Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 48

ନ ବେଦଯଜ୍ଞାଧ୍ୟୟନୈର୍ନ ଦାନୈ-
ର୍ନ ଚ କ୍ରିୟାଭିର୍ନ ତପୋଭିରୁଗ୍ରୈଃ ।
ଏବଂରୂପଃ ଶକ୍ୟ ଅହଂ ନୃଲୋକେ
ଦ୍ରଷ୍ଟୁଂ ତ୍ୱଦନ୍ୟେନ କୁରୁପ୍ରବୀର ।।୪୮।।

ନ- ନୁହେଁ; ବେଦଯଜ୍ଞ- ଯଜ୍ଞ କରି; ଅଧ୍ୟୟନୈଃ- ବେଦ ଅଧ୍ୟୟନ କରି; ନ ଦାନୈଃ- ଦାନଦ୍ୱାରା ନୁହେଁ; ଚ -ଏବଂ; କ୍ରିୟାଭିଃ-ପୁଣ୍ୟକର୍ମ ଦ୍ୱାରା; ନ ତପୋଭିଃ- ତପସ୍ୟାଦ୍ୱାରା ନୁହେଁ; ଉଗ୍ରୈଃ-ଉଗ୍ର (କଠିନ); ଏବଂ ରୂପଃ- ଏହି ରୂପରେ; ଶକ୍ୟଃ- ସକ୍ଷମ; ଅହଂ- ମୁଁ; ନୃଲୋକେ- ନର ଲୋକରେ; ଦ୍ରଷ୍ଟୁଂ-ଦେଖିବାକୁ; ତ୍ୱତ୍‌-ତୁମ ଛଡା; ଅନ୍ୟେନ-ଅନ୍ୟଦ୍ୱାରା; କୁରୁ-ପ୍ରବୀର- କୁରୁବଂଶର ଯୋଦ୍ଧାମାନଙ୍କ ମଧ୍ୟରେ ଶ୍ରେଷ୍ଠ ।

Translation

BG 11.48: ହେ କୁରୁ ପ୍ରବୀର! ତୁମେ ଯାହା ଦର୍ଶନ କଲ, ତାହା କୌଣସି ମର ଶରୀରଧାରୀ ବ୍ୟକ୍ତି, ବେଦ ଅଧ୍ୟୟନ ଦ୍ୱାରା, ଯଜ୍ଞ ଅନୁଷ୍ଠାନ ଦ୍ୱାରା, ଦାନ ଧର୍ମ ଦ୍ୱାରା କିମ୍ବା କଠୋର ସଂଯମ ଆଚରଣ ଦ୍ୱାରା, କେବେହେଲେ ଦର୍ଶନ କରିପାରି ନାହାଁନ୍ତି ।

Commentary

ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ବେଦ ଅଧ୍ୟୟନ, ବିଧିବିଧାନଯୁକ୍ତ ଅନୁଷ୍ଠାନ, କଠୋର ଆତ୍ମସଂଯମ, ଆହାର ତ୍ୟାଗ କିମ୍ବା ବିପୁଳ ଦାନ ଇତ୍ୟାଦି ନିଜ ଉଦ୍ୟମ, ଭଗବାନଙ୍କ ବିଶ୍ୱରୂପର ଦର୍ଶନ ପାଇଁ ଯଥେଷ୍ଟ ନୁହେଁ । ଏହା କେବଳ ତାଙ୍କ କୃପାରୁ ହିଁ ସମ୍ଭବ । ଏହା ବେଦରେ ମଧ୍ୟ ବାରମ୍ବାର କୁହାଯାଇଛି:

ତସ୍ୟ ନୋ ହ୍ରାସ୍ୱ ତସ୍ୟ ନୋ ଧେହି (ଯଜୁର୍ବେଦ)

“ପରମେଶ୍ୱରଙ୍କ କରୁଣାର ଅମୃତରେ ଅବଗାହନ ନ କରି କୌଣସି ବ୍ୟକ୍ତି ତାଙ୍କର ଦର୍ଶନ ଲାଭ କରିପାରିବେ ନାହିଁ ।”

ଏହା ପଛରେ ଥିବା ତର୍କ ଅତ୍ୟନ୍ତ ସିଧାସଳଖ ଅଟେ । ଆମର ଚକ୍ଷୁ ଭୌତିକ ଉପାଦାନରେ ଗଠିତ । ତେଣୁ ସେ ଯାହାସବୁ ଦେଖେ, ତାହା ଭୌତିକ ଅଟେ । ଭଗବାନ ଭୌତିକ ନୁହଁନ୍ତି, ସେ ଦିବ୍ୟ ଅଟନ୍ତି । ତାଙ୍କର ଦିବ୍ୟରୂପକୁ ଦେଖିବା ପାଇଁ, ଆମର ଚକ୍ଷୁ ହୋଇଥିବା ଆବଶ୍ୟକ । ଭଗବାନ ଯେତେବେଳେ ଜୀବକୁ ତାଙ୍କର କୃପା ପ୍ରଦାନ କରନ୍ତି, ସେ ତାଙ୍କର ଦିବ୍ୟଶକ୍ତି ଜୀବର ଭୌତିକ ଚକ୍ଷୁକୁ ପ୍ରଦାନ କରିଥାନ୍ତି, ଏବଂ ସେତେବେଳେ ହିଁ ସେ ତାଙ୍କୁ ଦେଖି ପାରିଥାଏ ।

ଏଠାରେ ଜଣେ ପଚାରି ପାରନ୍ତି ଯେ ଅର୍ଜୁନ ସିନା ଭଗବାନଙ୍କ କୃପାରୁ ଦେଖିପାରିଲେ, ସଞ୍ଜୟ ସେହି ବିଶ୍ୱରୂପକୁ କିପରି ଦେଖିଲେ ?  ମହାଭାରତ ବର୍ଣ୍ଣନା କରେ ଯେ ସଞ୍ଜୟ ମଧ୍ୟ ଏହି ଦିବ୍ୟ ଦୃଷ୍ଟି ତାଙ୍କ ଗୁରୁ, ବେଦବ୍ୟାସଙ୍କ କୃପାରୁ ପାଇଥିଲେ, ଯିଏକି ଭଗବାନଙ୍କର ଅବତାର ଥିଲେ । ଯୁଦ୍ଧ ପୂର୍ବରୁ ବେଦବ୍ୟାସ ତାଙ୍କ ଶିଷ୍ୟ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ଦେଇଥିଲେ, ଯଦ୍ୱାରା ସେ ଯୁଦ୍ଧର ସମସ୍ତ ଘଟଣାବଳୀ  ଧୃତରାଷ୍ଟ୍ରଙ୍କୁ ଜଣାଇପାରିବେ । ତେଣୁ ସେ ମଧ୍ୟ ଅର୍ଜୁନ ଦେଖୁଥିବା ବିଶ୍ୱରୂପର ଦର୍ଶନ କରିଥିଲେ । କିନ୍ତୁ ପରେ, ଯେତେବେଳେ ଦୁର୍ଯ୍ୟୋଧନ ମୃତ୍ୟୁବରଣ କଲେ, ସେ ଶୋକାଭିଭୂତ ହୋଇ ତାଙ୍କର ଦିବ୍ୟଦୃଷ୍ଟି ହରାଇଥିଲେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!