Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 12, Verse 10

ଅଭ୍ୟାସେଽପ୍ୟସମର୍ଥୋଽସି ମତ୍‌କର୍ମପରମୋ ଭବ ।
ମଦର୍ଥମପି କର୍ମାଣି କୁର୍ବନ୍ ସିଦ୍ଧିମବାପ୍‌ସ୍ୟସି ।।୧୦।।

ଅଭ୍ୟାସେ - ଅଭ୍ୟାସ କରିବାରେ; ଅପି - ଯଦି; ଅସମର୍ଥଃ - ଅସମର୍ଥ; ଅସି- ତୁମେ; ମତ୍‌କର୍ମ ପରମଃ -ଭକ୍ତିର ସହିତ ମୋର କର୍ମପରାୟଣ; ଭବ -ହୁଅ; ମତ୍ ଅର୍ଥମ୍ - ମୋ ପାଇଁ; ଅପି - ମଧ୍ୟ; କର୍ମାଣି -କର୍ମସବୁ; କୁର୍ବନ୍ - କରି; ସିଦ୍ଧିମ୍ - ସିଦ୍ଧି; ଅବାପ୍‌ସ୍ୟସି - ପ୍ରାପ୍ତ ହେବ ।

Translation

BG 12.10: ତୁମେ ଯଦି ଭକ୍ତି ସହକାରେ ମୋ ସ୍ମରଣର ଅଭ୍ୟାସ କରିପାରୁନାହଁ, ତାହେଲେ କେବଳ ମୋ ନିମିତ୍ତ କର୍ମ କରିବାକୁ ଚେଷ୍ଟା କର । ଏହିପରି ମୋର ଭକ୍ତିଯୁକ୍ତ ସେବା କରି, ତୁମେ ପରିପୂର୍ଣ୍ଣତାକୁ ପ୍ରାପ୍ତ କରିପାରିବ ।

Commentary

ଭଗବାନଙ୍କର ସ୍ମରଣ କରିବା ପାଇଁ ଉପଦେଶ ଦେବା ତାହାକୁ କାର୍ଯ୍ୟତଃ କରିବା ଅପେକ୍ଷା କରିବା ସହଜ ଅଟେ । ମନ ଭୌତିକ ଶକ୍ତି ମାୟା ଦ୍ୱାରା ଗଠିତ, ତେଣୁ ଏହା ସ୍ୱାଭାବିକ ଭାବରେ ସଂସାରର ଭୌତିକ ପଦାର୍ଥ ପ୍ରତି ଆକର୍ଷିତ ହୋଇଥାଏ । ଏହାକୁ ଭଗବତ୍ ଅଭିମୁଖୀ କରିବା ପାଇଁ ସୁଚିନ୍ତିତ ଓ ଦୃଢ଼ ଉଦ୍ୟମ ଆବଶ୍ୟକ ହୋଇଥାଏ । ଭଗବାନଙ୍କର ସ୍ମରଣ କରିବା ଉଚିତ, ଏହି ଉପଦେଶ ଆମେ ଶୁଣିଥାଏ ଏବଂ ତାହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ଇଚ୍ଛା କରିଥାଏ । କିନ୍ତୁ କର୍ମରେ ବ୍ୟସ୍ତ ରହି ଭଗବାନ ଆମ ମନରୁ ଚାଲିଯାଆନ୍ତି । ତେଣୁ ଯେଉଁମାନଙ୍କ ପାଇଁ ସାରାଦିନ ଭଗବାନଙ୍କର ସ୍ମରଣ କରିବା କଷ୍ଟକର ହୋଇଥାଏ, ସେମାନେ କ’ଣ କରିବା ଉଚିତ? ଶ୍ରୀକୃଷ୍ଣ ଏହାର ଉତ୍ତର ଉପରୋକ୍ତ ଶ୍ଲୋକରେ ଦେଇଛନ୍ତି ।

ଯେଉଁମାନେ ନିରନ୍ତର ଭଗବାନଙ୍କର ସ୍ମରଣ କରିପାରନ୍ତି ନାହିଁ, ସେମାନେ ସମସ୍ତ କର୍ମ ତାଙ୍କ ଉଦ୍ଦେଶ୍ୟରେ କରିବା ଉଚିତ । ସେମାନେ ଯାହା କିଛି କରନ୍ତି, ତାହାକୁ ଏହି ମନୋଭାବରେ କରିବା ଉଚିତ୍ ଯେ ଏହା ସେମାନେ ଭଗବାନଙ୍କ ସୁଖପାଇଁ କରୁଛନ୍ତି, ଯେପରି ପୂର୍ବରୁ ଶ୍ଲୋକ ୯.୨୭ ଏବଂ ୯.୨୮ରେ ବର୍ଣ୍ଣନା କରାଯାଇଛି । ଗୃହସ୍ଥ ଜୀବନରେ, ବ୍ୟକ୍ତିର ସମସ୍ତ ସମୟର ମୁଖ୍ୟ ଅଂଶ ତାଙ୍କ ପରିବାର ଭରଣପୋଷଣରେ ଚାଲିଯାଏ । ବ୍ୟକ୍ତି ସେହିସବୁ କର୍ମ କରି ଚାଲିବା ଉଚିତ, କିନ୍ତୁ ଅନ୍ତରର ଭାବନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଏହା ପରିବାର ସହିତ ତାଙ୍କର ଶାରୀରିକ ବନ୍ଧନ ଦୃଷ୍ଟିରୁ କରିବା ପରିବର୍ତ୍ତେ, ଏହି ଭାବନା ଉତ୍ପନ୍ନ କରିବା ଉଚିତ ଯେ ପରିବାରର ସମସ୍ତ ସଦସ୍ୟ ଭଗବାନଙ୍କର ସନ୍ତାନ ଅଟନ୍ତି । ତେଣୁ ଭଗବାନଙ୍କର ସୁଖ ପାଇଁ, ସେମାନଙ୍କର ଯତ୍ନ ନେବା ତାଙ୍କର କର୍ତ୍ତବ୍ୟ ଅଟେ । ଜଣେ ବ୍ୟକ୍ତି ଜୀବିକା ଅର୍ଜନ ନିମନ୍ତେ ଯେଉଁ କର୍ମ କରିଥାଆନ୍ତି, ସେଥିରେ ମଧ୍ୟ ତାଙ୍କର ମନୋଭାବକୁ ପରିବର୍ତ୍ତିତ କରାଯାଇପାରେ । ତଦ୍ୱାରା ସେ ସାଂସାରିକ ସୁଖ ଭୋଗ କରିପାରିବେ, ଏପରି ଚିନ୍ତା କରିବା ପରିବର୍ତ୍ତେ ସେ ଏହା ଭାବି ପାରିବେ ଯେ, “ମୁଁ ଅର୍ଥ ଉପାର୍ଜନ କରି ମୋ ପରିବାର ତଥା ନିଜର ଭରଣପୋଷଣ କରିବି, ଯଦ୍ୱାରା ଆମେ ସମସ୍ତେ ଭକ୍ତି କରି ପାରିବୁ ଏବଂ ମୁଁ ଯାହାବି ସଞ୍ଚୟ କରିବି, ତାହା ମୁଁ ଭଗବାନଙ୍କ ସେବାରେ ଦାନ କରିବି ।” ସେହିପରି, ଖାଇବା, ଶୋଇବା, ସ୍ନାନ କରିବା ଆଦି ଶାରୀରିକ କର୍ମକୁ ଆମେ ତ୍ୟାଗ କରିପାରିବା ନାହିଁ । କିନ୍ତୁ ସେଥିରେ ମଧ୍ୟ ଆମେ ଦିବ୍ୟ ଭାବନା ରଖିପାରିବା, “ମୁଁ ନିଜ ଶରୀରକୁ ସୁସ୍ଥ ରଖିବି, ଏହାଦ୍ୱାରା ମୁଁ ଭଗବାନଙ୍କର ସେବା କରିପାରିବି । ଏହାର ଭରଣପୋଷଣ ପାଇଁ, ମୁଁ ସମସ୍ତ କର୍ମ ନିଷ୍ଠାର ସହିତ କରିବି ।”

ଯେତେବେଳେ ଆମେ ଭଗବାନଙ୍କ ସୁଖ ପାଇଁ କର୍ମ କରିବାକୁ ଅଭ୍ୟାସ କରିବା, ସ୍ୱାଭାବିକ ଭାବରେ ଆମେ ସମସ୍ତ ସ୍ୱାର୍ଥଯୁକ୍ତ କର୍ମରୁ ନିବୃତ୍ତ ହୋଇଯିବା ଏବଂ ଭଗବାନଙ୍କ ସେବା ରୂପକ କର୍ମ କରିବା ଦିଗରେ ଅଧିକ ଅଗ୍ରହୀ ହେବା । ଏହିପରି ଭାବରେ, ଆମର ପ୍ରତ୍ୟେକ କର୍ମକୁ ପରମ ବ୍ରହ୍ମ ଶ୍ରୀକୃଷ୍ଣଙ୍କର ସୁଖ ଉଦ୍ଦେଶ୍ୟରେ ଅର୍ପଣ କରି, ଆମେ ତାଙ୍କଠାରେ ମନକୁ କେନ୍ଦ୍ରିତ କରିପାରିବା । ତାପରେ, ଆମ ହୃଦୟରେ ଭଗବାନଙ୍କ ପ୍ରତି ପ୍ରେମ କ୍ରମଶଃ ବୃଦ୍ଧିପାଇବ ଏବଂ ଆମେ ତାଙ୍କୁ ସର୍ବଦା ସ୍ମରଣ କରିବାରେ ସଫଳତା ହାସଲ କରିପାରିବା ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!