Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 12, Verse 5

କ୍ଲେଶୋଽଧିକତରସ୍ତେଷାମବ୍ୟକ୍ତାସକ୍ତଚେତସାମ୍ ।
ଅବ୍ୟକ୍ତା ହି ଗତିର୍ଦୁଃଖଂ ଦେହବଦ୍‌ଭିରବାପ୍ୟତେ ।।୫।।

କ୍ଲେଶ- ଦୁଃଖ, କଷ୍ଟ; ଅଧିକତରଃ - ଅତ୍ୟଧିକ; ତେଷାଂ - ସେମାନଙ୍କ ପକ୍ଷରେ; ଅବ୍ୟକ୍ତ - ଅବ୍ୟକ୍ତ; ଆସକ୍ତ- ଆସକ୍ତ; ଚେତସାମ୍‌- ଯେଉଁମାନଙ୍କର ମନ; ଅବ୍ୟକ୍ତା - ଅବ୍ୟକ୍ତ; ହି- ନିଶ୍ଚିତଭାବେ;ଗତିଃ -ମାର୍ଗ;ଦୁଃଖଂ - କଷ୍ଟକର; ଦେହବଦ୍ଭିଃ - ଦେହଧାରୀମାନଙ୍କର; ଅବାପ୍ୟତେ - ପ୍ରାପ୍ତ ହୁଅନ୍ତି ।

Translation

BG 12.5: ମୋର ଅବ୍ୟକ୍ତ ସ୍ୱରୂପରେ ଯେଉଁମାନଙ୍କର ମନ ଆସକ୍ତ, ସେମାନଙ୍କ ପାଇଁ ଭଗବତ୍ ପ୍ରାପ୍ତିର ପଥ ଅତ୍ୟନ୍ତ କ୍ଳେଶପୂର୍ଣ୍ଣ ଅଟେ । ଅବ୍ୟକ୍ତ ବ୍ରହ୍ମଙ୍କର ଉପାସନା ଶରୀରଧାରୀ ଜୀବଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ ।

Commentary

ତାଙ୍କର ବିଭିନ୍ନ ସ୍ୱରୂପର ସାଧକମାନଙ୍କୁ ଏକୀକୃତ କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ସାକାର ସ୍ୱରୂପର ଉପାସକମାନଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି । ସେ ସାବଧାନ କରାଇ ଦେଉଛନ୍ତି ଯେ ନିରାକାର ବ୍ରହ୍ମଙ୍କର ଉପାସନା ଅତ୍ୟନ୍ତ କଷ୍ଟକର ଏବଂ କ୍ଳେଶଦାୟକ   ଅଟେ ।

ନିରାକାର ବ୍ରହ୍ମଙ୍କ ଉପାସନା କାହିଁକି ଏତେ କଷ୍ଟକର? ଏହାର ପ୍ରଥମ ଓ ସର୍ବାଧିକ ମହତ୍ୱପୂର୍ଣ୍ଣ କାରଣ ଏହା ଯେ ମନୁଷ୍ୟ ଭାବରେ ଆମ ସମସ୍ତଙ୍କର ସାକାର ରୂପ ରହିଛି ଏବଂ ଅନନ୍ତ ଜନ୍ମରେ ଆମେ ସାକାର ରୂପଧାରୀଙ୍କ ସହିତ ସମ୍ବନ୍ଧିତ ହେବାରେ ଅଭ୍ୟସ୍ତ ଅଟେ । ତେଣୁ ଭଗବାନଙ୍କୁ ପ୍ରେମ କରିବାକୁ ଯାଇ ଆମ ମନକୁ ଯଦି ଧ୍ୟାନ କରିବା ପାଇଁ ଏକ ଚମତ୍କାର ଓ ମଧୁର ରୂପ ମିଳିଯାଏ, ତେବେ ମନ ଅତି ସହଜରେ ସେଥିରେ ଲାଗିଯାଏ ଏବଂ ଆସକ୍ତ ହୋଇଯାଏ । କିନ୍ତୁ ନିରାକାର କ୍ଷେତ୍ରରେ, ବୁଦ୍ଧି ତାହାକୁ ଧାରଣ କରିପାରେ ନାହିଁ ଏବଂ ମନ ଓ ଇନ୍ଦ୍ରିୟମାନଙ୍କୁ ଧ୍ୟାନ କରିବା ପାଇଁ ଏକ ସ୍ଥାୟୀ ଆଧାର ମିଳେ ନାହିଁ । ସୁତରାଂ, ନିରାକାରର ଧ୍ୟାନ କରିବା ଏବଂ ମନକୁ ସେଥିରେ ଆସକ୍ତ କରିବା ଉଭୟ କଠିନ ଅଟେ ।

ବ୍ରହ୍ମଙ୍କର ଉପାସନା ଭଗବାନଙ୍କ ଉପାସନା ଅପେକ୍ଷା କଷ୍ଟକର କାହିଁକି, ତାହାର ଅନ୍ୟ ଏକ କାରଣ ରହିଛି । ଏହି ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ, ମର୍କତ-କିଶୋର-ନ୍ୟାୟ (ମାଙ୍କଡ଼ ଶିଶୁ ତର୍କ), ଏବଂ ମାର୍ଜାର-କିଶୋର-ନ୍ୟାୟ (ବିରାଡ଼ି ଶିଶୁ ତର୍କ) ମାଧ୍ୟମରେ ବୁଝିହେବ । ମାଙ୍କଡ଼ ଛୁଆ ତା’ ମା’ର ପେଟକୁ ନିଜେ ଜାବୋଡ଼ି ଧରି ରଖିଥାଏ, ମା’ ସେଥିରେ କିଛି ସାହାଯ୍ୟ କରେନାହିଁ । ମା’ ଯେତେବେଳେ ଗଛର ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଡ଼େଇଁଥାଏ, ଛୁଆଟି ତା’ର ପେଟକୁ ଜୋରରେ ଜାବୋଡି ଧରିଥାଏ । କେତେବେଳେ ଯଦି ଛୁଆର ହାତ ଢିଲା ହୋଇଯାଏ, ତେବେ ସେ ତଳକୁ ଖସିପଡି ମୃତ୍ୟୁ ବରଣ କରିଥାଏ । ଅନ୍ୟ ପକ୍ଷରେ, ବିରାଡ଼ି ଶିଶୁଟି ଅତ୍ୟନ୍ତ ଛୋଟ ଓ କୋମଳ ହେଇଥାଏ, ମା’ ପାଟି ଦ୍ୱାରା ତାକୁ ଗଳା ପଛରୁ ଉଠାଇ ଏଣେ-ତେଣେ ନେବା ଆଣିବା କରିଥାଏ । ଏହି ଉପମାରେ ନିରାକାର ଉପାସକଙ୍କୁ ମାଙ୍କଡ଼ ଶିଶୁ ସହିତ ଏବଂ ସାକାର ଉପାସକଙ୍କୁ ବିରାଡ଼ି ଶିଶୁ ସହିତ ତୁଳନା କରାଯାଇପାରେ । ଯେଉଁମାନେ ନିରାକାର ବ୍ରହ୍ମଙ୍କର ଉପାସନା କରନ୍ତି, ସେହି ପଥରେ ଅଗ୍ରସର ହେବାର ଦାୟିତ୍ୱ ତାଙ୍କ ନିଜର ଅଟେ, କାରଣ ବ୍ରହ୍ମ ତାଙ୍କ ଉପରେ କୃପା କରନ୍ତି ନାହିଁ । ବ୍ରହ୍ମ କେବଳ ନିରାକାର ନୁହନ୍ତି, ସେ ଗୁଣରହିତ ମଧ୍ୟ ଅଟନ୍ତି । ତାଙ୍କୁ ନିର୍ଗୁଣ, (ଗୁଣ ରହିତ), ନିର୍ବିଶେଷ (ସ୍ଥିତି ରହିତ) ଏବଂ ନିରାକାର (ରୂପ ରହିତ) ଭାବରେ ବର୍ଣ୍ଣନା କରାଯାଇଥାଏ । ଏଥିରୁ ଜଣାପଡେ, ବ୍ରହ୍ମ କୃପାଶକ୍ତି ପ୍ରକଟ କରନ୍ତି ନାହିଁ । ଅତଏବ, ନିର୍ଗୁଣ, ନିରାକାର, ନିର୍ବିଶେଷ ରୂପରେ ଭଗବାନଙ୍କର ଉପାସନା କରୁଥିବା ଜ୍ଞାନୀମାନଙ୍କୁ, ନିଜର ଉତ୍‌ଥାନ ପାଇଁ ନିଜେ ଉଦ୍ୟମ କରିବାକୁ ପଡ଼ିଥାଏ । ଅନ୍ୟପକ୍ଷରେ, ସାକାର ସ୍ୱରୂପରେ ଭଗବାନ ଅନୁକମ୍ପା ଓ କରୁଣାର ସାଗର ଅଟନ୍ତି । ତେଣୁ ସାକାର ରୂପର ଉପାସକମାନେ ସେମାନଙ୍କର ସାଧନା ପଥରେ ଦିବ୍ୟ ସହାୟତା ପାଇଥାନ୍ତି । ଭଗବାନ ତାଙ୍କର ଭକ୍ତଙ୍କୁ ଯେଉଁ ସୁରକ୍ଷା ପ୍ରଦାନ କରିଥାଆନ୍ତି, ତାହାକୁ ଆଧାର କରି, ଶ୍ଲୋକ ୯.୩୧ରେ ଶ୍ରୀକୃଷ୍ଣ କହୁଛନ୍ତି : “ହେ କୁନ୍ତି ପୁତ୍ର! ମୁଁ ଦୃଢ଼ ସ୍ୱରରେ ଏହା ଘୋଷଣା କରୁଛି ଯେ ମୋର ଭକ୍ତମାନଙ୍କର କେବେ ପତନ ହୁଏ ନାହିଁ ।” ଏହାର ଦୃଢୀକରଣ ସେ ପରବର୍ତ୍ତୀ ଦୁଇଟି ଶ୍ଲୋକରେ କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!