍ୟ ନିଜର କବଳିତ କରି ନେଇଥାଏ । ଅର୍ଜୁନ ଦେଖୁଛନ୍ତି, ସେମାନେ ବିନୟତା ପୂର୍ବକ ଯୋଡ଼ହସ୍ତରେ ଭଗବାନଙ୍କର ବିଶ୍ୱରୂପ ମଧ୍ୟକୁ ପ୍ରବେଶ କରୁଛନ୍ତି । ସେହି ସମୟରେ ସେ ଦେଖୁଛନ୍ତି ଯେ ମୁନିଋଷିଗଣ ଏବଂ ସିଦ୍ଧ ମହାତ୍ମାମାନେ ମଧ୍ୟ ସେମାନଙ୍କର ଚିନ୍ତନ, ବାଣୀ ଏବଂ କାର୍ଯ୍ୟଦ୍ୱାରା ଭଗବାନଙ୍କର ପ୍ରଶଂସା ଗାନ କରୁଛନ୍ତି ।