Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 36

ଅର୍ଜୁନ ଉବାଚ
ସ୍ଥାନେ ହୃଷୀକେଶ ତବ ପ୍ରକୀର୍ତ୍ୟା
ଜଗତ୍‌ପ୍ରହୃଷ୍ୟତ୍ୟନୁରଜ୍ୟତେ ଚ ।
ରକ୍ଷାଂସି ଭୀତାନି ଦିଶୋ ଦ୍ରବନ୍ତି
ସର୍ବେ ନମସ୍ୟନ୍ତି ଚ ସିଦ୍ଧସଂଘାଃ ।।୩୬।।

ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ସ୍ଥାନେ - ପ୍ରକୃତରେ; ହୃଷୀକେଶ - ହେ ଇନ୍ଦ୍ରିୟମାନଙ୍କର ପ୍ରଭୁ; ତବ - ଆପଣଙ୍କର; ପ୍ରକୀର୍ତ୍ୟା - ଗୌରବରେ; ଜଗତ୍ - ସମଗ୍ର ଜଗତ; ପ୍ରହୃଷ୍ୟତି - ଆନନ୍ଦିତ ହେଉଛି; ଅନୁରଜ୍ୟତେ - ଆସକ୍ତ ହେଉଛି;ଚ -ଏବଂ; ରକ୍ଷାଂସି - ରାକ୍ଷସମାନେ; ଭୀତାନି - ଭୟରେ; ଦିଶଃ - ସବୁ ଦିଗରେ; ଦ୍ରବନ୍ତି - ଧାଇଁ ପଳାଉଛନ୍ତି; ସର୍ବେ - ସମସ୍ତେ; ନମସ୍ୟନ୍ତି - ନମସ୍କାର କରୁଛନ୍ତି; ଚ - ଏବଂ; ସିଦ୍ଧ ସଂଘାଃ - ସିଦ୍ଧ ମାନବଗଣ ।

Translation

BG 11.36: ଅର୍ଜୁନ କହିଲେ: ହେ ହୃଷିକେଶ! ଜଗତ ଆପଣଙ୍କର ଯଶଗାନ କରି ଆନନ୍ଦିତ ହେବା ସମୁଚିତ ଅଟେ । ଦାନବଗଣ ଆପଣଙ୍କ ଭୟରେ ଚତୁର୍ଦ୍ଦିଗରେ ପଳାୟନ କରନ୍ତି ଏବଂ ମହାପୁରୁଷମାନେ ଆପଣଙ୍କୁ ପ୍ରଣତି ଜଣାନ୍ତି ।

Commentary

ଏହି ଶ୍ଲୋକ ଏବଂ ପରବର୍ତ୍ତୀ ଦଶଗୋଟି ଶ୍ଲୋକରେ, ଅର୍ଜୁନ ଶ୍ରୀକୃଷ୍ଣଙ୍କ ଐଶ୍ଚର୍ଯ୍ୟ ଗୁଡ଼ିକର, ବିଭିନ୍ନ ଦୃଷ୍ଟିକୋଣରୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ସ୍ଥାନେ ଶବ୍ଦ ବ୍ୟବହାର କରିଛନ୍ତି, ଅର୍ଥାତ୍ ‘ପୂର୍ଣ୍ଣ ଉପଯୁକ୍ତ’ । ଏହା ଅତ୍ୟନ୍ତ ସ୍ୱାଭାବିକ ଯେ, ଗୋଟିଏ ରାଜ୍ୟର ରାଜାଙ୍କର ସାର୍ବଭୌମତ୍ୱକୁ ସ୍ୱୀକାର କରୁଥିବା ପ୍ରଜାଗଣ, ରାଜାଙ୍କର ଗୁଣଗାନ କରି ଆନନ୍ଦିତ ହୋଇଥାନ୍ତି । ଏହା ମଧ୍ୟ ସ୍ୱାଭାବିକ ଯେ ରାଜାଙ୍କ ସହିତ ଶତ୍ରୁତା କରୁଥିବା ବ୍ୟକ୍ତିଗଣ ତାଙ୍କୁ ଭୟ କରିଥାନ୍ତି ଏବଂ ତାଙ୍କ ସମ୍ମୁଖରୁ ଦୂରେଇ ଯାଆନ୍ତି । ତାଛଡା, ତାଙ୍କର ଅଧିନସ୍ଥ ମନ୍ତ୍ରୀମଣ୍ଡଳ ତାଙ୍କ ପ୍ରତି ଗଭୀର ଆନୁଗତ୍ୟ ପ୍ରଦର୍ଶନ କରିବା ମଧ୍ୟ ସ୍ୱାଭାବିକ ଅଟେ । ଅର୍ଜୁନ ଏହାର ଏକ ସାମଞ୍ଜସ୍ୟ ଉପସ୍ଥାପନ କରି କହୁଛନ୍ତି ଯେ, ସଂସାର ତାଙ୍କ ପରମପିତାଙ୍କର ଯଶଗାନ କରିବା, ଦାନବମାନେ ତାଙ୍କପ୍ରତି ଭୟଭୀତ ହେବା ତଥା ଧର୍ମପରାୟଣବ୍ୟକ୍ତିମାନେ ତାଙ୍କର ସ୍ତୁତି କରିବ।। ଏକାନ୍ତ ଯୁକ୍ତିଯୁକ୍ତ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!