Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 45

ଅଦୃଷ୍ଟପୂର୍ବଂ ହୃଷିତୋଽସ୍ମି ଦୃଷ୍ଟ୍‌ୱ
ଭୟେନ ଚ ପ୍ରବ୍ୟଥିତଂ ମନୋ ମେ ।
ତଦେବ ମେ ଦର୍ଶୟ ଦେବରୂପଂ
ପ୍ରସୀଦ ଦେବେଶ ଜଗନ୍ନିବାସ ।।୪୫।।

ଅଦୃଷ୍ଟ ପୂର୍ବଂ- ପୂର୍ବରୁ ଦେଖିନଥିବା; ହୃଷିତଃ- ଆନନ୍ଦିତ; ଅସ୍ମି- ହେଉଅଛି; ଦୃଷ୍ଟ୍‌ୱ-ଦେଖିକରି; ଭୟେନ- ଭୟ ଯୋଗୁଁ; ଚ-ମଧ୍ୟ; ପ୍ରବ୍ୟଥିତଂ- ଥରୁଛି; ମନଃ-ମନ; ମେ- ମୋର; ତତ୍‌-ତେଣୁ; ଏବ-ନିଶ୍ଚିତରୂପେ; ମେ-ମୋତେ; ଦର୍ଶୟ-ଦେଖାନ୍ତୁ; ଦେବ-ହେ ଭଗବାନ; ରୂପଂ-ରୂପ; ପ୍ରସୀଦ-କୃପା କରନ୍ତୁ; ଦେବେଶ- ହେ ଦେବେଶ; ଜଗତ୍‌-ନିବାସ- ଜଗତର ଆଶ୍ରୟସ୍ଥଳ ।

Translation

BG 11.45: ମୁଁ ପୂର୍ବରୁ କେବେବି ଦେଖି ନ ଥିବା ଆପଣଙ୍କର ଏହି ବିଶ୍ୱରୂପକୁ ଦର୍ଶନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ତଥାପି ମନ ଭୟରେ କମ୍ପିତ ହୋଇଉଠୁଛି । ହେ ଦେବତାଙ୍କର ଈଶ୍ୱର ! ହେ ସଂସାରର ଆଶ୍ରୟ! ମୋ ପ୍ରତି କୃପା କରନ୍ତୁ ଏବଂ ମୋତେ ଆପଣଙ୍କ ସରସ ରୂପର ଦର୍ଶନ କରାନ୍ତୁ ।

Commentary

ଦୁଇ ପ୍ରକାରର ଭକ୍ତି ଅଛି- ଐଶ୍ୱର୍ଯ୍ୟ ଭକ୍ତି ଏବଂ ମାଧୁର୍ଯ୍ୟ ଭକ୍ତି । ଐଶ୍ୱର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କର ସର୍ବଶକ୍ତିମାନ ରୂପକୁ ଧ୍ୟାନ କରି ଭକ୍ତି କରିବାକୁ ଭଲ ପାଇଥାଏ । ଐଶ୍ୱର୍ଯ୍ୟ ଭକ୍ତିର ପ୍ରମୁଖ ଭାବ ହେଉଛି ବିସ୍ମୟ ଓ ସମ୍ମାନ । ଏପରି ଭକ୍ତିରେ ଭଗବାନଙ୍କ ଠାରୁ ଦୂରତ୍ୱ ବୋଧ ହୋଇଥାଏ ଏବଂ ବ୍ୟବହାର ସର୍ବଦା ଔପଚାରିକତାପୂର୍ଣ୍ଣ ହୋଇଥାଏ । ଐଶ୍ୱର୍ଯ୍ୟ ଭକ୍ତିର ଉଦାହରଣ ଦ୍ୱାରିକାବାସୀ ଏବଂ ଅଯୋଧ୍ୟାବାସୀ ଅଟନ୍ତି, ଯେଉଁମାନେ ଶ୍ରୀକୃଷ୍ଣ ଏବଂ ରାମଚନ୍ଦ୍ରଙ୍କୁ ତାଙ୍କ ରାଜା ରୂପରେ ପୂଜା କରୁଥିଲେ । ସାଧାରଣ ନାଗରିକମାନେ ତାଙ୍କ ରାଜାଙ୍କ ପ୍ରତି ଅତ୍ୟନ୍ତ ସମ୍ମାନଯୁକ୍ତ ଓ ଆଜ୍ଞାବହ ହୋଇଥାନ୍ତି, ମାତ୍ର ସେମାନେ କେବେବି ତାଙ୍କ ପ୍ରତି ଘନିଷ୍ଠତା ଅନୁଭବ କରି ନ ଥାନ୍ତି ।

ମାଧୁର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କ ସହିତ ଏକ ନିବିଡ଼ ବ୍ୟକ୍ତିଗତ ସମ୍ପର୍କ ଅନୁଭବ କରିଥାଏ । ଏହି ଭକ୍ତିରେ ପ୍ରମୁଖ ଭାବ ହେଉଛି “ଶ୍ରୀକୃଷ୍ଣ ମୋର ଏବଂ ମୁଁ ତାଙ୍କର ଅଟେ ।” ମାଧୁର୍ଯ୍ୟ ଭକ୍ତିର ଉଦାହରଣ ହେଉଛନ୍ତି, ବୃନ୍ଦାବନର ଗୋପାଳ ବାଳକମାନେ, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ସଖା ଭାବରେ ଭଲ ପାଉଥିଲେ । ନନ୍ଦ ଓ ଯଶୋଦା, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ସନ୍ତାନ ରୂପରେ ଭଲ ପାଉଥିଲେ ଏବଂ ଗୋପୀମାନେ, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ପ୍ରେମୀ ରୂପରେ ଭଲ ପାଉଥିଲେ । ମାଧୁର୍ଯ୍ୟ ଭକ୍ତି, ଐଶ୍ୱର୍ଯ୍ୟ ଭକ୍ତିଠାରୁ ଅନନ୍ତ ଗୁଣରେ ମଧୁର ଅଟେ । ତେଣୁ ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହନ୍ତି:

ସବୈ ସରସ ରସ ଦ୍ୱାରିକା, ମଥୁରା ଅରୁ ବ୍ରଜ ମାହିଁ
ମଧୁର, ମଧୁରତର, ମଧୁରତମ, ରସ ବ୍ରଜରସ ସମ ନାହିଁ । (ଭକ୍ତି ଶତକ ପଦ-୭୦)

“ଭଗବାନଙ୍କର ଆନନ୍ଦ ସମସ୍ତ ରୂପରେ ଅତ୍ୟନ୍ତ ମଧୁର ଅଟେ । ତଥାପି ଏହାର ସ୍ତର ଭେଦ ରହିଛି- ଦ୍ୱାରିକା ଲୀଳାର ଆନନ୍ଦ ମଧୁର ଅଟେ, ମଥୁରା ଲୀଳାର ଆନନ୍ଦ ମଧୁରତର ଅଟେ, ଏବଂ ବ୍ରଜ ଲୀଳାର ଆନନ୍ଦ ମଧୁରତମ ଅଟେ ।”

ମାଧୁର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କର ଭଗବତ୍ତା ଭୁଲିଯାଇ, ଶ୍ରୀକୃଷ୍ଣଙ୍କ ସହିତ ଚାରି ପ୍ରକାର ସମ୍ପର୍କ ସ୍ଥାପନ କରିଥାଏ ।

ଦାସ୍ୟଭାବ- ଶ୍ରୀକୃଷ୍ଣ ମୋର ସ୍ୱାମୀ ଏବଂ ମୁଁ ତାଙ୍କର ଦାସ ଅଟେ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିଗତ ସେବକ ରକ୍ତକ ଓ ପତ୍ରକଙ୍କର ଭକ୍ତି ଏହି ଦାସ୍ୟଭାବ ଥିଲା । ଭଗବାନ ଆମର ପିତାମାତା ଅଟନ୍ତି, ଏହି ଭାବନା ଦାସ୍ୟଭାବର ଏକ ରୂପାନ୍ତର ଅଟେ ଏବଂ ଏହି ଭାବ ଏଥିରେ ସନ୍ନହିତ ହୋଇଥାଏ ।

ସଖ୍ୟଭାବ- ଶ୍ରୀକୃଷ୍ଣ ମୋର ସଖା ଏବଂ ମୁଁ ତାଙ୍କର ଅନ୍ତରଙ୍ଗ ସାଥୀ । ବୃନ୍ଦାବନର ଗୋପାଳ ବାଳକ ଶ୍ରୀଦାମ, ମଧୁମଙ୍ଗଳ, ଧନସୁଖ, ମନସୁଖ ଇତ୍ୟାଦିଙ୍କର ଭକ୍ତିରେ ଏହି ସଖ୍ୟଭାବ ପ୍ରକାଶ ପାଇଥାଏ ।

ବାତ୍ସଲ୍ୟଭାବ- ଶ୍ରୀକୃଷ୍ଣ ମୋର ପୁତ୍ର ଏବଂ ମୁଁ ତାଙ୍କର ପିତାମାତା । ଯଶୋଦା ଏବଂ ନନ୍ଦବାବାଙ୍କ ଭକ୍ତିରେ ଏହି ବାତ୍ସଲ୍ୟ ଭାବ ଥିଲା ।

ମାଧୁର୍ଯ୍ୟଭାବ- ଶ୍ରୀକୃଷ୍ଣ ମୋର ପ୍ରିୟତମ ଏବଂ ମୁଁ ତାଙ୍କର ପ୍ରେୟସୀ ଅଟେ । ବୃନ୍ଦାବନର ଗୋପୀମାନଙ୍କ ଭକ୍ତି ଏହି ଶ୍ରେଣୀର ଥିଲା ।

ଅର୍ଜୁନ ସଖ୍ୟଭାବର ଭକ୍ତ ଅଟନ୍ତି  ଏବଂ ଭଗବାନଙ୍କ ସହିତ ଏକ ଭ୍ରାତୃତ୍ୱପୂର୍ଣ୍ଣ ସମ୍ବନ୍ଧର ରସାସ୍ୱାଦନ କରନ୍ତି । ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରି, ତାଙ୍କ ପ୍ରତି ଅର୍ଜୁନଙ୍କର ଭୟ ଏବଂ ସମ୍ମାନ ବୃଦ୍ଧି ଲାଭ କରିଛି, ତଥାପି ସେ ଅଭ୍ୟସ୍ତ ଥିବା ସଖ୍ୟଭାବର ମାଧୁର୍ଯ୍ୟ ପାଇଁ ଲାଳାୟିତ ହେଉଛନ୍ତି । ତେଣୁ ଅର୍ଜୁନ ପ୍ରାର୍ଥନା କରୁଛନ୍ତି ଯେ ସେ ତାଙ୍କର ସର୍ବଶକ୍ତିମାନ ରୂପକୁ ଲୁକ୍‌କାୟିତ କରି, ପୂର୍ବବତ୍ ନିଜକୁ ମାନବ ରୂପରେ ପ୍ରକଟ କରନ୍ତୁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!