Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 54

ଭକ୍ତ୍ୟା ତ୍ୱନନ୍ୟୟା ଶକ୍ୟ ଅହମେବଂବିଧୋଽର୍ଜୁନ ।
ଜ୍ଞାତୁଂ ଦ୍ରଷ୍ଟୁଂ ଚ ତତ୍ତ୍ୱେନ ପ୍ରବେଷ୍ଟୁଂ ଚ ପରନ୍ତପ ।।୫୪।।

ଭକ୍ତ୍ୟା- ଭକ୍ତି ଦ୍ୱାରା; ତୁ-କିନ୍ତୁ; ଅନନ୍ୟୟା- ବିଶୁଦ୍ଧ; ଶକ୍ୟଃ- ସମ୍ଭବ; ଅହଂ- ମୁଁ; ଏବଂବିଧଃ-ଏହିପରି; ଅର୍ଜୁନ- ହେ ଅର୍ଜୁନ; ଜ୍ଞାତୁଂ-ଜାଣିବାକୁ; ଦ୍ରଷ୍ଟୁଂ- ଦେଖିବାକୁ; ଚ -ଏବଂ; ତତ୍ତ୍ୱେନ-ବାସ୍ତବରେ; ପ୍ରବେଷ୍ଟୁଂ- ପ୍ରବେଶ କରିବାକୁ; ଚ-ଏବଂ; ପରନ୍ତପ- ହେ ଶତ୍ରୁନାଶକ ।

Translation

BG 11.54: ହେ ଅର୍ଜୁନ ! କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ହିଁ ମୁଁ ତୁମ ସମ୍ମୁଖରେ ଯେପରି ଠିଆ ହୋଇଛି, ସେପରି ଦୃଶ୍ୟ ହେବି । ହେ ଶତୃହନ୍ତା ! ମୋର ଦିବ୍ୟ ଦୃଷ୍ଟି ପ୍ରାପ୍ତ କରି, ଜଣେ ବାସ୍ତବରେ ମୋ ଭିତରେ ପ୍ରବେଶ କରିପାରିବ ।

Commentary

ଏହି ଶ୍ଳୋକରେ, ଶ୍ରୀକୃଷ୍ଣ ତାଙ୍କୁ ପ୍ରାପ୍ତ କରିବାର ସାଧନ ଭାବରେ ଭକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବରୁ ଶ୍ଳୋକ ୧୧.୪୮ରେ, ସେ କହିଥିଲେ ଯେ, କେବଳ ଭକ୍ତିଦ୍ୱାରା ହିଁ ତାଙ୍କ ବିଶ୍ୱରୂପର ଦର୍ଶନ କରିହେବ । ବର୍ତ୍ତମାନ ଏହି ଶ୍ଳୋକରେ ସେ ଦୃଢ଼ତାର ସହିତ ଘୋଷଣା କରୁଛନ୍ତି ଯେ ଯେଉଁ ଦ୍ୱିଭୁଜ ରୂପରେ ସେ ଅର୍ଜୁନଙ୍କ ସମ୍ମୁଖରେ ଛିଡ଼ା ହୋଇଛନ୍ତି, ତାହାକୁ ଭକ୍ତି ଦ୍ୱାରା ହିଁ ପ୍ରାପ୍ତ କରିହେବ । ବେଦ-ଶାସ୍ତ୍ରରେ ଏହାର ଘୋଷଣା ବାରମ୍ବାର କରାଯାଇଛି :

ଭକ୍ତିରେବୈନଂ ନୟତି ଭକ୍ତିରେବୈନଂ ପଶ୍ୟତି ଭକ୍ତିରେବୈନଂ ଦର୍ଶୟତି

ଭକ୍ତି ବଶଃ ପୁରୁଷୋ ଭକ୍ତିରେବ ଭୂୟସୀ ।  (ମାଠର ଶୃତି)

“କେବଳ ଭକ୍ତି ହିଁ ଆମକୁ ଭଗବାନଙ୍କ ସହିତ ମିଳିତ କରିବ; କେବଳ ଭକ୍ତି ଦ୍ୱାରା ତାଙ୍କୁ ଦେଖିହେବ; ଭକ୍ତିହିଁ ତାଙ୍କର ପ୍ରାପ୍ତିରେ ଆମକୁ ସାହାଯ୍ୟ କରିବ; ବିଶୁଦ୍ଧ ଭକ୍ତି ଭଗବାନଙ୍କୁ ଭକ୍ତର ଦାସ କରିଦିଏ । ଭକ୍ତି ହିଁ ଶ୍ରେଷ୍ଠ ମାର୍ଗ ଅଟେ ।

 ନ ସାଧୟତି ମାଂ ଯୋଗୋ ନ ସାଂଖ୍ୟଂ ଧର୍ମ ଉଦ୍ଧବ ।
ନ ସ୍ୱାଧ୍ୟାୟସ୍ତପସ୍ତ୍ୟାଗୋ ଯଥା ଭକ୍ତିର୍ମମୋର୍ଜିତା । (ଭାଗବତମ୍ ୧୧.୧୪.୨୦)

“ଉଦ୍ଧବ, ମୁଁ ମୋ ଭକ୍ତଙ୍କର ନିୟନ୍ତ୍ରଣାଧୀନ ହୋଇଯାଏ ଏବଂ ସେମାନେ ମୋତେ ଜୟ କରିନିଅନ୍ତି । କିନ୍ତୁ ଯେଉଁମାନେ ମୋର ଭକ୍ତି କରନ୍ତି ନାହିଁ, ସେମାନେ ଅଷ୍ଟାଙ୍ଗ ଯୋଗ, ସାଂଖ୍ୟ କିମ୍ବା ଅନ୍ୟ ଦର୍ଶନ ଅଧ୍ୟୟନ, ଧାମିକ କର୍ମ, ସଂଯମ କିମ୍ବା ବୈରାଗ୍ୟ ଦ୍ୱାରା ମୋତେ ପ୍ରାପ୍ତ କରିପାରିବେ ନାହିଁ ।”

ଭକ୍ତ୍ୟାହମ୍ ଏକୟା ଗ୍ରାହ୍ୟଃ ଶ୍ରଦ୍ଧୟାତ୍ମା ପ୍ରିୟଃ ସତାମ୍ । (ଭାଗବତମ୍ ୧୧.୧୪.୨୧)

“ମୁଁ କେବଳ ଭକ୍ତିଦ୍ୱାରା ହିଁ ପ୍ରାପ୍ତ ହୁଏ । ଯେଉଁମାନେ ଶ୍ରଦ୍ଧାର ସହିତ ମୋର ଭକ୍ତି କରନ୍ତି, ସେମାନେ ମୋର ଅତିପ୍ରିୟ ଅଟନ୍ତି ।”

ମିଲହିଁ ନ ରଘୁପତି ବିନୁ ଅନୁରାଗା, କିଏଁ ଯୋଗ ତପ ଜ୍ଞାନ ବିରାଗା । (ରାମାୟଣ)

ବିନା ଭକ୍ତିରେ, ବ୍ୟକ୍ତି ଅଷ୍ଟାଙ୍ଗ ଯୋଗ, ସଂଯମ, ଜ୍ଞାନ, ବୈରାଗ୍ୟ ଆଦି ଯେତେ ଯାହା କଲେ ସୁଦ୍ଧା, ଭଗବାନଙ୍କୁ ପ୍ରାପ୍ତ କରିପାରିବ ନାହିଁ । ଭକ୍ତି କ’ଣ ? ସେ ବିଷୟରେ ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!