ମନ୍ୟସେ ଯଦି ତତ୍ସକ୍ୟଂ ମୟା ଦ୍ରଷ୍ଟୁମିତି ପ୍ରଭୋ ।
ଯୋଗେଶ୍ୱର ତତୋ ମେ ତ୍ୱଂ ଦର୍ଶୟାତ୍ମାନମବ୍ୟୟମ୍ ।।୪।।
ମନ୍ୟସେ - ଆପଣ ଯଦି ଭାବନ୍ତି; ଯଦି - ଯଦି; ତତ୍ - ତାହା ଶକ୍ୟଂ - ଦେଖିବାକୁ ସକ୍ଷମ; ମୟା -ମୋ’ଦ୍ୱାରା; ଦ୍ରଷ୍ଟୁମ୍ - ଦେଖିବାକୁ; ଇତି - ଏହିପରି; ପ୍ରଭୋ - ହେ ପ୍ରଭୁ; ଯୋଗେଶ୍ୱର - ହେ ଯୋଗେଶ୍ୱର; ତତଃ -ତେବେ; ମେ - ମୋତେ; ତ୍ୱଂ - ଆପଣ; ଦର୍ଶୟ - ଦେଖାନ୍ତୁ; ଆତ୍ମାନଂ - ନିଜକୁ; ଅବ୍ୟୟମ୍ - ଶାଶ୍ୱତ ।
BG 11.4: ହେ ଯୋଗେଶ୍ୱର! ଆପଣ ଯଦି ମୋତେ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବା ପାଇଁ ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାକରି ମୋ ସମ୍ମୁଖରେ ଆପଣଙ୍କର ସେହି ଅବିନଶ୍ୱର ବିଶ୍ୱରୂପ ପ୍ରକଟ କରନ୍ତୁ ।
ମନ୍ୟସେ ଯଦି ତତ୍ସକ୍ୟଂ ମୟା ଦ୍ରଷ୍ଟୁମିତି ପ୍ରଭୋ ।
ଯୋଗେଶ୍ୱର ତତୋ ମେ ତ୍ୱଂ ଦର୍ଶୟାତ୍ମାନମବ୍ୟୟମ୍ ।।୪।।
ହେ ଯୋଗେଶ୍ୱର! ଆପଣ ଯଦି ମୋତେ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବା ପାଇଁ ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାକରି ମୋ ସମ୍ମୁଖରେ ଆପଣଙ୍କର ସେହି ଅବିନଶ୍ୱର …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବବର୍ତ୍ତୀ ଶ୍ଲୋକରେ ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ତାଙ୍କର ‘ଅନୁମତି ଭିକ୍ଷା କରୁଛନ୍ତି, ।’ ହେ ଯୋଗେଶ୍ୱର ମୁଁ ମୋର ଇଚ୍ଛା ପ୍ରକାଶ କଲି । ଆପଣ ଯଦି ମୋତେ ଏହାର ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାପୂର୍ବକ, ଆପଣଙ୍କର ବିଶ୍ୱରୂପ ପ୍ରକଟ କରନ୍ତୁ, ଏବଂ ମୋତେ ଆପଣଙ୍କ ଯୋଗ ଐଶ୍ୱର୍ଯ୍ୟର ଦର୍ଶନ କରାନ୍ତୁ । ଯୋଗ ଜୀବର ଆତ୍ମାକୁ ପରମାତ୍ମା ସହିତ ମିଳିତ କରିବାର ବିଜ୍ଞାନ ଅଟେ ଏବଂ ଯେଉଁମାନେ ଏହି ସାଧନା କରନ୍ତି ସେମାନଙ୍କୁ ଯୋଗୀ କୁହାଯାଏ । ଯୋଗେଶ୍ୱର ଶବ୍ଦର ଅର୍ଥ “ସମସ୍ତ ଯୋଗୀଙ୍କର ଈଶ୍ୱର” ଅଟେ । ଯେହେତୁ ସମସ୍ତ ଯୋଗୀଙ୍କର ଲକ୍ଷ୍ୟ ପରମାତ୍ମାଙ୍କୁ ପ୍ରାପ୍ତ କରିବା, ତଦନୁସାରେ ମଧ୍ୟ ଶ୍ରୀକୃଷ୍ଣ ସମସ୍ତ ଯୋଗୀଙ୍କର ଈଶ୍ୱର ଅଟନ୍ତି । ପୂର୍ବରୁ ଶ୍ଲୋ ୧୦.୧୭ ରେ ଅର୍ଜୁନ ଭଗବାନଙ୍କୁ ଯୋଗୀ ଭାବେ ସମ୍ବୋଧନ କରିଥିଲେ, ଅର୍ଥାତ୍ “ଯୋଗର ଗୁରୁ” । ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ଲାଭ କରିଥିବା ଯୋଗୁଁ, ସେ ତାଙ୍କୁ “ଯୋଗେଶ୍ୱର” କହୁଛନ୍ତି ।