Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 13, Verse 14

ସର୍ବତଃ ପାଣିପାଦଂ ତତ୍‌ସର୍ବତୋଽକ୍ଷିଶିରୋମୁଖମ୍ ।
ସର୍ବତଃ ଶ୍ରୁତିମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି ।।୧୪।।

ସର୍ବତଃ - ସର୍ବତ୍ର; ପାଣି-ହସ୍ତ; ପାଦଂ-ପାଦ; ତତ୍‌-ତାହା; ସର୍ବତଃ -ସର୍ବତ୍ର; ଅକ୍ଷି-ଆଖି; ଶିରଃ - ମସ୍ତକ; ମୁଖମ୍ - ମୁଖ; ସର୍ବତଃ -ସର୍ବତ୍ର; ଶ୍ରୁତିମତ୍ - କର୍ଣ୍ଣ ଥାଇ; ଲୋକେ -ପୃଥିବୀରେ; ସର୍ବଂ -ସବୁକିଛି; ଆବୃତ୍ୟ-ଆବୃତ କରି; ତିଷ୍ଠତି - ବିଦ୍ୟମାନ ।

Translation

BG 13.14: ତାଙ୍କର ହସ୍ତ ଓ ପଦ, ଚକ୍ଷୁ, ମସ୍ତିଷ୍କ ଏବଂ ମୁଖମଣ୍ଡଳ ଏବଂ ସର୍ବତ୍ର ବିଦ୍ୟମାନ । ସର୍ବତ୍ର ତାଙ୍କର କର୍ଣ୍ଣ ମଧ୍ୟ ରହିଛି, କାରଣ ସେ ବିଶ୍ୱର ସର୍ବତ୍ର ବ୍ୟାପ୍ତ ।

Commentary

ପ୍ରାୟତଃ ଲୋକେ ଏପରି ଯୁକ୍ତି ବାଢ଼ନ୍ତି ଯେ ଭଗବାନଙ୍କର ହସ୍ତ, ପାଦ, ଚକ୍ଷୁ, କର୍ଣ୍ଣ ଆଦି ନ ଥିବ । କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଭଗବାନଙ୍କର ଏହି ସମସ୍ତ ଅଙ୍ଗ ରହିଛି ଏବଂ ତାହା ମଧ୍ୟ ଅଗଣିତ ସଂଖ୍ୟାରେ ରହିଛି । ଆମର ସୀମିତ ଜ୍ଞାନରେ ଆମେ ଭଗବାନଙ୍କୁ ସୀମାବଦ୍ଧ କରିବା ଉଚିତ ନୁହେଁ । ସେ କର୍ତୁମକର୍ତୁଂ ଅନ୍ୟଥା କର୍ତୁଂ ସମର୍ଥଃ “ସେ ସମ୍ଭବ, ଅସମ୍ଭବ ସବୁକିଛି କରିପାରିବେ ତଥା ସମ୍ଭବର ଯାହା ବୀପରିତ ତାହା ମଧ୍ୟ କରି ପାରିବେ ।” ସର୍ବଶକ୍ତିମାନ ଭଗବାନଙ୍କ ବିଷୟରେ ତାଙ୍କର ହାତ, ପାଦ ଇତ୍ୟାଦି ରହି ପାରିବନି କହିବା, ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରି ହେବ ।

କିନ୍ତୁ ଭଗବାନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଇନ୍ଦ୍ରିୟ ଦିବ୍ୟ ହୋଇଥିବା ସ୍ଥଳେ ଆମର ସେସବୁ ମାୟିକ ଅଟେ । ମାୟିକ ଏବଂ ଦିବ୍ୟ ମଧ୍ୟରେ ପାର୍ଥକ୍ୟ ଏହା ଯେ ଆମର ଗୋଟିଏ ଲେଖାଏଁ ଅଙ୍ଗ ଥିବା ବେଳେ ଭଗବାନଙ୍କର ଅସଂଖ୍ୟ ହାତ, ପାଦ, ଚକ୍ଷୁ ଇତ୍ୟାଦି ଅଛି । ଆମର ଇନ୍ଦ୍ରିୟ ଶରୀରର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥିବା ବେଳେ ତାଙ୍କର ଇନ୍ଦ୍ରିୟ ସର୍ବତ୍ର ବିଦ୍ୟମାନ । ତେଣୁ ସଂସାରରେ ଯାହାସବୁ ଘଟୁଛି, ଭଗବାନ ସବୁ ଦେଖୁଛନ୍ତି ଏବଂ ସବୁ ଶୁଣୁଛନ୍ତି । ଏହା ଏଥିପାଇଁ ସମ୍ଭବ ହୁଏ କାରଣ ସୃଷ୍ଟିରେ ସେ ଯେପରି ସର୍ବତ୍ର ବ୍ୟାପ୍ତ, ତାଙ୍କର ଚକ୍ଷୁ ଓ କର୍ଣ୍ଣ ମଧ୍ୟ ସର୍ବତ୍ର ଉପସ୍ଥିତ । ଛାନ୍ଦୋଗ୍ୟ ଉପନିଷଦ କହେ! ସର୍ବଂ ଖଲ୍ୱିଦଂ ବ୍ରହ୍ମ (୩.୧୪.୧) “ବ୍ରହ୍ମ ସର୍ବତ୍ର ବିଦ୍ୟମାନ” । ତେଣୁ ସଂସାରରେ ଯେ କୌଣସି ସ୍ଥାନରେ ତାଙ୍କୁ ଭୋଗ ଅର୍ପଣ କଲେ ବି ସେ ଗ୍ରହଣ କରନ୍ତି; ତାଙ୍କ ଭକ୍ତ ଯେଉଁଠାରେ ବି ପ୍ରାର୍ଥନା କଲେ ସେ ଶୁଣନ୍ତି; ଏବଂ ତ୍ରିଭୁବନରେ ଯେଉଁଠି ଯାହା ଘଟେ, ତା’ର ସାକ୍ଷୀ ସେ ଅଟନ୍ତି । ଯଦି ଲକ୍ଷାଧିକ ଭକ୍ତ ଏକ ସମୟରେ ତାଙ୍କୁ ପ୍ରାର୍ଥନା କରନ୍ତି, ସେସବୁକୁ ଗ୍ରହଣ କରିବା ତାଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରେ ନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!