ଶ୍ରୀ ଭଗବାନ ଉବାଚ
ପଶ୍ୟ ମେ ତୀର୍ଥ ରୂପାଣି ଶତଶୋଽଥ ସହସ୍ରଶଃ ।
ନାନାବିଧାନି ଦିବ୍ୟାନି ନାନାବର୍ଣ୍ଣାକୃତୀନି ଚ ।।୫।।
ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ପଶ୍ୟ -ଦେଖ; ମେ -ମୋର; ପାର୍ଥ - ହେ ପୃଥାପୁତ୍ର; ରୂପାଣି - ରୂପସବୁ; ଶତଶଃ - ଶହଶହ; ଅଥ - ଏବଂ; ସହସ୍ରଶଃ - ହଜାର ହଜାର; ନାନାବିଧାନି - ନାନାବିଧ; ଦିବ୍ୟାନି- ଦିବ୍ୟ; ନାନା -ଅନେକପ୍ରକାର; ବର୍ଣ୍ଣ - ବର୍ଣ୍ଣ (ରଙ୍ଗ); ଆକୃତୀନି - ଆକୃତି; ଚ - ଏବଂ ।
BG 11.5: ଭଗବାନ କହିଲେ, ହେ ପାର୍ଥ! ମୋର ଶତ ସହସ୍ର ପ୍ରକାରର ଭିନ୍ନ ଭିନ୍ନ ରୂପ, ଆକୃତି ଓ ରଙ୍ଗ ବିଶିଷ୍ଟ ସ୍ୱରୂପକୁ ଦେଖ ।
ଶ୍ରୀ ଭଗବାନ ଉବାଚ
ପଶ୍ୟ ମେ ତୀର୍ଥ ରୂପାଣି ଶତଶୋଽଥ ସହସ୍ରଶଃ ।
ନାନାବିଧାନି ଦିବ୍ୟାନି ନାନାବର୍ଣ୍ଣାକୃତୀନି ଚ ।।୫।।
ଭଗବାନ କହିଲେ, ହେ ପାର୍ଥ! ମୋର ଶତ ସହସ୍ର ପ୍ରକାରର ଭିନ୍ନ ଭିନ୍ନ ରୂପ, ଆକୃତି ଓ ରଙ୍ଗ ବିଶିଷ୍ଟ ସ୍ୱରୂପକୁ ଦେଖ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅର୍ଜୁନଙ୍କ ଅନୁରୋଧ ଶୁଣିବା ପରେ, ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ବିଶ୍ୱରୂପ ଦର୍ଶନ କରିବାକୁ ଅର୍ଜୁନଙ୍କୁ କହୁଛନ୍ତି । ସେ ପଶ୍ୟ ଶବ୍ଦ ବ୍ୟବହାର କରିଛନ୍ତି ଯାହାର ଅର୍ଥ, ଅର୍ଜୁନ ଧ୍ୟାନ ଦେବା ଆବଶ୍ୟକ । ଯଦିଓ ଏହା ଗୋଟିଏ ଆକାର, ଏହାର ବୈଶିଷ୍ଟ ଅନନ୍ତ ଅଟେ ଏବଂ ଏଥିରେ ଏକାଧିକ ଆକାର ଓ ରଙ୍ଗ ବିଶିଷ୍ଟ ଅନନ୍ତ ବ୍ୟକ୍ତିତ୍ୱ ସମାହିତ ହୋଇଛନ୍ତି । ଶ୍ରୀକୃଷ୍ଣ ଶତଶୋଽଥ ସହସ୍ରଶଃ ଶବ୍ଦ ବ୍ୟବହାର କରିଛନ୍ତି; ଅର୍ଥାତ୍ ସେଗୁଡ଼ିକ ଅସଂଖ୍ୟ ଆକୃତି ଓ ଆକାର ବିଶିଷ୍ଟ ଅଟନ୍ତି ।
ଅର୍ଜୁନଙ୍କୁ ତାଙ୍କର ଅସଂଖ୍ୟ ଆକୃତି ଓ ରଙ୍ଗ ବିଶିଷ୍ଟ ବିଶ୍ୱରୂପ ଦେଖିବାକୁ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ସେହି ବିଶ୍ୱରୂପରେ ସ୍ୱର୍ଗର ଦେବତାମାନଙ୍କୁ ତଥା ଅନ୍ୟ ଅନେକ ବିସ୍ମୟ ସବୁ ଲକ୍ଷ୍ୟ କରିବାକୁ କହୁଛନ୍ତି ।