Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 12, Verse 11

ଅଥୈତଦପ୍ୟଶକ୍ତୋଽସି କର୍ତୁଂ ମଦ୍ୟୋଗମାଶ୍ରିତଃ ।
ସର୍ବକର୍ମଫଳତ୍ୟାଗଂ ତତଃ କୁରୁ ଯତାତ୍ମବାନ୍ ।।୧୧।।

ଅଥ - ଯଦି; ଏତତ୍ - ଏହା; ଅପି-ମଧ୍ୟ; ଅଶକ୍ତଃ - ଅକ୍ଷମ; ଅସି -ତୁମେ ଅଟ; କର୍ତୁଂ -କରିବାକୁ; ମତ୍ -ମୋ’ପାଇଁ; ଯୋଗଂ -ଭକ୍ତିରେ; ଆଶ୍ରିତଃ - ଆଶ୍ରୟ ଗ୍ରହଣକରି; ସର୍ବ-କର୍ମ -ସମସ୍ତ କର୍ମ; ଫଳ-ତ୍ୟାଗଂ -ଫଳ ତ୍ୟାଗକରି; ତତଃ -ତେଣୁ; କୁରୁ -କର; ଯତ -ଆତ୍ମବାନ୍ - ଆତ୍ମାରେ ସ୍ଥିତ ରହି ।

Translation

BG 12.11: ଯଦି ତୁମେ ଭକ୍ତିର ସହିତ କର୍ମ କରିବାକୁ ମଧ୍ୟ ଅକ୍ଷମ, ତେବେ କର୍ମଫଳ ତ୍ୟାଗ କରିବାକୁ ଚେଷ୍ଟା କର ଏବଂ ଆତ୍ମାରେ ସ୍ଥିତ ହୁଅ ।

Commentary

ଶ୍ଲୋକ ୧୨.୮ରୁ ଆରମ୍ଭ କରି, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କଲ୍ୟାଣର ତିନୋଟି ଉପାୟ ନିର୍ଦ୍ଦେଶ କରିଛନ୍ତି । ତୃତୀୟ ଉପାୟରେ ସେ ସମସ୍ତ କର୍ମ ତାଙ୍କ ଉଦ୍ଦେଶ୍ୟରେ କରିବା ପାଇଁ ଅର୍ଜୁନଙ୍କୁ କହିଛନ୍ତି । କିନ୍ତୁ ସେଥିପାଇଁ ମଧ୍ୟ ଏକ ଶୁଦ୍ଧ ଏବଂ ଦୃଢ଼ସଂକଳ୍ପ ବୁଦ୍ଧିର ଆବଶ୍ୟକତା ରହିଛି । ଯେଉଁମାନେ ଏ ପର୍ଯ୍ୟନ୍ତ ଭଗବାନଙ୍କ ସହିତ ନିଜର ସମ୍ବନ୍ଧ ବିଷୟରେ ଅବଗତ ନୁହଁନ୍ତି ଏବଂ ଭଗବତ୍ ପ୍ରାପ୍ତିକୁ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କରିପାରି ନାହାଁନ୍ତି, ସେମାନଙ୍କ ପକ୍ଷରେ ଭଗବାନଙ୍କ ନିମନ୍ତେ କାର୍ଯ୍ୟ କରିବା ଅସମ୍ଭବ ହୋଇଥାଏ । ତେଣୁ ଶ୍ରୀକୃଷ୍ଣ ଚତୁର୍ଥ ବିକଳ୍ପ ଦେଇଛନ୍ତି । ସେ କହୁଛନ୍ତି, “ଅର୍ଜୁନ, ପୂର୍ବପରି ତୁମର କର୍ତ୍ତବ୍ୟ କରିଚାଲ, କିନ୍ତୁ କର୍ମଫଳ ଠାରୁ ନିଜକୁ ମୁକ୍ତ ରଖ ।” ଏହି ଅନାସକ୍ତି ମନକୁ ଶୁଦ୍ଧ କରି ତମୋଗୁଣ ଓ ରଜୋଗୁଣର ପ୍ରଭାବରୁ ମୁକ୍ତ କରିଥାଏ ଏବଂ ସତ୍ତ୍ୱଗୁଣରେ ଅବସ୍ଥାପିତ କରିଥାଏ । ଏହିପରି ଭାବରେ, କର୍ମଫଳ ତ୍ୟାଗ ମନର ଭୌତିକତାକୁ ଦୂର କରି ବୁଦ୍ଧିକୁ ସୁଦୃଢ଼ କରିବ । ତାପରେ, ଆମର ଶୁଦ୍ଧ ବୁଦ୍ଧି ଅତି ସହଜରେ ଦିବ୍ୟ ଜ୍ଞାନ ହୃଦୟଙ୍ଗମ କରିପାରିବ ଏବଂ ଆମେ ସାଧନାର ଉଚ୍ଚତର ସ୍ତରକୁ ଯିବାକୁ ସକ୍ଷମ ହେବା ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!