Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 12, Verse 17

ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନ ଶୋଚତି ନ କାଙ୍‌କ୍ଷତି ।
ଶୁଭାଶୁଭପରିତ୍ୟାଗୀ ଭକ୍ତିମାନ୍ୟଃ ସ ମେ ପ୍ରିୟଃ ।।୧୭।।

ଯଃ -ଯିଏ; ନ -ନୁହେଁ; ହୃଷ୍ୟତି - ଆନନ୍ଦିତ; ନ -ନାହିଁ; ଦ୍ୱେଷ୍ଟି-ଦୁଃଖକରେ; ନ-ନାହିଁ; ଶୋଚତି -ପଶ୍ଚାତାପ କରିବା; ନ-ନାହିଁ; କାଙ୍‌କ୍ଷତି- କାମନା କରେ; ଶୁଭ-ଶୁଭ; ଅଶୁଭ-ଅଶୁଭ; ପରିତ୍ୟାଗୀ -ପରିତ୍ୟାଗୀ; ଭକ୍ତିମାନ୍ -ଭକ୍ତିଯୁକ୍ତ; ଯଃ- ଯିଏ; ସଃ - ସେ; ମେ-ମୋର; ପ୍ରିୟଃ-ପ୍ରିୟ ।

Translation

BG 12.17: ଯେଉଁମାନେ ଦୈନନ୍ଦିନ ଜୀବନରେ ଖୁସିରେ ଆତ୍ମହରା ହୁଅନ୍ତି ନାହିଁ, କିମ୍ବା ଦୁଃଖରେ ମର୍ମାହତ ହୁଅନ୍ତି ନାହିଁ; ଯେଉଁମାନେ କୌଣସି କ୍ଷତିରେ ପଶ୍ଚାତାପ କରନ୍ତି ନାହିଁ ବା କୌଣସି ଲାଭ ପାଇଁ ଲାଳାୟିତ ହୁଅନ୍ତି ନାହିଁ; ଯେଉଁମାନେ ଉଭୟ ଭଲ ଓ ମନ୍ଦ କର୍ମକୁ ତ୍ୟାଗ କରିଥାନ୍ତି, ଏବଂ ଯେଉଁମାନେ ପୂର୍ଣ୍ଣ ଭକ୍ତିଯୁକ୍ତ ରହନ୍ତି, ସେମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

Commentary

ସେମାନେ ଦୈନନ୍ଦିନ ଜୀବନର ଖୁସିରେ ଆତ୍ମହରା ହୁଅନ୍ତି ନାହିଁ କିମ୍ବା ସାଂସାରିକ ଦୁଃଖରେ ମର୍ମାହତ ହୁଅନ୍ତି ନାହିଁ - ଆମେ ଯଦି ଅନ୍ଧକାର ମଧ୍ୟରେ ଥାଏ ଏବଂ କେହି ଜଣେ ଆଲୋକ ଦେଖାଇ ଆମକୁ ସାହାଯ୍ୟ କରନ୍ତି, ଆମେ ଖୁସୀ ହେବା ସ୍ୱାଭାବିକ । ଯଦି ସେତେବେଳେ କେହିଜଣେ ସେହି ଆଲୋକକୁ ଲିଭାଇ ଦିଏ, ଆମେ ବିରକ୍ତ ହେବା ମଧ୍ୟ ସ୍ୱାଭାବିକ । କିନ୍ତୁ ମଧ୍ୟାହ୍ନ ସୂର୍ଯ୍ୟାଲୋକରେ ଠିଆ ହୋଇଥିବା ସମୟରେ କେହି ଜଣେ ଯଦି ଆମକୁ ଆଲୋକ ଦେଖାନ୍ତି କିମ୍ବା ସେହି ଆଲୋକକୁ ଲିଭାଇ ଦିଅନ୍ତି, ତେବେ ଆମେ ତା ପ୍ରତି ଉଦାସୀନ ରହେ । ସେହିପରି ଭକ୍ତମାନେ, ଭଗବାନଙ୍କ ଦିବ୍ୟ ପ୍ରେମରେ ତୃପ୍ତ ହୋଇ, ସୁଖ ଦୁଃଖର ଊର୍ଦ୍ଧ୍ୱରେ ଥାଆନ୍ତି ।

କ୍ଷତିରେ ପଶ୍ଚାତାପ କରନ୍ତି ନାହିଁ କିମ୍ବା ଲାଭର କାମନା କରନ୍ତି ନାହିଁ - ଏପରି ଭକ୍ତମାନେ ସାଂସାରିକ ସୁଖଦ ଅନୁଭୂତି ପଛରେ ଧାଇଁ ନ ଥାନ୍ତି କିମ୍ବା ଅପ୍ରୀତିକର ପରିସ୍ଥିତିରେ ଦୁଃଖିତ ହୋଇନଥାନ୍ତି । ନାରଦଭକ୍ତି ଦର୍ଶନ କହେ ।

ଯତ୍‌ପ୍ରାପ୍ୟ ନ କିଞ୍ôଚଦ୍‌ବାଞ୍ଛତି, ନ ସୋଚତି, ନ ଦ୍ୱେଷ୍ଟି, ନ ରମତେ ନୋତ୍ସାହୀ ଭବତି (ସୂତ୍ର-୫) ।

“ଭଗବାନଙ୍କ ଦିବ୍ୟ ପ୍ରେମ ଲାଭ କରି, ଭକ୍ତମାନେ ସୁଖଦ ବସ୍ତୁ ପାଇଁ ଆଗ୍ରହୀ ହୁଅନ୍ତି ନାହିଁ କିମ୍ବା ସେମାନଙ୍କର ବିୟୋଗରେ ବ୍ୟଥିତ ହୁଅନ୍ତି ନାହିଁ । ତାଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି ମାନଙ୍କୁ ସେମାନେ ଘୃଣା କରନ୍ତି ନାହିଁ । ସାଂସାରିକ ଖୁସୀ ପ୍ରତି ସେମାନଙ୍କର ଆଗ୍ରହ ନ ଥାଏ । ସାଂସାରିକ ପଦୋନ୍ନତି ପାଇଁ ସେମାନେ ଉତ୍କଣ୍ଠିତ ହୁଅନ୍ତି ନାହିଁ ।” ଭକ୍ତମାନେ ଭଗବାନଙ୍କ ଆନନ୍ଦରେ ବିଭୋର ରହନ୍ତି, ଯାହା ତୁଳନାରେ ଭୌତିକ ବସ୍ତୁର ଆନନ୍ଦ ସେମାନଙ୍କୁ ନଗଣ୍ୟ ବୋଧହୁଏ ।

ସମସ୍ତ ଭଲ ଓ ମନ୍ଦ କର୍ମ ତ୍ୟାଗ କରନ୍ତି - ଭକ୍ତମାନେ ମନ୍ଦ କର୍ମ (ବିକର୍ମ) ତ୍ୟାଗ କରିବା ସ୍ୱାଭାବିକ, କାରଣ ତାହା ତାଙ୍କ ସ୍ୱଭାବର ବିପରୀତ ଅଟେ ତଥା ଭଗବାନଙ୍କ ପାଇଁ ଅରୁଚିକର ଅଟେ । ଶ୍ରୀକୃଷ୍ଣ କହୁଥିବା ଭଲ କର୍ମର ତାତ୍ପର୍ଯ୍ୟ, ଶାସ୍ତ୍ରବର୍ଣ୍ଣିତ ବିଭିନ୍ନ ବିଧିବିଧାନ ଯୁକ୍ତ କର୍ମ-ଧର୍ମ ଅଟେ । ଭକ୍ତମାନେ କରୁଥିବା ସମସ୍ତ କର୍ମ ଅକର୍ମରେ ପରିଣତ ହୋଇଥାଏ, କାରଣ ତାହା ସ୍ୱାର୍ଥଯୁକ୍ତ ନ ହୋଇ ଭଗବାନଙ୍କ ପ୍ରତି ସମର୍ପିତ ହୋଇଥାଏ । ଅକର୍ମର ପରିଭାଷା ବିସ୍ତାର ପୂର୍ବକ ଶ୍ଲୋକ ୪.୧୪ରୁ ୪.୨୦ରେ ବର୍ଣ୍ଣିତ ହୋଇଅଛି ।

ଭକ୍ତିରେ ପରିପୂର୍ଣ୍ଣ - ଭକ୍ତିମାନ୍ ଅର୍ଥାତ୍ “ଭକ୍ତିରେ ପରିପୂର୍ଣ୍ଣ । ଦିବ୍ୟପ୍ରେମର ସ୍ୱରୂପ ଏପରି ଯେ, ଏହା ଅନନ୍ତ କାଳ ଯାଏଁ ନିରନ୍ତର ବୃଦ୍ଧି ପାଉଥାଏ । ଭକ୍ତ କବିମାନେ କହିଛନ୍ତି: “ପ୍ରେମ ମେଁ ପୂର୍ଣ୍ଣିମା ନହିଁ” ଚନ୍ଦ୍ରର ଆକାର ଗୋଟିଏ ସୀମା ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ପୁନର୍ବାର ହ୍ରାସ ପାଇଥାଏ । କିନ୍ତୁ ଦିବ୍ୟ ପ୍ରେମ ଅନ୍ତହୀନ ଭାବେ ବୃଦ୍ଧି ଲାଭ କରିଥାଏ । ଅତଏବ, ଭକ୍ତର ହୃଦୟ ଭଗବାନଙ୍କ ପ୍ରେମର ସାଗରକୁ ଧାରଣ କରିଥାଏ । ଶ୍ରୀକୃଷ୍ଣ କହୁଛନ୍ତି, ଏପରି ଭକ୍ତମାନେ ତାଙ୍କର ଅତି ପ୍ରିୟ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!