ତସ୍ମାତ୍ତ୍ୱମୁତ୍ତିଷ୍ଠ ଯଶୋ ଲଭସ୍ୱ
ଜିତ୍ୱା ଶତ୍ରୂନ୍ଭୂଙ୍କ୍ଷ୍ୱ ରାଜ୍ୟଂ ସମୃଦ୍ଧମ୍ ।
ମୟୈବୈତେ ନିହତାଃ ପୂର୍ବମେବ
ନିମିତ୍ତମାତ୍ରଂ ଭବ ସବ୍ୟସାଚିନ୍ ।।୩୩।।
ତସ୍ମାତ୍ - ତେଣୁ; ତ୍ୱଂ- ତୁମେ; ଉତ୍ତିଷ୍ଠ - ଉଠ; ଯଶଃ -ଯଶ; ଲଭସ୍ୱ - ଲାଭକର; ଜିତ୍ୱା - ଜିଣି; ଶତ୍ରୁନ୍ - ଶତ୍ରୁମାନଙ୍କୁ; ଭୂଙ୍କ୍ଷ୍ୱ - ଭୋଗକର; ରାଜ୍ୟଂ - ରାଜ୍ୟ; ସମୃଦ୍ଧମ୍ - ସମୃଦ୍ଧଶାଳୀ; ମୟା - ମୋ’ଦ୍ୱାରା; ଏବ- ନିଶ୍ଚିତଭାବେ; ଏତେ - ଏମାନେ ସମସ୍ତେ; ନିହତାଃ - ବଧ ହୋଇ ସାରିଛନ୍ତି; ପୂର୍ବଂ ଏବ - ପୂର୍ବରୁ; ନିମିତ୍ତ-ମାତ୍ରଂ - ନିମିତ୍ତ ମାତ୍ର; ଭବ-ହୁଅ; ସବ୍ୟସାଚିନ୍ - ହେ ସବ୍ୟସାଚୀ ।
BG 11.33: ତେଣୁ ହେ ଧନୁର୍ଦ୍ଧର! ଉଠ, ଯଶ ଲାଭ କର! ଶତ୍ରୁଙ୍କୁ ଜୟ କରି ସମୃଦ୍ଧଶାଳୀ ରାଜ୍ୟଶାସନ ଉପଭୋଗ କର । ଉପସ୍ଥିତ ସମସ୍ତ ଯୋଦ୍ଧା ମୋ ଦ୍ୱାରା ନିହତ ହୋଇସାରିଛନ୍ତି, ତୁମେ ମୋ କର୍ମର କେବଳ ଏକ ମାଧ୍ୟମ ହୁଅ ।
ତସ୍ମାତ୍ତ୍ୱମୁତ୍ତିଷ୍ଠ ଯଶୋ ଲଭସ୍ୱ
ଜିତ୍ୱା ଶତ୍ରୂନ୍ଭୂଙ୍କ୍ଷ୍ୱ ରାଜ୍ୟଂ ସମୃଦ୍ଧମ୍ ।
ମୟୈବୈତେ ନିହତାଃ ପୂର୍ବମେବ
ନିମିତ୍ତମାତ୍ରଂ ଭବ ସବ୍ୟସାଚିନ୍ ।।୩୩।।
ତେଣୁ ହେ ଧନୁର୍ଦ୍ଧର! ଉଠ, ଯଶ ଲାଭ କର! ଶତ୍ରୁଙ୍କୁ ଜୟ କରି ସମୃଦ୍ଧଶାଳୀ ରାଜ୍ୟଶାସନ ଉପଭୋଗ କର । ଉପସ୍ଥିତ ସମସ୍ତ ଯୋଦ୍ଧା ମୋ ଦ୍ୱାରା …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମ୍ମୁଖରେ ତାଙ୍କର ଅଭିଳାଷ ପ୍ରକଟ କରିଛନ୍ତି ଯେ ଧର୍ମର ନିୟମ ଅନୁସାରେ, କୌରବମାନେ ଲୋପ ପାଇବା ଉଚିତ ଏବଂ ହସ୍ତିନାପୁର ରାଜ୍ୟକୁ ପାଣ୍ଡବମାନେ ଶାସନ କରିବା ଉଚିତ । ଯୁଦ୍ଧର ପରିଣତି ଭାବରେ ଅଧର୍ମୀମାନଙ୍କର ବିନାଶ ଏବଂ ଧର୍ମାତ୍ମା ମାନଙ୍କର ବିଜୟ, ଏହା ତାଙ୍କ ଦ୍ୱାରା ସ୍ଥିରିକୃତ ଅଟେ । ସଂସାରର ମଙ୍ଗଳ ପାଇଁ ତାଙ୍କର ବୃହତ୍ ଯୋଜନାକୁ କୌଣସି ଉପାୟରେ ବି ଏଡ଼ାଇ ଦେଇ ହେବନାହିଁ । ବର୍ତ୍ତମାନ ସେ ଅର୍ଜୁନଙ୍କୁ ଜଣାଇ ଦେଉଛନ୍ତି ଯେ, ତାଙ୍କ କାର୍ଯ୍ୟରେ ଅର୍ଜୁନ କେବଳ ଏକ ମାଧ୍ୟମ ହିଁ ଅଟନ୍ତି । ଭଗବାନ ନିଜ କାର୍ଯ୍ୟ ସମ୍ପନ୍ନ କରିବାକୁ କୌଣସି ମନୁଷ୍ୟର ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ । କିନ୍ତୁ ମନୁଷ୍ୟ ଭଗବାନଙ୍କର ଇଚ୍ଛା ପୂରଣ ନିମନ୍ତେ କାର୍ଯ୍ୟକରି ନିଜର ହିଁ କଲ୍ୟାଣ କରିଥାଏ । ଭଗବାନଙ୍କର ଇଚ୍ଛା ପୂରଣ ଦିଗରେ ଆମକୁ ଯଦି କିଛି କରିବାର ସୁଯୋଗ ମିଳୁଥାଏ, ତେବେ ତାହା ଭଗବାନଙ୍କର ବିଶେଷ କୃପା ଅଟେ । ଏହି ସୁଯୋଗର ସଦ୍ବ୍ୟବହାର କରିବା ଦ୍ୱାରା ଭଗବାନଙ୍କର ବିଶେଷ କୃପା ପ୍ରାପ୍ତ ହୁଏ ଏବଂ ଆମେ ତାଙ୍କର ଚିରନ୍ତନ ଦାସ ହେବାର ସୌଭାଗ୍ୟ ଲାଭ କରେ ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ, ତାଙ୍କ କୃପାରୁ ପ୍ରାପ୍ତ କରିଥିବା ବିଚକ୍ଷଣ ଧନୁର୍ବିଦ୍ୟା ସମ୍ବନ୍ଧରେ ସ୍ମରଣ କରାଇ ତାଙ୍କୁ ଉତ୍ସାହିତ କରୁଛନ୍ତି । ତା’ସହିତ ତାଙ୍କ ପାଇଁ ଏକ ମାଧ୍ୟମ ହେବା ପାଇଁ କହୁଛନ୍ତି । ସେ ତାଙ୍କୁ ସାବ୍ୟସାଚୀ ବା ଧନୁର୍ବିଦ୍ୟାରେ ପାରଙ୍ଗମ ଭାବରେ ସମ୍ବୋଧନ କରୁଛନ୍ତି, କାରଣ ଅର୍ଜୁନ ଉଭୟହସ୍ତ ବ୍ୟବହାର କରିବାରେ କୁଶଳ ଥିଲେ ଏବଂ ଉଭୟ ହସ୍ତରେ ବାଣ ମାରି ପାରୁଥିଲେ ।