ଅର୍ଜୁନ ଉବାଚ
ଦୃଷ୍ଟେ୍ୱଦଂ ମାନୁଷଂ ରୂପଂ ତବ ସୌମ୍ୟଂ ଜନାର୍ଦନ ।
ଇଦାନୀମସ୍ମି ସଂବତ୍ତଃ ସଚେତାଃ ପ୍ରକୃତିଂ ଗତଃ ।।୫୧।।
ଅର୍ଜୁନଃ ଉବାଚ- ଅର୍ଜୁନ କହିଲେ; ଦୃଷ୍ଟ୍ୱା- ଦେଖି; ଇଦଂ-ଏହି; ମାନୁଷଂ-ମନୁଷ୍ୟ; ରୂପଂ-ରୂପ; ତବ-ଆପଣଙ୍କର; ସୌମ୍ୟଂ- ଅତିସୁନ୍ଦର; ଜନାର୍ଦନ-ହେ ଶତ୍ରୁ ଦମନକାରୀ; ଇଦାନୀଂ-ବର୍ତ୍ତମାନ; ଅସ୍ମି- ମୁଁ ଅଟେ; ସଂବତ୍ତଃ-ସ୍ଥିର; ସଚେତାଃ-ମୋ ମନରେ; ପ୍ରକୃତିଂ-ସାଧାରଣ ସ୍ଥିତିକୁ; ଗତଃ- ପ୍ରାପ୍ତ ହେଲି ।
BG 11.51: ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ ! ଆପଣଙ୍କର ମଧୁର ମନୁଷ୍ୟ ରୂପ (ଦୁଇ ହସ୍ତଯୁକ୍ତ) ଦେଖି, ମୁଁ ମୋର ମାନସିକ ଶାନ୍ତି ଫେରି ପାଇଛି ଏବଂ ମୋ ମନ ସାଧାରଣ ସ୍ଥିତିକୁ ଆସିଯାଇଛି ।
ଅର୍ଜୁନ ଉବାଚ
ଦୃଷ୍ଟେ୍ୱଦଂ ମାନୁଷଂ ରୂପଂ ତବ ସୌମ୍ୟଂ ଜନାର୍ଦନ ।
ଇଦାନୀମସ୍ମି ସଂବତ୍ତଃ ସଚେତାଃ ପ୍ରକୃତିଂ ଗତଃ ।।୫୧।।
ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ ! ଆପଣଙ୍କର ମଧୁର ମନୁଷ୍ୟ ରୂପ (ଦୁଇ ହସ୍ତଯୁକ୍ତ) ଦେଖି, ମୁଁ ମୋର ମାନସିକ ଶାନ୍ତି ଫେରି ପାଇଛି ଏବଂ ମୋ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣଙ୍କର ଦୁଇ ଭୁଜ ବିଶିଷ୍ଟ ସୁନ୍ଦର ରୂପକୁ ଦେଖି, ଅର୍ଜୁନଙ୍କର ସଖ୍ୟଭାବର ମନୋଭାବ ପୁନଃ ଦୃଢ଼ୀଭୂତ ଏବଂ ବର୍ଦ୍ଧିତ ହେଲା । ଅର୍ଜୁନ କହୁଛନ୍ତି ଯେ ସେ ମାନସିକ ଶାନ୍ତି ଫେରିପାଇଛନ୍ତି ଏବଂ ତାଙ୍କର ସ୍ଥିତି ସାଧାରଣ ହୋଇଯାଇଛି । ପାଣ୍ଡବମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ଲୀଳାକୁ ଦେଖି, ଦେବର୍ଷି ନାରଦ, ଅର୍ଜୁନଙ୍କର ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିରଙ୍କୁ କହିଥିଲେ: ଗୂଢ଼ଂ ପରଂ ବ୍ରହ୍ମ ମନୁଷ୍ୟ ଲିଙ୍ଗମ୍ (ଭାଗବତମ୍ ୭.୧୫.୭୫) “ଶ୍ରୀକୃଷ୍ଣ ଆପଣଙ୍କ ଗୃହରେ ଆପଣମାନଙ୍କ ସହିତ ଜଣେ ଭାଇପରି ବାସ କରୁଛନ୍ତି ।” ଅତଏବ, ଅର୍ଜୁନ ଭଗବାନଙ୍କ ସହିତ ଜଣେ ଭାଇ ଓ ସଖା ଭାବରେ ମିଳାମିଶା କରିବାରେ ଅଭ୍ୟସ୍ତ ଥିଲେ ।