ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ
ହେ କୃଷ୍ଣ ହେ ଯାଦବ ହେ ସଖେତି ।
ଅଜାନତା ମହିମାନଂ ତବେଦଂ
ମୟା ପ୍ରମାଦାତ୍ପ୍ରଣୟେନ ବାପି ।।୪୧।।
ଯଚ୍ଚାବହାସାର୍ଥମସତ୍କୃତୋଽସି
ବିହାରଶଯ୍ୟାସନଭୋଜନେଷୁ ।
ଏକୋଽଥବାପ୍ୟଚ୍ୟୁତ ତତ୍ସମକ୍ଷଂ
ତତ୍କ୍ଷାମୟେ ତ୍ୱାମହମପ୍ରମେୟମ୍ ।।୪୨।।
ସଖା-ବନ୍ଧୁ ; ଇତି- ଏହିପରି; ମତ୍ୱା- ଭାବି; ପ୍ରସଭଂ-ଧୃଷ୍ଟତାରେ; ଯତ୍-ଯାହା କିଛି; ଉକ୍ତଂ- କହିଲି; ହେ କୃଷ୍ଣ- ହେ କୃଷ୍ଣ; ହେ ଯାଦବ- ହେ ଯାଦବ; ହେ ସଖା ଇତି- ହେ ମୋର ପ୍ରିୟ ବନ୍ଧୁ; ଅଜାନତା- ନ ଜାଣି; ମହିମାନଂ- ମହିମା; ତବ-ଆପଣଙ୍କର; ଇଦଂ- ଏହି; ମୟା- ମୋ ଦ୍ୱାରା; ପ୍ରମାଦାତ୍- ଅବହେଳାରେ; ପ୍ରଣୟେନ- ସ୍ନେହ ଯୋଗୁଁ; ବା ଅପି-କିମ୍ବା; ଯତ୍- ଯାହା କିଛି; ଚ- ଏବଂ; ଅବହାସାର୍ଥମ୍- ପରିହାସରେ; ଅସତ୍ କୃତଃ- ଅସମ୍ମାନ; ଅସି- ପ୍ରଦର୍ଶନ କରିଛି; ବିହାର- ଖେଳରେ; ଶଯ୍ୟା- ଶୟନ ସମୟରେ; ଆସନ- ବିଶ୍ରାମ ସ୍ଥାନରେ ; ଭୋଜନେଷୁ- କିମ୍ବା ଏକତ୍ର ଭୋଜନ କରିବା ସମୟରେ; ଏକଃ- ଏକାକୀ; ଅଥବା- କିମ୍ବା; ଅପି-ଯଦି; ଅଚ୍ୟୁତ- ହେ ଅଚ୍ୟୁତ; ତତ୍ ସମକ୍ଷମ୍- ଅନ୍ୟମାନଙ୍କ ସମ୍ମୁଖରେ ; ତତ୍- ତାହା ସବୁ; କ୍ଷାମୟେ- କ୍ଷମା କରନ୍ତୁ; ତ୍ୱାଂ- ଆପଣ; ଅହଂ- ମୁଁ; ଅପ୍ରମେୟମ୍- ଅକଳନ ।
BG 11.41-42: ମୋର ସଖା ମନେକରି, ଆପଣଙ୍କୁ ହେ କୃଷ୍ଣ, ହେ ଯାଦବ ମୋର ପ୍ରିୟ ସଖା କହି ମୁଁ ଧୃଷ୍ଟତା ପୂର୍ବକ ସମ୍ବୋଧନ କରୁଥିଲି । ମୁଁ ଆପଣଙ୍କର ଐଶ୍ୱର୍ଯ୍ୟ ବିଷୟରେ ନ ଜାଣି ଆପଣଙ୍କୁ ଅବଜ୍ଞା ପ୍ରଦର୍ଶନ ତଥା ଅଯାଚିତ ସ୍ନେହ କରୁଥିଲି । ପରିହାସ ଛଳରେ, ଖେଳିବା, ବିଶ୍ରାମ କରିବା, ବସିବା, ଖାଇବା ଏକାନ୍ତରେ ବା ଅନ୍ୟମାନଙ୍କ ସମ୍ମୁଖରେ ମୁଁ ଆପଣଙ୍କର ଯେଉଁ ଅସମ୍ମାନ କରିଛି- ସେ ସବୁ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।
ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ
ହେ କୃଷ୍ଣ ହେ ଯାଦବ ହେ ସଖେତି ।
ଅଜାନତା ମହିମାନଂ ତବେଦଂ
ମୟା ପ୍ରମାଦାତ୍ପ୍ରଣୟେନ ବାପି ।।୪୧।।
ଯଚ୍ଚାବହାସାର୍ଥମସତ୍କୃତୋଽସି
ବିହାରଶଯ୍ୟାସନଭୋଜନେଷୁ ।
ଏକୋଽଥବାପ୍ୟଚ୍ୟୁତ ତତ୍ସମକ୍ଷଂ
ତତ୍କ୍ଷାମୟେ ତ୍ୱାମହମପ୍ରମେୟମ୍ ।।୪୨।।
ମୋର ସଖା ମନେକରି, ଆପଣଙ୍କୁ ହେ କୃଷ୍ଣ, ହେ ଯାଦବ ମୋର ପ୍ରିୟ ସଖା କହି ମୁଁ ଧୃଷ୍ଟତା ପୂର୍ବକ ସମ୍ବୋଧନ କରୁଥିଲି । ମୁଁ ଆପଣଙ୍କର …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭଗବାନଙ୍କର ଅତୁଳନୀୟ ଶ୍ରେଷ୍ଠତା ବର୍ଣ୍ଣନା କରି ଶାସ୍ତ୍ରମାନେ କହନ୍ତି:
ଅହଂ ଏବାସମ୍ ଏବାଗ୍ରେ ନାନ୍ୟତ୍ କିଞ୍ଚାନ୍ତରଂ ବହିଃ ।(ଭାଗବତମ୍ ୬.୪.୪୭)
“ମୁଁ, ପରଂବ୍ରହ୍ମ, ସୃଷ୍ଟିର ସବୁକିଛି ଅଟେ । ମୋ ଉର୍ଦ୍ଧ୍ୱରେ କିଛି ନାହିଁ ଏବଂ ମୋ ଠାରୁ ଶ୍ରେଷ୍ଠ କେହି ନାହାଁନ୍ତି ।”
ତ୍ୱମୋଙ୍କାରଃ ପରାତ୍ପରଃ (ବାଲ୍ମୀକି ରାମାୟଣ)
“ଅନାଦି ଶବ୍ଦ ‘ଓମ୍’ ଆପଣଙ୍କର ପରିପ୍ରକାଶ ଅଟେ । ଆପଣ ଶ୍ରେଷ୍ଠତମ ଠାରୁ ଶ୍ରେଷ୍ଠତର ଅଟନ୍ତି ।”
ବାସୁଦେବଃ ପ୍ରଃ ପ୍ରଭୁଃ (ନାରଦ ପଞ୍ଚରାତ୍ର)
“ଶ୍ରୀକୃଷ୍ଣ ହେଉଛନ୍ତି ଅନ୍ତିମ ପରଂବ୍ରହ୍ମ ।”
ନ ଦେବଃ କେଶବାତ୍ ପରଃ (ନାରଦ ପୁରାଣ)
“ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ କୌଣସି ଦେବତା ଶ୍ରେଷ୍ଠ ନୁହନ୍ତି ।”
ବିଦ୍ୟାତ୍ ତଂ ପୁରୁଷଂ ପରମ୍ (ମନୁ ସ୍ମୃତି ୧୨.୧୨୨)
“ ଭଗବାନ ସମସ୍ତଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ସର୍ବୋପରି ଅଟନ୍ତି ।” କିନ୍ତୁ ପୂର୍ବରୁ ବର୍ଣ୍ଣନା କରାଯାଇଥିବା ପ୍ରକାରେ (ଶ୍ଳୋକ ୧୧.୨୪ର ଭାଷ୍ୟ), ପ୍ରେମ ଅତ୍ୟଧିକ ବୃଦ୍ଧି ଲାଭ କଲେ, ପ୍ରେମୀ ପ୍ରେମାସ୍ପଦଙ୍କର ଓøପଚାରିକ ସ୍ଥିତିକୁ ଭୁଲି ଯାଏ ।
ଏହିପରି, ଶ୍ରୀକୃଷ୍ଣଙ୍କ ପ୍ରତି ଅଗାଧ ପ୍ରେମବଶତଃ, ଅର୍ଜୁନ ତାଙ୍କର ସର୍ବୋଚ୍ଚ ସ୍ଥିତିକୁ ଭୁଲିଯାଇ, ଅନେକ ଅଭୂଲା ଅନ୍ତରଙ୍ଗ ମୁହୂର୍ତ୍ତ ତାଙ୍କ ସହିତ ବ୍ୟତୀତ କରିଛନ୍ତି ।
ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରି, ବର୍ତ୍ତମାନ ଅର୍ଜୁନ ବୁଝିପାରୁଛନ୍ତି ଯେ ଶ୍ରୀକୃଷ୍ଣ କେବଳ ତାଙ୍କର ମିତ୍ର ବା ସାଥୀ ନୁହନ୍ତି, ସେ ପରାତ୍ପର ଦିବ୍ୟ ତତ୍ତ୍ୱ ଅଟନ୍ତି, ଯାହାର ସମ୍ମାନ ଦେବତା, ଗନ୍ଧର୍ବ, ସିଦ୍ଧ ମହାପୁରୁଷ ମାନେ ମଧ୍ୟ କରନ୍ତି । ତାଙ୍କୁ କେବଳ ନିଜର ସଖା ମନେ କରି, ଧୃଷ୍ଟତାବଶତଃ ଅର୍ଜୁନ କେବେ ତାଙ୍କର ଅସମ୍ମାନ କରିଥାଇ ପାରନ୍ତି, ସେହି କଥା ଭାବି ସେ ଅନୁତପ୍ତ ହେଉଛନ୍ତି । ମର୍ଯ୍ୟାଦା ଦୃଷ୍ଟିରୁ ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କର ପ୍ରଥମ ନାମରେ ସେମାନଙ୍କୁ ସମ୍ବୋଧନ କରାଯାଏନାହିଁ । ଅର୍ଜୁନ ଏହା ଭାବି ବ୍ୟଥିତ ହେଉଥିଲେ ଯେ, ନିବିଡ଼ତା ଦୃଷ୍ଟିରୁ, ସେ ଭଗବାନଙ୍କ ସହିତ ନିଜକୁ ସମାନ ମନେକରି ସ୍ନେହରେ କେତେବେଳେ ତାଙ୍କୁ, “ହେ ସଖା”, “ହେ ସାଙ୍ଗ” ଏବଂ “ହେ କୃଷ୍ଣ” ଇତ୍ୟାଦି ସମ୍ବୋଧନ କରୁଥିଲେ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱର ଦିବ୍ୟତାକୁ ପାଶୋରି ଦେଇ, ସେ ଯାହା ବି ଧୃଷ୍ଠତା କରିଥାଇପାରନ୍ତି, ସେଥିପାଇଁ ସେ କ୍ଷମା ଭିକ୍ଷା କରୁଛନ୍ତି ।