ଯେ ତୁ ସର୍ବାଣି କର୍ମାଣି ମୟି ସଂନ୍ୟସ୍ୟ ମତ୍ପରଃ ।
ଅନନ୍ୟେନୈବ ଯୋଗେନ ମାଂ ଧ୍ୟାୟନ୍ତ ଉପାସତେ ।।୬।।
ତେଷାମହଂ ସମୁଦ୍ଧର୍ତା ମୃତ୍ୟୁସଂସାରସାଗରାତ୍ ।
ଭବାମି ନଚିରାତ୍ପାର୍ଥ ମୟ୍ୟାବେଶିତଚେତସାମ୍ ।।୭।।
ଯେ- ଯେଉଁମାନେ; ତୁ-କିନ୍ତୁ; ସର୍ବାଣି - ସମସ୍ତ; କର୍ମାଣି -କର୍ମ; ମୟି -ମୋଠାରେ; ସଂନ୍ୟସ୍ୟ - ଅର୍ପଣ କରି; ମତ୍ପରାଃ - ମୋ’ଠାରେ ଯୁକ୍ତ ହୋଇ; ଅନନ୍ୟେନ- ଅନନ୍ୟଭାବରେ; ଏବ- ନିଶ୍ଚିତଭାବେ; ଯୋଗେନ - ଏ ପ୍ରକାର ଭକ୍ତିଯୋଗ ଅଭ୍ୟାସଦ୍ୱାରା; ମାଂ - ମୋତେ; ଧ୍ୟାୟନ୍ତଃ - ଧ୍ୟାନକରି; ଉପାସତେ - ଉପାସନା କରନ୍ତି; ତେଷାଂ - ସେମାନଙ୍କର; ଅହଂ-ମୁଁ; ସମୁଦ୍ଧର୍ତା - ଉଦ୍ଧାର କରେ; ମୃତ୍ୟୁ-ସଂସାର-ସାଗରାତ୍ - ଜନ୍ମ-ମୃତ୍ୟୁର ସାଗରରୁ; ଭବାମି - ହୁଏ; ନ ଚିରାତ୍ - ଅଚିରେ; ପାର୍ଥ - ହେ ପୃଥାପୁତ୍ର; ମୟି - ମୋ’ଠାରେ; ଆବେଶିତ - ଚେତସାମ୍ - ଚେତନାକୁ କେନ୍ଦ୍ରୀଭୂତ କରି ।
BG 12.6-7: ଯେଉଁବ୍ୟକ୍ତି ମୋତେ ନିଜର ଚରମ ଲକ୍ଷ୍ୟ ମନେକରି, ତାଙ୍କର ସମସ୍ତ କର୍ମ ମୋଠାରେ ଅର୍ପଣ କରିବା ସହ ଅନନ୍ୟ ଭକ୍ତି ଦ୍ୱାରା ମୋର ପୂଜା ତଥା ଧ୍ୟାନ କରନ୍ତି, ହେ ପାର୍ଥ! ମୁଁ ସେମାନଙ୍କୁ ଅଚିରେ ଜନ୍ମମୃତ୍ୟୁର ସାଗରରୁ ଉଦ୍ଧାର କରିଥାଏ, କାରଣ ସେମାନଙ୍କର ଚେତନା ମୋ ସହିତ ଏକୀଭୂତ ହୋଇ ଯାଇଥାଏ ।
ଯେ ତୁ ସର୍ବାଣି କର୍ମାଣି ମୟି ସଂନ୍ୟସ୍ୟ ମତ୍ପରଃ ।
ଅନନ୍ୟେନୈବ ଯୋଗେନ ମାଂ ଧ୍ୟାୟନ୍ତ ଉପାସତେ ।।୬।।
ତେଷାମହଂ ସମୁଦ୍ଧର୍ତା ମୃତ୍ୟୁସଂସାରସାଗରାତ୍ ।
ଭବାମି ନଚିରାତ୍ପାର୍ଥ ମୟ୍ୟାବେଶିତଚେତସାମ୍ ।।୭।।
ଯେଉଁବ୍ୟକ୍ତି ମୋତେ ନିଜର ଚରମ ଲକ୍ଷ୍ୟ ମନେକରି, ତାଙ୍କର ସମସ୍ତ କର୍ମ ମୋଠାରେ ଅର୍ପଣ କରିବା ସହ ଅନନ୍ୟ ଭକ୍ତି ଦ୍ୱାରା ମୋର ପୂଜା ତଥା ଧ୍ୟାନ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ପୁନର୍ବାର କହୁଛନ୍ତି ଯେ ତାଙ୍କର ଭକ୍ତମାନେ ଅତିଶୀଘ୍ର ତାଙ୍କ ପାଖରେ ପହଞ୍ôଚଥାନ୍ତି । ପ୍ରଥମତଃ, ଭଗବାନଙ୍କର ସାକାର ରୂପ ସେମାନଙ୍କର ଉପାସ୍ୟ ହୋଇଥିବା କାରଣରୁ, ସେମାନେ ନିଜର ମନ ବୁଦ୍ଧିକୁ ସହଜରେ ତାଙ୍କଠାରେ କେନ୍ଦ୍ରିତ କରିପାରନ୍ତି । ସେମାନେ ନିଜର ଜିହ୍ୱା ଓ କର୍ଣ୍ଣକୁ ଭଗବାନଙ୍କ ଦିବ୍ୟ ନାମ ଜପ ଓ ଶ୍ରବଣ କରିବାରେ, ଚକ୍ଷୁକୁ ତାଙ୍କର ଦିବ୍ୟ ରୂପ ଦର୍ଶନ କରିବାରେ, ଶରୀରକୁ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ କର୍ମ କରିବାରେ, ମନକୁ ଭଗବାନଙ୍କର ଅଦ୍ଭୁତ ଲୀଳା ଓ ଗୁଣ ଚିନ୍ତନ କରିବାରେ, ଏବଂ ନିଜ ବୁଦ୍ଧିକୁ ଭଗବାନଙ୍କ ଐଶ୍ୱର୍ଯ୍ୟର ଧ୍ୟାନ କରିବାରେ ନିୟୋଜିତ କରିଥାଆନ୍ତି । ଏହି ଉପାୟରେ ସେମାନେ ନିଜର ଚେତନାକୁ ଅତିଶୀଘ୍ର ଭଗବାନଙ୍କ ସହିତ ନିମଜ୍ଜିତ କରିପାରନ୍ତି ।
ଦ୍ୱିତୀୟତଃ, ଯେହେତୁ ଏପରି ଭକ୍ତମାନେ ଅବିରଳ ଭକ୍ତି ଦ୍ୱାରା ନିଜ ହୃଦୟକୁ ତାଙ୍କଠାରେ ସମର୍ପଣ କରିଦେଇ ଥାଆନ୍ତି, ଭଗବାନ କୃପା କରି ସେମାନଙ୍କ ପଥରୁ ସବୁ ବାଧାବିଘ୍ନ ହଟାଇ ଦିଅନ୍ତି । ଭଗବାନଙ୍କ ସହିତ ନିତ୍ୟଯୁକ୍ତ ରହିଥିବା କାରଣରୁ ଭଗବାନ ନିଜ ଜ୍ଞାନର ଆଲୋକରେ ତାଙ୍କର ଅଜ୍ଞାନ ଦୂର କରିଦିଅନ୍ତି । ଏହିପରି ଭାବରେ, ଭଗବାନ ଭକ୍ତର ରକ୍ଷକ ହୋଇଯାଆନ୍ତି ଏବଂ ସେମାନଙ୍କୁ ମୃତ୍ୟୁ ସଂସାର ସାଗରାତ୍ “ଜନ୍ମ ମୃତ୍ୟୁର ଚକ୍ର”ରୁ ଉଦ୍ଧାର କରନ୍ତି ।