Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 12, Verse 20

ଯେ ତୁ ଧର୍ମ୍ୟାମୃତମିଦଂ ଯଥୋକ୍ତଂ ପର୍ଯ୍ୟୁପାସତେ ।
ଶ୍ରଦ୍ଦଧାନା ମତ୍‌ପରମା ଭକ୍ତାସ୍ତେଽତୀବ ମେ ପ୍ରିୟାଃ ।।୨୦।।

ଯେ- ଯେଉଁମାନେ; ତୁ-କିନ୍ତୁ; ଧର୍ମ- ବିଦ୍ୱତା; ଅମୃତଂ-ଅମୃତ; ଇଦଂ-ଏହା; ଯଥା-ଯଥା (ଯେପରି); ଉକ୍ତଂ-କୁହାଗଲା; ପର୍ଯ୍ୟୁପାସତେ- ସଂପୂର୍ଣ୍ଣରୂପେ ନିୟୋଜିତ ରହେ; ଶ୍ରଦ୍ଦଧାନାଃ- ଶ୍ରଦ୍ଧା ଓ ବିଶ୍ୱାସର ସହିତ; ମତ୍‌-ପରମାଃ- ମୋତେ ପରମ ଲକ୍ଷ୍ୟ ଭାବରେ ଗ୍ରହଣ କରି; ଭକ୍ତାଃ-ଭକ୍ତମାନେ; ତେ- ସେମାନେ; ଅତୀବ- ଅତ୍ୟନ୍ତ; ମେ-ମୋର; ପ୍ରିୟଃ-ପ୍ରିୟ ।

Translation

BG 12.20: ଏଠାରେ ପ୍ରଦାନ କରାଯାଇଥିବା ଜ୍ଞାନାମୃତର ଯେଉଁମାନେ ଆଦର କରନ୍ତି; ମୋଠାରେ ପୂର୍ଣ୍ଣ ବିଶ୍ୱାସ ରଖି ଯେଉଁମାନେ ମୋର ଶରଣାଗତ ହୁଅନ୍ତି ଏବଂ ମୋତେ ତାଙ୍କର ଚରମ ଲକ୍ଷ୍ୟ ରୂପେ ବିଚାର କରନ୍ତି, ସେମାନେ ମୋର ସର୍ବାଧିକ ପ୍ରିୟ ଅଟନ୍ତି ।

Commentary

ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଭାବରେ ଶ୍ରୀକୃଷ୍ଣ ଯାହା ଯାହା କହିଲେ, ତାହାର ସାରାଂଶ ପ୍ରସ୍ତୁତ କରି ଶ୍ରୀକୃଷ୍ଣ ଏହି ଅଧ୍ୟାୟର ଉପସଂହାର କରୁଛନ୍ତି । ଅଧ୍ୟାୟର ପ୍ରାରମ୍ଭରେ ଅର୍ଜୁନ ତାଙ୍କୁ ପ୍ରଶ୍ନ କରିଥିଲେ, ଭକ୍ତିଯୋଗ ଦ୍ୱାରା ତାଙ୍କ ସାକାର ରୂପର ଉପାସନା କରୁôଥିବା ସାଧକ ଏବଂ ଜ୍ଞାନଯୋଗ ଦ୍ୱାରା ତାଙ୍କ ନିରାକାର ବ୍ରହ୍ମ ସ୍ୱରୂପର ଉପାସନା କରୁଥିବା ସାଧକମାନଙ୍କ ମଧ୍ୟରେ ସେ କାହାକୁ ଶ୍ରେଷ୍ଠ ମନେ କରନ୍ତି । ଦ୍ୱିତୀୟ ଶ୍ଳୋକରେ ଶ୍ରୀକୃଷ୍ଣ କହିଥିଲେ ଯେ, ଯେଉଁମାନେ ତାଙ୍କର ସାକାର ରୂପର ନିରନ୍ତର ଧ୍ୟାନ କରନ୍ତି, ସେ ସେହି ସାଧକମାନଙ୍କୁ ଶ୍ରେଷ୍ଠ ଯୋଗୀ ଭାବରେ ବିବେଚନା କରନ୍ତି । ସେ ପ୍ରଥମେ ଭକ୍ତି କରିବାର ଉପାୟ ଏବଂ ତା’ପରେ ଭକ୍ତମାନଙ୍କର ଲକ୍ଷଣ ସବୁ ବର୍ଣ୍ଣନା କରି, ଏହି ବିଷୟର ଆଲୋଚନା ଜାରି ରଖିଥିଲେ । ଭକ୍ତିକୁ ଆଧ୍ୟାତ୍ମିକତାର ସର୍ବଶ୍ରେଷ୍ଠ ମାର୍ଗ ଭାବରେ ପ୍ରତିପାଦିତ କରି, ସେ ବର୍ତ୍ତମାନ ଅଧ୍ୟାୟର ଅନ୍ତ କରିବାକୁ ଛନ୍ତି । ଯେଉଁମାନେ ପରଂବ୍ରହ୍ମଙ୍କୁ ତାଙ୍କର ଚରମ ଲକ୍ଷ୍ୟ ଭାବେ ଗ୍ରହଣ କରନ୍ତି, ହୃଢ଼ ବିଶ୍ୱାସର ସହ ଭକ୍ତି ଆଚରଣ କରନ୍ତି ଏବଂ ପୂର୍ବବର୍ତ୍ତୀ ଶ୍ଳୋକମାନଙ୍କରେ ବର୍ଣ୍ଣିତ ଗୁଣ ଦ୍ୱାରା ନିଜକୁ ଓତଃପ୍ରୋତ କରିଥାଆନ୍ତି, ସେମାନେ ଭଗବାନଙ୍କର ଅତିପ୍ରିୟ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!