ସଞ୍ଜୟ ଉବାଚ
ଇତ୍ୟର୍ଜୁନଂ ବାସୁଦେବସ୍ତଥୋକ୍ତ୍ୱା
ସ୍ୱକଂ ରୂପଂ ଦର୍ଶୟାମାସ ଭୂୟଃ ।
ଆଶ୍ୱାସୟାମାସ ଚ ଭୀତମେନଂ
ଭୂତ୍ୱା ପୁନଃ ସୌମ୍ୟବପୁର୍ମହାତ୍ମା ।।୫୦।।
ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ଇତି - ଏହିପରି; ଅର୍ଜୁନ- ଅର୍ଜୁନଙ୍କୁ; ବାସୁଦେବଃ-କୃଷ୍ଣ; ତଥା- ସେହିପରି; ଉକ୍ତ୍ୱା-କହି; ସ୍ୱକଂ-ନିଜର ସାକାର; ରୂପଂ-ରୂପ; ଦର୍ଶୟାମାସ-ଦେଖାଇଲେ; ଭୂୟଃ-ପୁନର୍ବାର; ଆଶ୍ୱାସୟାମାସ-ଆଶ୍ୱାସନା ଦେଲେ; ଚ- ଏବଂ; ଭୀତମ୍-ଭୀତ; ଏନଂ- ତାଙ୍କୁ; ଭୂତ୍ୱା ପୁନଃ- ପୁଣି ହୋଇ; ସୌମ୍ୟ ବପୁଃ-ସୁନ୍ଦର ରୂପ; ମହାତ୍ମା- କୃପାମୟ ।
BG 11.50: ସଞ୍ଜୟ କହିଲେ: ଏହିପରି କହିବା ପରେ, କୃପାମୟ ବସୁଦେବ ପୁତ୍ର, ତାଙ୍କର ଚତୁର୍ଭୁଜ ମୂର୍ତ୍ତି ପ୍ରଦର୍ଶିତ କଲେ । ପୁନଶ୍ଚ, ସେ ସରସ ରୂପ (ଦୁଇଭୁଜ ବିଶିଷ୍ଟ) ଧାରଣ କରି, ଭୟାତୁର ଅର୍ଜୁନଙ୍କୁ ଆଶ୍ୱାସନା ଦେଲେ ।
ସଞ୍ଜୟ ଉବାଚ
ଇତ୍ୟର୍ଜୁନଂ ବାସୁଦେବସ୍ତଥୋକ୍ତ୍ୱା
ସ୍ୱକଂ ରୂପଂ ଦର୍ଶୟାମାସ ଭୂୟଃ ।
ଆଶ୍ୱାସୟାମାସ ଚ ଭୀତମେନଂ
ଭୂତ୍ୱା ପୁନଃ ସୌମ୍ୟବପୁର୍ମହାତ୍ମା ।।୫୦।।
ସଞ୍ଜୟ କହିଲେ: ଏହିପରି କହିବା ପରେ, କୃପାମୟ ବସୁଦେବ ପୁତ୍ର, ତାଙ୍କର ଚତୁର୍ଭୁଜ ମୂର୍ତ୍ତି ପ୍ରଦର୍ଶିତ କଲେ । ପୁନଶ୍ଚ, ସେ ସରସ ରୂପ (ଦୁଇଭୁଜ ବିଶିଷ୍ଟ) …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ନିଜର ବିଶ୍ୱରୂପକୁ ଲୁକ୍କାୟିତ କରି ଅର୍ଜୁନଙ୍କ ସମ୍ମୁଖରେ ଚତୁର୍ଭୁଜ ରୂପରେ ଆବିର୍ଭୂତ ହେଲେ । ସେ ସୁବର୍ଣ୍ଣ ମୁକୁଟ, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦ୍ୱାରା ସୁସଜ୍ଜିତ ଥିଲେ । ଏହି ସ୍ୱରୂପ ଗରିମା, ସର୍ବଜ୍ଞତା, ସର୍ବଶକ୍ତିମାନ ଇତ୍ୟାଦି ଦିବ୍ୟ ଐଶ୍ୱର୍ଯ୍ୟ ଗୁଣର ଭଣ୍ଡାର ଅଟେ । ଶ୍ରୀକୃଷ୍ଣଙ୍କର ଚତୁର୍ଦ୍ଧା ମୂର୍ତ୍ତି ରୂପ ମନରେ ବିସ୍ମୟ ଓ ସମ୍ମାନ ଭାବ ଉତ୍ପନ୍ନ କରେ, ଯେଉଁ ଭାବ ଗୋଟିଏ ଦେଶର ପ୍ରଜାଙ୍କ ମନରେ ତାଙ୍କ ରାଜାଙ୍କ ପ୍ରତି ଥାଏ । କିନ୍ତୁ ଅର୍ଜୁନ ଶ୍ରୀକୃଷ୍ଣଙ୍କର ସଖା ଥିଲେ ଏବଂ ବିସ୍ମୟ ଓ ସମ୍ମାନଯୁକ୍ତ ଭକ୍ତି ତାଙ୍କୁ ସନ୍ତୁଷ୍ଟ କରିପାରୁ ନଥିଲା । ସେ ଶ୍ରୀକୃଷ୍ଣଙ୍କ ସହିତ ଖେଳୁଥିଲେ, ଖାଉଥିଲେ, ନିଜର ଅନ୍ତରଙ୍ଗ ଗୋପନ କଥା ତାଙ୍କ ଆଗରେ କହୁଥିଲେ ଏବଂ ବ୍ୟକ୍ତିଗତ ଖୁସୀରେ ତାଙ୍କୁ ଭାଗୀଦାର କରୁଥିଲେ । ଏହିପରି ସୁଖମୟ ସଖ୍ୟଭାବ (ଯେଉଁ ଭକ୍ତିରେ ଭଗବାନଙ୍କୁ ମିତ୍ର ଭାବରେ ଦେଖାଯାଏ), ଐଶ୍ୱର୍ଯ୍ୟ ଭକ୍ତିଠାରୁ (ଯେଉଁଠି ଭଗବାନଙ୍କୁ ଦୂରରୁ ସର୍ବଶକ୍ତିମାନ ଭାବରେ ଭକ୍ତି କରାଯାଏ) ଅନନ୍ତ ଗୁଣରେ ମଧୁର ଅଟେ । ଅତଏବ, ଅର୍ଜୁନଙ୍କ ଭକ୍ତିର ଭାବକୁ ସ୍ୱୀକାର କରି, ଶେଷରେ ଶ୍ରୀକୃଷ୍ଣ ତାଙ୍କର ଚତୁର୍ଭୁଜ ରୂପ ତ୍ୟାଗ କରି ମୂଳ ଦ୍ୱିଭୁଜ ରୂପରେ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ ।
ଏକଦା ବୃନ୍ଦାବନର ଅରଣ୍ୟରେ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ରସମୟ ଲୀଳା କରିବାକୁ ଯାଇ ହଠାତ୍ ତାଙ୍କ ଗହଣରୁ ଅନ୍ତର୍ଦ୍ଧାନ ହୋଇଗଲେ । ଗୋପୀମାନେ ତାଙ୍କୁ ଫେରି ଆସିବାକୁ ପ୍ରାର୍ଥନା କଲେ । ତାଙ୍କର ବିନତି ଶୁଣି ସେ ଫେରି ଆସିଲେ ସତ, କିନ୍ତୁ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ଆବିର୍ଭୁତ ହେଲେ । ଗୋପୀମାନେ ତାଙ୍କୁ ଭଗବାନ ବିଷ୍ଣୁ ମନେକରି ତାଙ୍କର ସମ୍ମାନ କଲେ । କିନ୍ତୁ ସେମାନେ ତାଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ଇଚ୍ଛା ନ କରି ସେଠାରୁ ଯିବାକୁ ଲାଗିଲେ । ସେମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ପ୍ରିୟତମ ଭାବରେ ଦେଖିବାରେ ଅଭ୍ୟସ୍ତ ଥିଲେ, ତେଣୁ ତାଙ୍କର ଏହି ବିଷ୍ଣୁରୂପ ସେମାନଙ୍କୁ ଆକର୍ଷିତ କରୁ ନ ଥିଲା । ସେହି ସମୟରେ ରାଧାରାଣୀ ସେଠାରେ ଉପସ୍ଥିତ ହେଲେ ଏବଂ ତାଙ୍କୁ ଦେଖିବା ମାତ୍ରେ, ଶ୍ରୀକୃଷ୍ଣ ତାଙ୍କ ପ୍ରତି ପ୍ରେମରେ ଅଭିଭୂତ ହୋଇ ତାଙ୍କର ଚତୁର୍ଭୁଜ ରୂପକୁ ରକ୍ଷା କରିପାରିଲେ ନାହିଁ । ତାଙ୍କର ଦୁଇଟି ବାହୁ ସ୍ୱୟଂ ଅନ୍ତର୍ଦ୍ଧାନ ହୋଇଗଲା ଏବଂ ସେ ତାଙ୍କର ଦ୍ୱିଭୁଜ ରୂପ ଧାରଣ କଲେ । ଏହି ଶ୍ଳୋକରେ ମଧ୍ୟ, ଶ୍ରୀକୃଷ୍ଣ ତାଙ୍କର ଅତି ଆକର୍ଷଣୀୟ ଦ୍ୱିଭୁଜ ରୂପକୁ ଫେରି ଆସିଛନ୍ତି ।