Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 26-27

ଅମୀ ଚ ତ୍ୱାଂ ଧୃତରାଷ୍ଟ୍ରସ୍ୟ ପୁତ୍ରାଃ
ସର୍ବେ ସହୈବାବନିପାଳସଂଘୈଃ ।
ଭୀଷ୍ମୋ ଦ୍ରୋଣଃ ସୂତପୁତ୍ରସ୍ତଥାସୌ
ସହାସ୍ମଦୀୟୈରପି ଯୋଧମୁଖ୍ୟୈଃ ।।୨୬।।
ବକ୍ତ୍ରାଣି ତେ ତ୍ୱରମାଣା ବିଶନ୍ତି
ଦଂଷ୍ଟ୍ରାକରାଳାନି ଭୟାନକାନି ।
କେଚିଦ୍‌ବିଲଗ୍ନା ଦଶନାନ୍ତରେଷୁ
ସଂଦୃଶ୍ୟନ୍ତେ ଚୂର୍ଣ୍ଣିତୈରୁତ୍ତମାଙ୍ଗୈଃ ।।୨୭।।

ଅମୀ - ଏମାନେ; ଚ - ଏବଂ; ତ୍ୱାଂ - ଆପଣଙ୍କୁ; ଧୃତରାଷ୍ଟ୍ରସ୍ୟ - ଧୃତରାଷ୍ଟ୍ରଙ୍କର; ପୁତ୍ରାଃ - ପୁତ୍ରମାନେ; ସର୍ବେ -ସମସ୍ତେ; ସହ -ସହିତ;ଏବ - ଏପରିକି; ଅବନିପାଳା -ଯୋଦ୍ଧା ରାଜାମାନେ; ସଙ୍ଘୈଃ - ସଂଘସହ; ଭୀଷ୍ମଃ - ଭୀଷ୍ମଦେବ; ଦ୍ରୋଣଃ - ଦ୍ରୋଣାଚାର୍ଯ୍ୟ; ସୂତ-ପୁତ୍ରଃ - କର୍ଣ୍ଣ; ତଥା - ମଧ୍ୟ; ଅସୌ - ଏହି; ସହ - ସହିତ; ଅସ୍ମଦୀୟୈଃ - ଆମ୍ଭମାନଙ୍କର; ଅପି - ମଧ୍ୟ; ଯୋଧ-ମୁଖ୍ୟୈଃ - ଯୋଦ୍ଧାମାନଙ୍କ ମଧ୍ୟରେ ଯେଉଁମାନେ ମୁଖ୍ୟ; ବକ୍ତ୍ରାଣି - ମୁଖମାନ; ତେ - ଆପଣଙ୍କର; ତ୍ୱରମାଣାଃ -ଧାବମାନ; ବିଶନ୍ତି-ପ୍ରବେଶ କରୁଛନ୍ତି; ଦଂଷ୍ଟ୍ରା- ଦନ୍ତରାଜି; କରାଳାନି -ଭୟଙ୍କର; ଭୟାନକାନି - ଅତ୍ୟନ୍ତ ଭୟଙ୍କର; କେଚିତ୍ - ସେମାନଙ୍କ ମଧ୍ୟରୁ କେତେକ; ବିଲଗ୍ନାଃ - ଆକ୍ରାନ୍ତ ହୋଇ; ଦଶନାନ୍ତରେଷୁ - ଦାନ୍ତସନ୍ଧିରେ; ସଂଦୃଶ୍ୟନ୍ତେ - ଦେଖାଯାଉଛନ୍ତି; ଚୂର୍ଣ୍ଣିତୈଃ - ଚୂର୍ଣ୍ଣ-ବିଚୂର୍ଣ୍ଣ; ଉତ୍ତମ -ଅଙ୍ଗୈଃ - ମସ୍ତକରେ ।

Translation

BG 11.26-27: ମୁଁ ଦେଖିପାରୁଛି ଯେ ଧୃତରାଷ୍ଟ୍ରଙ୍କର ସମସ୍ତ ପୁତ୍ର, ତାଙ୍କର ସହବଦ୍ଧ ସମସ୍ତ ରାଜାଗଣ, ତଥା ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଏବଂ ଆମ ପକ୍ଷର ଯୋଦ୍ଧାମାନେ ସିଧାସଳଖ ଆପଣଙ୍କ ଭୟଙ୍କର ମୁଖଗହ୍ୱରକୁ ପ୍ରବେଶ କରୁଛନ୍ତି । ମୁଁ ଏହା ମଧ୍ୟ ଦେଖୁଛି ଯେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମସ୍ତକ ଆପଣଙ୍କର ଭୟଙ୍କର ଦନ୍ତଦ୍ୱାରା ଚୂର୍ଣ୍ଣୀଭୂତ ହୋଇଯାଉଛି ।

Commentary

ଭଗବାନଙ୍କ କେଉଁ ଦାନ୍ତ ବିଷୟରେ ଅର୍ଜୁନ କହୁଛନ୍ତି? ସେ ଏହାକୁ ପୂର୍ବବର୍ତ୍ତୀ ଶ୍ଲୋକରେ ମଧ୍ୟ କହିଥିଲେ । ଆମେ ଦାନ୍ତକୁ ଖାଦ୍ୟ ଚର୍ବଣ କରିବା ପାଇଁ ବ୍ୟବହାର କରିଥାଏ । ଭଗବାନଙ୍କର ଦାନ୍ତ ତାଙ୍କର ବିନାଶ ଶକ୍ତି ଅଟେ, ଯାହା କାଳର ପ୍ରବାହରେ ସମସ୍ତଙ୍କୁ ଚୂର୍ଣ୍ଣ କରି ମୃତ୍ୟୁ ପ୍ରଦାନ କରିଥାଏ । ଆମେରିକାର କବି, ହେନେରି ଲଙ୍ଗ୍‌ଫେଲୋ, ଲେଖିଛନ୍ତି: ଭଗବାନଙ୍କର ଚକି ଧୀରେ ଧୀରେ ପେଷିଲେ ମଧ୍ୟ, ଯାହାକୁ ପେଷିବା କଥା ପେଷିଥାଏ; ସେ ଧୈର୍ଯ୍ୟର ସହିତ ସମସ୍ତଙ୍କୁ ନିରୀକ୍ଷଣ କରୁଥାଆନ୍ତି, ତାଙ୍କର ଗଣନା ନିର୍ଭୁଲ ଅଟେ ।

ଅର୍ଜୁନ ଦେଖୁଛନ୍ତି ଯେ କୌରବ ସେନାର ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଆଦି ସେନାପତି ମାନଙ୍କ ସହିତ ପାଣ୍ଡବ ସେନାର ଅନେକ ଯୋଦ୍ଧା, ଭଗବାନଙ୍କ ଦାନ୍ତଦ୍ୱାରା ପେଷି ହୋଇଯିବାକୁ ତାଙ୍କ ମୁଖ ଗହ୍ୱରକୁ କ୍ଷିପ୍ର ଗତିରେ ପ୍ରବେଶ କରୁଛନ୍ତି । ସେ ସେହି ବିଶ୍ୱରୂପ ମଧ୍ୟରେ ଆସନ୍ନ ଭବିଷ୍ୟତ ଦେଖିପାରୁଛନ୍ତି । ଯେହେତୁ ଭଗବାନ କାଳର ସୀମାରେ ଆବଦ୍ଧ ନୁହଁନ୍ତି, ତେଣୁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସବୁକିଛି ତାଙ୍କ ମଧ୍ୟରେ ଦୃଶ୍ୟମାନ ହେଉଅଛି ।

କୌରବ ଏବଂ ପାଣ୍ଡବଙ୍କର ପିତାମହ, ଭୀଷ୍ମ, ଶାନ୍ତନୁ ଏବଂ ଗଙ୍ଗାଙ୍କର ପୁତ୍ର ଥିଲେ । ନିଜ ପିତାଙ୍କର ପୁନର୍ବିବାହ ଇଚ୍ଛାପୂରଣ କରିବା ପାଇଁ ସେ ସିଂହାସନ ପ୍ରତି ତାଙ୍କର ଅଧିକାର ତ୍ୟାଗ କରି ଆଜୀବନ ବ୍ରହ୍ମଚର୍ଯ୍ୟର ବ୍ରତ ଧାରଣ କରିଥିଲେ । କିନ୍ତୁ ଦୁଷ୍ଟ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରୁଛନ୍ତି ଜାଣି ସୁଦ୍ଧା ସେ ଦୁର୍ଯ୍ୟୋଧନକୁ ସମର୍ଥନ କରୁଥିଲେ । ତେଣୁ ଧର୍ମ ଓ ଅଧର୍ମର ଯୁଦ୍ଧରେ ମୃତ୍ୟୁବରଣ କରିବା ତାଙ୍କ ପାଇଁ ନିଶ୍ଚିତ ଥିଲା । ମୃତ୍ୟୁ ପୂର୍ବରୁ ଶରଶଯ୍ୟାରେ ଶୟନ କରି ଭୀଷ୍ମ ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ, ତାହାର ବର୍ଣ୍ଣନା ଶ୍ରୀମଦ୍ ଭାଗବତ ମହାପୁରାଣରେ କରାଯାଇଛି:

ସପଦି ସଖି-ବଚୋ ନିଶମ୍ୟ ମଧ୍ୟେ  ନିଜ-ପରୟୋର୍ ବଳୟୋ ରଥମ୍ ନିବେଶ୍ୟ
ସ୍ଥିତବତି ପର-ସୈନିକାୟୁର୍ ଅକ୍ଷ୍ଣା ହୃତବତି  ପାର୍ଥ-ସଖେ ରତିର୍ ମମାସ୍ତୁ (୧.୯.୩୫)

“ମୋତେ ଅର୍ଜୁନଙ୍କ ପ୍ରିୟ ସଖା, ଶ୍ରୀକୃଷ୍ଣଙ୍କର ଧ୍ୟାନ କରିବାକୁ ଦିଅ, ଯିଏ ତାଙ୍କ ସଖାଙ୍କ ଆଦେଶରେ ରଥ ପରିଚାଳନା କରି ଦୁଇ ସେନାଙ୍କ ମଧ୍ୟରେ ରଖିଲେ ଏବଂ ସେଠାରେ ଥାଇ ତାଙ୍କର ଦୃଷ୍ଟି ମାତ୍ରକେ ବିପକ୍ଷ ଯୋଦ୍ଧାମାନଙ୍କର ଜୀବନକାଳ ହ୍ରାସ କରିଦେଲେ ।” ତେଣୁ ଭୀଷ୍ମ  ଏକଥା ମଧ୍ୟ ଜାଣିଥିଲେ ଯେ ଶ୍ରୀକୃଷ୍ଣଙ୍କ ବିପକ୍ଷରେ ଯୁଦ୍ଧ କରିବାର ପରିଣାମ ମୃତ୍ୟୁ ଅଟେ ।

ଦ୍ରୋଣାଚାର୍ଯ୍ୟ ଉଭୟ କୌରବ ଏବଂ ପାଣ୍ଡବଙ୍କମାନର ଯୁଦ୍ଧ ବିଦ୍ୟାର ଗୁରୁ ଥିଲେ । ସେ ଏତେ ନିରପେକ୍ଷ ଥିଲେ ଯେ, ଅର୍ଜୁନଙ୍କୁ ତାଙ୍କ ପୁତ୍ର ଅଶ୍ୱତ୍‌ଥାମାଙ୍କଠାରୁ ମଧ୍ୟ ଅଧିକ ଶସ୍ତ୍ର ବିଦ୍ୟା ଶିଖାଇଥିଲେ । ତଥାପି ସେ ଦୁର୍ଯ୍ୟୋଧନଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ ହୋଇଥିଲେ । କାରଣ ଜୀବନଧାରଣ ପାଇଁ ଆର୍ôଥକ ଦୃଷ୍ଟିରୁ ସେ ଦୁର୍ଯ୍ୟୋଧନଙ୍କ ଉପରେ ନିର୍ଭରଶୀଳ ଥିଲେ । ଏଣୁ ଦ୍ରୋଣାଚାର୍ଯ୍ୟଙ୍କର ମଧ୍ୟ ଯୁଦ୍ଧରେ ମୃତ୍ୟୁ ନିଶ୍ଚିତ ଥିଲା । ତଥାପି ତାଙ୍କର ବୀରତ୍ୱ ଏଥିରୁ ଜଣାପଡ଼େ ଯେ, ଯେତେବେଳେ ପାଣ୍ଡବମାନେ କୌଣସି ଉପାୟରେ ମଧ୍ୟ ତାଙ୍କୁ ହତ୍ୟା କରିପାରିଲେ ନାହିଁ, ସେମାନେ ସାହାଯ୍ୟ ପାଇଁ ତାଙ୍କ ପାଖକୁ ଯାଇଥିଲେ, ଏବଂ ସେ କିପରି ନିହତ ହେବେ ତାହା ସେମାନଙ୍କୁ ଜଣାଇଥିଲେ ।

କର୍ଣ୍ଣ ଦୁର୍ଯ୍ୟୋଧନଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ, ତେଣୁ ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ । ତାଙ୍କ ପାଖରେ ମଧ୍ୟ ବୀରତ୍ୱର ସବୁ ଗୁଣ ଥିଲା । ଯେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଜଣାଇଥିଲେ ଯେ ବାସ୍ତବରେ ସେ କୁନ୍ତିଙ୍କର ଜ୍ୟେଷ୍ଠ ପୁତ୍ର ଅଟନ୍ତି ଏବଂ ପାଣ୍ଡବମାନେ ତାଙ୍କର ନିଜ ଭାଇ ଅଟନ୍ତି, ସେତେବେଳେ ସେ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଥିଲେ ଏହି ବିଷୟ ସେ ଯୁଧିଷ୍ଠିରଙ୍କୁ ଜଣାଇବେ ନାହିଁ, ଅନ୍ୟଥା ସେ କର୍ଣ୍ଣକୁ ହତ୍ୟା କରିବେ ନାହିଁ ଓ ଯୁଦ୍ଧରେ ପରାସ୍ତ ହୋଇଯିବେ । ଯେହେତୁ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ପକ୍ଷ ନେଇଥିଲେ ତାଙ୍କର ମଧ୍ୟ ମୃତ୍ୟୁ ନିଶ୍ଚିତ ଥିଲା ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!