ଯେ ତ୍ୱକ୍ଷରମନିର୍ଦେଶ୍ୟମବ୍ୟକ୍ତଂ ପର୍ଯ୍ୟୁପାସତେ ।
ସର୍ବତ୍ରଗମଚିନ୍ତ୍ୟଂନ୍ଚ କୂଟସ୍ଥମଚଳନ୍ଧ୍ରୁବମ୍ ।।୩।।
ସଂନିୟମ୍ୟେନ୍ଦ୍ରିୟଗ୍ରାମଂ ସର୍ବତ୍ର ସମବୁଦ୍ଧୟଃ ।
ତେ ପ୍ରାପ୍ନୁବନ୍ତି ମାମେବ ସର୍ବଭୂତହିତେ ରତାଃ ।।୪।।
ଯେ - ଯେଉଁମାନେ; ତୁ -କିନ୍ତୁ; ଅକ୍ଷରଂ -ଅବିନଶ୍ୱର; ଅନିର୍ଦେଶ୍ୟଂ - ଅନିର୍ବଚନୀୟ; ଅବ୍ୟକ୍ତଂ - ଅବ୍ୟକ୍ତ; ପର୍ଯ୍ୟୁପାସତେ - ପୂର୍ଣ୍ଣରୂପେ ଯୁକ୍ତହୋଇ ଉପାସନା କରନ୍ତି; ସର୍ବତ୍ରଗଂ - ସର୍ବବ୍ୟାପକ; ଅଚିନ୍ତ୍ୟନ୍ - ଅଚିନ୍ତ୍ୟ; ଚ- ଏବଂ; କୂଟସ୍ଥମ୍ -ଅପରିବର୍ତ୍ତନୀୟ; ଅଚଳନ୍ -ଅଚଳ; ଧ୍ରୁବମ୍ - ସ୍ଥିର; ସଂନିୟମ୍ୟ - ସଂଯତ କରି; ଇନ୍ଦ୍ରିୟ-ଗ୍ରାମଂ - ସମସ୍ତ ଇନ୍ଦ୍ରିୟକୁ, ସର୍ବତ୍ର -ସବୁଠାରେ; ସମବୁଦ୍ଧୟଃ - ସମବୁଦ୍ଧିସମ୍ପନ୍ନ; ତେ -ସେମାନେ; ପ୍ରାପ୍ନୁବନ୍ତି- ପ୍ରାପ୍ତ କରନ୍ତି; ମାଂ -ମୋତେ; ଏବ- ନିଶ୍ଚିତ-ଭାବେ; ସର୍ବଭୂତ-ହିତେ- ସମସ୍ତ ଜୀବଙ୍କର ମଙ୍ଗଳାକାଂକ୍ଷୀ; ରତାଃ -ନିଯୁକ୍ତ ।
BG 12.3-4: ଯେଉଁମାନେ ପରମ ସତ୍ୟର ନିରାକାର ସ୍ୱରୂପକୁ ଅବିନଶ୍ୱର, ଅନିର୍ବଚନୀୟ, ଅପ୍ରକାଶ୍ୟ, ସର୍ବବ୍ୟାପକ, ଅଚିନ୍ତ୍ୟ, ଅପରିବର୍ତ୍ତନଶୀଳ, ନିତ୍ୟ ଏବଂ ଅଚଳ ରୂପରେ, ମନ ଓ ବୁଦ୍ଧିକୁ ନିୟନ୍ତ୍ରିତ କରି, ସର୍ବତ୍ର ସମଭାବାପନ୍ନ ହୋଇ, ଉପାସନା କରନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କର କଲ୍ୟାଣ ସାଧନ କରିବା ସହିତ ମୋତେ ପ୍ରାପ୍ତ କରନ୍ତି ।
ଯେ ତ୍ୱକ୍ଷରମନିର୍ଦେଶ୍ୟମବ୍ୟକ୍ତଂ ପର୍ଯ୍ୟୁପାସତେ ।
ସର୍ବତ୍ରଗମଚିନ୍ତ୍ୟଂନ୍ଚ କୂଟସ୍ଥମଚଳନ୍ଧ୍ରୁବମ୍ ।।୩।।
ସଂନିୟମ୍ୟେନ୍ଦ୍ରିୟଗ୍ରାମଂ ସର୍ବତ୍ର ସମବୁଦ୍ଧୟଃ ।
ତେ ପ୍ରାପ୍ନୁବନ୍ତି ମାମେବ ସର୍ବଭୂତହିତେ ରତାଃ ।।୪।।
ଯେଉଁମାନେ ପରମ ସତ୍ୟର ନିରାକାର ସ୍ୱରୂପକୁ ଅବିନଶ୍ୱର, ଅନିର୍ବଚନୀୟ, ଅପ୍ରକାଶ୍ୟ, ସର୍ବବ୍ୟାପକ, ଅଚିନ୍ତ୍ୟ, ଅପରିବର୍ତ୍ତନଶୀଳ, ନିତ୍ୟ ଏବଂ ଅଚଳ ରୂପରେ, ମନ ଓ ବୁଦ୍ଧିକୁ ନିୟନ୍ତ୍ରିତ କରି, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସାକାର ସ୍ୱରୂପର ଉପାସନାକୁ ସର୍ବୋତ୍କୃଷ୍ଟ କହିବା ପରେ, ଶ୍ରୀକୃଷ୍ଣ ସ୍ପଷ୍ଟ କରି ଦେଉଛନ୍ତି ଯେ, ନିରାକାର ରୂପର ଉପାସନାକୁ ସେ କଦାପି ପ୍ରତ୍ୟାଖାନ କରନ୍ତି ନାହିଁ । ଯେଉଁ ସାଧକମାନେ ସର୍ବବ୍ୟାପକ, ଅନିର୍ବଚନୀୟ, ଅବ୍ୟକ୍ତ, ଅଚିନ୍ତ୍ୟ, ଅଚଳ ଓ ନିତ୍ୟ ବ୍ରହ୍ମଙ୍କ ଉପାସନାରେ ନିଜକୁ ସମର୍ପିତ କରିଥାଆନ୍ତି, ସେମାନେ ମଧ୍ୟ ଭଗବତ୍ ପ୍ରାପ୍ତି କରନ୍ତି ।
ଅସଂଖ୍ୟ ପ୍ରକାରର ଜୀବ ଅଛନ୍ତି । ଯେଉଁ ପରଂବ୍ରହ୍ମ ଏହି ଅସଂଖ୍ୟ ପ୍ରକାର ଭେଦ ସୃଷ୍ଟି କରିଛନ୍ତି, ସେ ନିଜେ ମଧ୍ୟ ଅସଂଖ୍ୟ ସ୍ୱରୂପ ଧାରଣ କରନ୍ତି । ଆମ ସୀମିତ ବୁଦ୍ଧିରେ ଧାରଣ କରିବା ପାଇଁ ଆମେ ତାଙ୍କର ଅନନ୍ତ ସ୍ୱରୂପକୁ କେତୋଟି ଶ୍ରେଣୀରେ ବିଭକ୍ତ କରିଥାଏ । ସେହି ଅନୁସାରେ, ପୂର୍ବ ଶ୍ଳୋକର ଭାଷ୍ୟରେ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ବେଦ ବ୍ୟାସ ପରମେଶ୍ୱରଙ୍କର ବିଭିନ୍ନ ସ୍ୱରୂପକୁ ତିନି ପ୍ରକାରରେ ବିଭକ୍ତ କରିଛନ୍ତି: ବ୍ରହ୍ମ, ପରମାତ୍ମା ଏବଂ ଭଗବାନ । ଜଣେ ବ୍ୟକ୍ତି ଏହି ତିନୋଟି ସ୍ୱରୂପ ମଧ୍ୟରୁ କୌଣସି ଗୋଟିଏର ଉପାସନା କରିପାରନ୍ତି, କିନ୍ତୁ ସେ ଏପରି ଭାବିବା ଉଚିତ ନୁହେଁ ଯେ ଭଗବାନଙ୍କ ବିଷୟରେ ତାଙ୍କର ଧାରଣା ହିଁ ଠିକ୍ ଏବଂ ଅନ୍ୟମାନଙ୍କର ଧାରଣା ଭୁଲ ଅଟେ ।
ଶ୍ଲୋକ ୪/୧୧ରେ, ଶ୍ରୀକୃଷ୍ଣ କହିଛନ୍ତି: “ଯେଉଁ ବ୍ୟକ୍ତି ଯେଉଁ ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେହି ଭାବରେ ତା’ର ପ୍ରତିଦାନ ଦେଇଥାଏ । ହେ ପୃଥାପୁତ୍ର! ସମସ୍ତେ ସବୁ ଦୃଷ୍ଟିକୋଣରୁ ମୋର ମାର୍ଗ ଅନୁସରଣ କରିଥାନ୍ତି ।” ଏଠାରେ ଶ୍ରୀକୃଷ୍ଣ ସ୍ପଷ୍ଟ କରିଦେଉଛନ୍ତି ଯେ ନିରାକାର ବ୍ରହ୍ମଙ୍କର ଉପାସକ ମାନେ ମଧ୍ୟ ତାଙ୍କୁ ପ୍ରାପ୍ତ କରନ୍ତି । କିନ୍ତୁ ଯେହେତୁ, ସେମାନେ ପରମ ସତ୍ୟର ନିର୍ଗୁଣ ସ୍ୱରୂପର ଉପାସନା କରୁଥାଆନ୍ତି, ଭଗବାନ ସେମାନଙ୍କୁ ଅବ୍ୟକ୍ତ ସର୍ବବ୍ୟାପୀ ବ୍ରହ୍ମ ଭାବରେ ପ୍ରାପ୍ତ ହୋଇଥାଆନ୍ତି ।