ନମଃ ପୁରସ୍ତାଦଥ ପୃଷ୍ଠତସ୍ତେ
ନମୋଽସ୍ତୁତେ ସର୍ବତ ଏବ ସର୍ବ ।
ଅନନ୍ତବୀର୍ଯ୍ୟାମିତବିକ୍ରମସ୍ତ୍ୱଂ
ସର୍ବଂ ସମାପ୍ନୋଷି ତତୋଽସି ସର୍ବଃ ।।୪୦।।
ନମଃ-ନମସ୍କାର; ପୁରସ୍ତାତ୍-ସମ୍ମୁଖ ଭାଗରୁ; ଅଥ-ଏବଂ; ପୃଷ୍ଠତଃ - ପୃଷ୍ଠ ଭାଗରୁ; ତେ- ଆପଣଙ୍କୁ; ନମଃ ଅସ୍ତୁ - ମୁଁ ପ୍ରଣାମ କରୁଛି ; ତେ- ଆପଣଙ୍କୁ; ସର୍ବତଃ- ସବୁଦିଗରୁ; ଏବ ସର୍ବ-ବାସ୍ତବରେ ଆପଣ ସବକିଛିୁ ଅଟନ୍ତି; ଅନନ୍ତବୀର୍ଯ୍ୟ- ଅନନ୍ତ ଶକ୍ତି; ଅମିତ-ବିକ୍ରମଃ- ଅସୀମ ବଳ; ତ୍ୱଂ-ଆପଣ; ସର୍ବଂ- ସବୁକିଛି; ସମାପ୍ନୋଷି-ବ୍ୟାପ୍ତ; ତତଃ ଅସି- ତେଣୁ ଆପଣ; ସର୍ବଃ- ସବୁ ।
BG 11.40: ହେ ଅନନ୍ତ ଶକ୍ତିଯୁକ୍ତ ଭଗବାନ ! ଆପଣଙ୍କୁ ସମ୍ମୁଖରୁ ,ପଶ୍ଚାତ୍ ଦେଶରୁ ଓ ସମସ୍ତ ଦିଗରୁ ମୋର ପ୍ରଣାମ । ଆପଣ ଅଫୁରନ୍ତ ଶୌର୍ଯ୍ୟବାନ ଏବଂ ମହା ପରାକ୍ରମୀ ଅଟନ୍ତି ଏବଂ ଆପଣ ସମସ୍ତ ସଂସାରରେ ବ୍ୟାପ୍ତ ଅଟନ୍ତି, ତେଣୁ ଆପଣ ହିଁ ସର୍ବରୂପ ଅଟନ୍ତି ।
ନମଃ ପୁରସ୍ତାଦଥ ପୃଷ୍ଠତସ୍ତେ
ନମୋଽସ୍ତୁତେ ସର୍ବତ ଏବ ସର୍ବ ।
ଅନନ୍ତବୀର୍ଯ୍ୟାମିତବିକ୍ରମସ୍ତ୍ୱଂ
ସର୍ବଂ ସମାପ୍ନୋଷି ତତୋଽସି ସର୍ବଃ ।।୪୦।।
ହେ ଅନନ୍ତ ଶକ୍ତିଯୁକ୍ତ ଭଗବାନ ! ଆପଣଙ୍କୁ ସମ୍ମୁଖରୁ ,ପଶ୍ଚାତ୍ ଦେଶରୁ ଓ ସମସ୍ତ ଦିଗରୁ ମୋର ପ୍ରଣାମ । ଆପଣ ଅଫୁରନ୍ତ ଶୌର୍ଯ୍ୟବାନ ଏବଂ ମହା …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅର୍ଜୁନ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟଗାନ କରିବାର କ୍ରମ ଅବ୍ୟାହତ ରଖିଛନ୍ତି ଏବଂ ତାଙ୍କୁ ଅନନ୍ତବୀର୍ଯ୍ୟ ଏବଂ ଅନନ୍ତ-ବିକ୍ରମଃ ଘୋଷଣା କରୁଛନ୍ତି । ବିସ୍ମୟାଭିଭୁତ ହୋଇ, ସେ ନମଃ ! ନମଃ ! କହି ଶ୍ରୀକୃଷ୍ଣଙ୍କୁ ସମସ୍ତ ଦିଗରୁ ପ୍ରଣାମ ଜଣାଉଛନ୍ତି ।