Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 3

ଏବମେତଦ୍ୟଥାତ୍‌ଥ ତ୍ୱମାତ୍ମାନଂ ପରମେଶ୍ୱର ।
ଦ୍ରଷ୍ଟୁମିଚ୍ଛାମି ତେ ରୂପମୈଶ୍ୱରଂ ପୁରୁଷୋତ୍ତମ ।।୩।।

ଏବଂ - ଏହିପରି; ଏତଦ୍ - ଏହା; ଯଥାତ୍‌ଥ - ଯଥାରୂପ; ତ୍ୱଂ - ଆପଣ; ଆତ୍ମାନଂ - ଆପଣଙ୍କର; ପରମେଶ୍ୱର - ପରମେଶ୍ୱର; ଦ୍ରଷ୍ଟୁଂ - ଦେଖିବାକୁ; ଇଚ୍ଛାମି -ମୁଁ ଇଚ୍ଛା କରେ; ତେ - ଆପଣ; ରୂପଂ - ରୂପ; ଐଶ୍ୱରଂ - ଦିବ୍ୟ; ପୁରୁଷୋତ୍ତମ -ପୁରୁଷୋତ୍ତମ ।

Translation

BG 11.3: ହେ ପରମେଶ୍ୱର, ଆପଣ ନିଜର ବର୍ଣ୍ଣନା ଯେପରି କଲେ, ଆପଣ ସେହିପରି ହିଁ ଅଟନ୍ତି । ହେ ପୁରୁଷ ଶ୍ରେଷ୍ଠ, ମୁଁ ଆପଣଙ୍କର ସେହି ଦିବ୍ୟ ବିଶ୍ୱରୂପ ଦର୍ଶନ କରିବାକୁ ଚାହୁଁଛି ।

Commentary

ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଶ୍ରେଷ୍ଠ ବ୍ୟକ୍ତି ଭାବରେ ସମ୍ବୋଧନ କରିଛନ୍ତି; କାରଣ ଅନ୍ୟ କୌଣସି ବ୍ୟକ୍ତିତ୍ୱ ତାଙ୍କର ସମକକ୍ଷ ନୁହନ୍ତି । ଅଧିକାଂଶତଃ, ବିଦ୍ୱାନମାନେ ତାଙ୍କର ଅପିରପକ୍ୱ ବୁଦ୍ଧିଦ୍ୱାରା ବିଶ୍ଲେଷଣ କରି, ଭଗବାନଙ୍କୁ ଜଣେ ବ୍ୟକ୍ତି ଭାବରେ ଗ୍ରହଣ କରିବାକୁ କୁଣ୍ଠାବୋଧ କରନ୍ତି । ସେମାନେ ଭଗବାନଙ୍କୁ ରୂପହୀନ, ଶକ୍ତିହୀନ, ଲୀଳାହୀନ, ଗୁଣହୀନ ଏକ ବ୍ୟକ୍ତିତ୍ୱ ରହିତ ଜ୍ୟୋତି ଭାବରେ କଳ୍ପନା କରନ୍ତି । କିନ୍ତୁ ଯଦି ଆମପରି କ୍ଷୁଦ୍ର ଜୀବ ଶରୀର ଧାରଣ କରି ପାରୁଛନ୍ତି, ତାହେଲେ ଭଗବାନ ଶରୀର ଧାରଣ କରିବାକୁ ସକ୍ଷମ, ତାହା ଆମେ ଅସ୍ୱୀକାର କରିବା କାହିଁକି? ସେ କେବଳ ସାକାର ବ୍ୟକ୍ତିତ୍ୱ ଅଟନ୍ତି ତାହା ନୁହେଁ, ବରଂ ସେ ଶ୍ରେଷ୍ଠ ବ୍ୟକ୍ତିତ୍ୱ ଅଟନ୍ତି, ତେଣୁ ସେ ପରମ ଦିବ୍ୟ ପୁରୁଷ ଅଟନ୍ତି । ଆମ୍ଭମାନଙ୍କର ବ୍ୟକ୍ତିତ୍ୱ ଏବଂ ଭଗବାନଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ପାର୍ଥକ୍ୟ ଏହା ଯେ ସେ କେବଳ ଜଣେ ଶ୍ରେଷ୍ଠ ପୁରୁଷ ନୁହଁନ୍ତି, ତାଙ୍କର ଏକ ନିରାକାର ସର୍ବବ୍ୟାପୀ ରୂପ ମଧ୍ୟ ରହିଛି, ଯାହା ଗୁଣ ଏବଂ ରୂପ ରହିତ ଅଟେ ।

ଅର୍ଜୁନ ପ୍ରକାଶ କରୁଛନ୍ତି ଯେ, ତାଙ୍କ ସମ୍ମୁଖରେ ବର୍ଣ୍ଣନା କରାଯାଇଥିବା ଶ୍ରୀକୃଷ୍ଣଙ୍କର ଦିବ୍ୟ ବ୍ୟକ୍ତିତ୍ୱକୁ ସେ ସ୍ୱୀକାର କରୁଛନ୍ତି । ଭଗବାନଙ୍କ ସାକାର ରୂପକୁ ସେ ପୂର୍ଣ୍ଣ ବିଶ୍ୱାସ କରୁଛନ୍ତି, ତଥାପି ସେ ଶ୍ରୀକୃଷ୍ଣଙ୍କର ସମସ୍ତ ଐଶ୍ୱର୍ଯ୍ୟ ଯୁକ୍ତ ବିଶ୍ୱରୂପ ଦେଖିବାକୁ ଚାହୁଁଛନ୍ତି । ସେ ସ୍ୱଚକ୍ଷୁରେ ତାହାର ଦର୍ଶନ କରିବାକୁ ଇଚ୍ଛା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!